ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ସବୁ ରେକର୍ଡକୁ ଅତିକ୍ରମ କରିଗଲେ

0

ଭୁବନେଶ୍ବର: ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ଆଜି ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଲଗାତାର ଅଷ୍ଟମ ଥର ଲାଗି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କୁ ବିଧିବଦ୍ଧ ଭାବେ ବିଜେଡି ସଭାପତି ଭାବେ ଘୋଷଣା କରାଯିବ।

ସମ୍ଭବତଃ, ବର୍ତମାନ ସମୟରେ ସାରା ଭାରତବର୍ଷରେ ବିଜେଡି ଏକମାତ୍ର ଦଳ ଯେଉଁଥିରେ ଦଳର କୌଣସି ଜଣେ ବି ନେତା ସଭାପତି ପଦ ଲାଗି ଆଶାୟୀ ହେବା ତ ଦୂରର କଥା ମନରେ କଳ୍ପନା ସୁଦ୍ଧା କରିନଥିବେ। ବରଂ ବିଜେଡିର ନେତା, ଅନୁଗତ, ଛାମୁଆ କର୍ମୀ ସମସ୍ତେ ନବୀନଙ୍କୁ ଆହୁରି ଏକାଧିକ ବାର ଏହି ଆସନରେ ଦେଖିବାକୁ ଚାହୁଁଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ବି। ଏସବୁ ଏଇଥିପାଇଁ ନୁହେଁ ଯେ ବିଜେଡି ଶୃଙ୍ଖଳିତ, ବିଜେଡି ନେତା ନିର୍ଲୋଭୀ, ବିଜେଡି ନେତାଙ୍କର ଆଗକୁ ବଢିବାକୁ ସ୍ବପ୍ନ ନାହିଁ। ବରଂ ଏଇଥିପାଇଁ, ନବୀନଙ୍କ ଭାବମୂର୍ତି ବିଜେଡିର ସଂପତ୍ତି। ସେ ହେଉଛନ୍ତି ସମ୍ଭବତଃ ଦେଶର ଏକମାତ୍ର ନେତା, ଯିଏ ଦାୟିତ୍ବ ନେବା ଠାରୁ କେବେ ପରାଜୟ ସାମ୍ନା କରିନାହାନ୍ତି। ହାତଗଣତି କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନଙ୍କୁ ନିର୍ବାଚନ ରାଜନୀତି ପରୀକ୍ଷାରେ ସେ ହିଁ ଉତ୍ତୀର୍ଣ୍ଣ କରାଇଛନ୍ତି, ତେଣିକି ଯୋଗ୍ୟତା ଯାହା ବି ଥାଉ। ଯାହାକୁ ଯେଉଁଠୁ ଆଣି ଯେଉଁ ଆସନରେ ଥୋଇଛନ୍ତି, ତାକୁ ସେ ହିଁ କେବଳ ଜିତାଇବାର କ୍ଷମତା ରଖିଛନ୍ତି। ହାତଗଣତି କେତେଜଣଙ୍କୁ ଛାଡିଦେଲେ, ଅନ୍ୟମାନେ ଆଜି ଦିନରେ ଏକଥା ସ୍ବୀକାର କରିବାକୁ ବାଧ୍ୟ।

୧୯୯୭ ମସିହାରେ ଜନ୍ନ ହେଇଥିବା ବିଜେଡି ନବୀନଙ୍କ ନେତୃତ୍ବରେ ସବୁ ଦଳକୁ ପରାହତ କରିବାରେ ସକ୍ଷମ ହୋଇଛି। ଆହୁରି ସ୍ପଷ୍ଟ ଭାବେ କହିଲେ, ନବୀନ ଓଡ଼ିଶାରେ କଂଗ୍ରେସକୁ ଧ୍ବଂସ ମୁହଁକୁ ଠେଲିଦେଇଛନ୍ତି। ସମଗ୍ର ଦେଶରେ ବିଜେପି ତାଉ ଦେଖାଉଥିବା ବେଳେ, ଓଡ଼ିଶାରେ ଗେରୁଆ ଦଳର ସୀମା ରେଖା କେତେ ତାହା ଥରେ ନୁହେଁ, ଦୁଇଦୁଇ ଥର ପ୍ରମାଣିତ କରିଛନ୍ତି। ୨୦୧୪ ନିର୍ବାଚନରେ, ୨୦୧୯ରେ ବି। ବାମ ଦଳ ଧ୍ବସ୍ତ ହୋଇଯାଇଛି, ଜେଏମ୍ଏମ୍ ପତିଆରା ଆଉ ନାହିଁ। ଓଡ଼ିଶା ଗଣ ପରିଷଦର ସେ ବାଟ ଓଗାଳି ଦେଇଛନ୍ତି, ଏନସିପିକୁ ବିଜେଡିରେ ବିଲୀନ କରାଇ ଏମିତି ରେକର୍ଡ ଅଧିକାରୀ ହୋଇଛନ୍ତି, ଯାହା ଜାତୀୟ ରାଜନୀତିରେ ବିରଳ, ଓଡ଼ିଶା କ୍ଷେତ୍ରରେ ଏହାର ବିକଳ୍ପ ନାହିଁ।

ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ଏବେ ବି ଲୋକପ୍ରିୟତାର ଶୀର୍ଷରେ। ଦଳ ଭିତରେ ଯେଭଳି ଗ୍ରହଣୀୟତା, ଦଳ ବାହାରେ ତା ଠାରୁ ଢେର୍ ଅଧିକ ଥିବା କାରଣରୁ, ବିଶୃଙ୍ଖଳିତ ନେତାମାନେ ସାବାଡ୍ ହୋଇଅଛନ୍ତି। ଯିଏ ନବୀନଙ୍କ ପାଖ ଛାଡିଛି, ସେ ରାଜନୀତିରେ ବିପର୍ଯ୍ୟୟ ସାମ୍ନା କରିଛି। ଆଦୌ ରାଜନୀତି ଅଭିଜ୍ଞତା ନଥାଇ ଓଡ଼ିଶା ରାଜନୀତିକୁ ଆସିଥିବା ନବୀନ ଭାରତବର୍ଷରେ ଅଦ୍ବିତୀୟ ନେତାଭାବେ ନିଜକୁ ବାରମ୍ବାର ପ୍ରମାଣିତ କରିଛନ୍ତି।

ଓଡ଼ିଶାକୁ ଯିଏ ଯେତେବେଳେ ଆସିଛନ୍ତି, ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ବିଜେପି ଦଳର ଶୀର୍ଷ ନେତୃତ୍ବ ତାଙ୍କୁ ନିନ୍ଦା କରୁଥିଲେ। ପରେ କିନ୍ତୁ ଘଟଣାଚକ୍ରରେ ତାଙ୍କୁ ପ୍ରଶଂସା କରିବା ଲାଗି ସୁଯୋଗ ଛାଡିନାହାନ୍ତି। ସଂସଦୀୟ ଇତିହାସରେ ବିଜେଡି ଶୃଙ୍ଖଳିତ ଦଳ ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମାଣ ପତ୍ର ଦେଇଛନ୍ତି, ଯାହାର ଶ୍ରେୟ କେବଳ ନବୀନଙ୍କର।

ନବୀନଙ୍କ ଗୋଟିଚାଳନା ଆଜି ବିଜୁ ବାବୁଙ୍କ ଅବର୍ତମାନରେ ବି ଦୁଇଦଶନ୍ଧି ଧରି ତାଙ୍କୁ ଘରେ ଘରେ ବାନ୍ଧି ରଖିଛି। ପରବର୍ତୀ ପିଢୀ ବିଜୁଙ୍କ ଠାରୁ ଅଧିକ ଥର ମୁଖ୍ୟମନ୍ତ୍ରୀ ରହିଥିବା ଜାନକୀଙ୍କୁ ସେଭଳି ମନେ ରଖିନାହାନ୍ତି। ହରେକୃଷ୍ଣ ମହତାବ କି ନୀଳମଣି ରାଉତରାୟ କେହି ବି ନୁହେଁ। କେବଳ ସେତିକି ନୁହେଁ, ନବୀନ ସବୁ ମୁଖ୍ୟମନ୍ତ୍ରୀଙ୍କ ଦାୟଦକୁ ନିଜ ଦଳକୁ ଆଣି ଏକଥା ବି ସଙ୍କେତ ଦେଇଛନ୍ତି ଯେ ଗତ ୭୦ବର୍ଷର ଓଡ଼ିଶା ରାଜନୀତିରେ ସେ ସର୍ବମାନ୍ୟ। ଯେଉଁ ନେତାମାନେ ଏକଦା ବିଜୁ ବାବୁଙ୍କ ସହ ବି ମୂଲଚାଲ କରିବା ଲାଗି ସୁଯୋଗ ଛାଡିନାହାନ୍ତି, ସେମାନଙ୍କ ରାଜନୈତିକ ରଣନୀତିର ପରିଭାଷା ନବୀନଙ୍କ ପାଖରେ ନିଷ୍ପ୍ରଭ ହୋଇଯାଇଛି।

କୁହାଯାଏ, ସରଳ ହେବା କଠିନ। ନବୀନ ଏ କ୍ଷେତ୍ରରେ ସବୁ ସୀମା ଟପିଯାଇଛନ୍ତି। ପୋଷାକ, ଆଚରଣ ଓ ଉଚ୍ଚାରଣରେ ଶୁଦ୍ଧତା, ସାଧାରଣ ଲୋକଙ୍କ ପ୍ରତି ସ୍ନେହ ଓ ଦୟାଭାବ ତାଙ୍କ ବିଚାରକୁ ଘରେ ଘରେ ପହଞ୍ଚାଇଛି। ଏ କ୍ଷେତ୍ରରେ ବି ସେ ଦେଶରେ ଅନନ୍ୟ।

ନବୀନଙ୍କ ବକ୍ତବ୍ୟ, କାମ କରିବା ଢଙ୍ଗ, ନେତୃତ୍ବକୁ ନେଇ ଅନେକବାର ବିରୋଧୀ ଟିପପଣୀ ଦେଇଛନ୍ତି। କଟାକ୍ଷ କରିଛନ୍ତି। ହେଲେ ପ୍ରତିଜବାବ ତାଙ୍କ ଠାରୁ ମିଳିନି, ବରଂ ଭୋଟର ଦେଇଛନ୍ତି, ଦେଉଛନ୍ତି।

Leave A Reply

Your email address will not be published.