ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଚାପ ବଢାଉଥିବା ଗୋଷ୍ଠୀରେ ପୁଡୁଚେରି ସାମିଲ

0
  • ସିଏଏ ରଦ୍ଦ ପାଇଁ ସଂକଳ୍ପ ପାରିତ ହେଲା ବିଧାନସଭାରେ
  • ବିଜେପିର ସିଏଏ ସପକ୍ଷ ଅଭିଯାନ ପ୍ରଭାବହୀନ ହେଉଛି
  • ଓଡ଼ିଶାରେ ବି ଚାପରେ ସରକାର, ଏକାଠି ହେଉଛନ୍ତି ଲୋକେ

ନୂଆଦିଲ୍ଲୀ: ଦିଲ୍ଲୀ ଆସନ ହରାଇବାର ଚାପରେ ସନ୍ତୁଳି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କୁ ପୁଣି ଏକ ଜବରଦସ୍ତ ଧକ୍କା ଲାଗିଲାଣି। ନାଗରିକତା ସଂଶୋଧିତ ଆଇନ ବିରୋଧରେ ଗୋଟିଏ ପରେ ଗୋଟିଏ ରାଜ୍ୟରୁ କେନ୍ଦ୍ର ଉପରେ ଚାପ ବଢିଲାଣି। ଆଜି ପୁଡୁଚେରି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଏକ ସଂକଳ୍ପ ପାରିତ କରାଯାଇଛି। ସିଏଏ ଆଇନକୁ ରଦ୍ଦ କରିବା ଦାବିରେ ଏହି ସଂକଳ୍ପ ଆଗତ ହୋଇଥିଲା। ବିଧାନସଭାରେ ଉପସ୍ଥିତ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

ସିଏଏ ବିରୋଧରେ ସଂକଳ୍ପ ପାରିତ ହେବାରେ ପୁ଼ୁ଼ଡୁଚେରି ହେଉଛି ଷଷ୍ଠ ବିଧାନସଭା। ପୂର୍ବରୁ ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, କେରଳ ଓ ଛତିଶଗଡ ସରକାର ଏ ସଂକ୍ରାନ୍ତ ସଂକଳ୍ପ ପାରିତ କରି କେନ୍ଦ୍ର ବିଚାର ପାଇଁ ପଠାଇଛନ୍ତି। କୌତୂହଳର କଥା ହେଉଛି, ବିଜେପିର ଷ୍ଟଲ୍ ଵାର୍ଟ ନେତାମାନେ ସିଏଏ ସପକ୍ଷରେ ଜନମତ ସୃଷ୍ଟି କରିବା ଲାଗି ସଭାସମିତି କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟ ଏହି ପ୍ରକ୍ରିୟାରେ ସାମିଲ ହେବା, ସୂଚାଉଛି ଯେ ରାଜ୍ୟମାନଙ୍କ ଉପରେ ଏହି ପ୍ରସଙ୍ଗରେ ସହମତି ଆଣିବା ବା ଚାପ ସୃଷ୍ଟିକରିବାରେ କେନ୍ଦ୍ର ସରକାର ଓ ବିଜେପି ଉଭୟ ବିଫଳ ହେଉଛନ୍ତି। ସେମାନଙ୍କ ରଣନୀତି କାମ ଦେଉନାହିଁ।

ଅବଶ୍ୟ ଓଡ଼ିଶାରେ ଏଭଳି ଆଶଙ୍କା ନାହିଁ। କାରଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ଓ ସିଏଏ ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ ହେବାର କୌଣସି ସୁଯୋଗ ନାହିଁ। ଏ ଦୃଷ୍ଟିରୁ କେନ୍ଦ୍ର ସରକାର ଆଶ୍ବସ୍ତ। ହେଲେ ବିଜେଡି ଶୀର୍ଷ ନେତୃତ୍ବ ସିନା ଏ ସଂକ୍ରାନ୍ତରେ ତାଙ୍କର ରାୟ ଶୁଣାଇଦେଲେ, ହେଲେ ତୃଣମଳସ୍ତରରେ ଏହା ଦଳ ସପକ୍ଷରେ ଗଲା କି ନାହିଁ, ତାହା ନେତାମାନେ ଏଯାଏ ଆକଳନ କରିନାହାନ୍ତି। ନିକଟରେ ଭୁବନେଶ୍ବରରେ ହୋଇଥିବା ଏକ ବିଶାଳ ସମାବେଶ ଭିନ୍ନ ସଙ୍କେତ ଦେଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଭିନ୍ନ ସୂଚନା ସଂପର୍କରେ ଠାରିଛି। ସିଏଏ ସଂପର୍କିତ ନିଷ୍ପତ୍ତି ପରେ ଦିଲ୍ଲୀ ପ୍ରଥମ ନିର୍ବାଚନ ଥିଲା, ଯେଉଁଠି କେନ୍ଦ୍ର ସରକାର ଜିତିଥିଲେ ଏହି ପ୍ରସଙ୍ଗଟି ଆହୁରି ଦୃଢୀଭୂତ ହୋଇଥାନ୍ତା। କିନ୍ତୁ ବିଜେପି ନେତାମାନେ ସଫଳ ହୋଇପାରିଲେ ନାହିଁ। ଦେଖିବା କଥା ସିଏଏ ବିରୋଧୀ ନିଷ୍ପତ୍ତିରେ ଏହି ୬ଟି ରାଜ୍ୟ ସହ ଆଉ କେଉଁ ରାଜ୍ୟ ଆଗକୁ ସାମିଲ ହେଉଛନ୍ତି।ସେସବୁ ରାଜ୍ୟରେ ସିଏଏ ସପକ୍ଷରେ ବାତାବରଣ ସୃଷ୍ଟି କରିବାରେ ବିଜେପିର ଦାୟିତ୍ବ ନେଇଥିବା କେନ୍ଦ୍ରୀୟ ନେତାମାନଙ୍କ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ଅମିତ ଶାହ ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଆଭିମୁଖ୍ୟ କଣ ରହୁଛି।

Leave A Reply

Your email address will not be published.