ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ଫାୟାରଷ୍ଟେସନ ଓଭରବ୍ରିଜ୍‌ରେ ଓଲଟିଲା ସିଲିଣ୍ଡର ବୋଝେଇ ଟ୍ରକ

0

ଭୁବନେଶ୍ବର: ରାଜଧାନୀର ଫାୟାରଷ୍ଟେସନ ଓଭରବ୍ରିଜ୍ ଉପରେ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଶତାଧିକ ସିଲିଣ୍ଡର ରାସ୍ତାରେ ଛିଟିକିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ଯାଉଥିବା ସମୟରେ ଟ୍ରକଟି ନିୟନ୍ତ୍ରଣ ହରାଇ ଓଭରବ୍ରିଜ୍‌ ମଝିରେ ଓଲଟି ପଡ଼ିଥିଲା। ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଉଭୟ ପାର୍ଶ୍ୱରୁ ଯାନଚଳାଚଳ ବନ୍ଦ କରାଯାଇଥିବାରୁ ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌ ହୋଇଥିଲା।

ଖବର ପାଇ ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ତୁରନ୍ତ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି। ଗ୍ୟାସ ଲିକ୍‌ ହେବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରାଯାଇଛି। ଏହି ଦୁର୍ଘଟଣାରେ କୌଣସି ଜଣଙ୍କ ଜୀବନହାନି ଘଟିନଥିବା ସୂଚନା ମିଳିଥିବା ବେଳେ, ଯାତାୟାତ ପାଇଁ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି।

Leave A Reply

Your email address will not be published.