ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ହୋମିଓପାଥିର ବିକାଶରେ ଗବେଷଣା ଓ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଷ୍ଟ୍ରପତି

0

ଭୁବନେଶ୍ବର: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇଛନ୍ତି। ହୋମିଓପାଥି ଭାରତର ବହୁବିଧ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଅଭିହିତ କରିଛନ୍ତି ରାଷ୍ଟ୍ରପତି। ଏହି ଚିକିତ୍ସା ପଦ୍ଧତିରେ ଗବେଷଣା, ବୈଜ୍ଞାନିକ ଦୃଷ୍ଟିକୋଣ ଓ ଦାୟିତ୍ୱବୋଧକୁ ଅଧିକ ଗୁରୁତ୍ୱ ଦେବାକୁ ସେ ଗବେଷକ, ଶିକ୍ଷକ ଓ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍‌ ମେଡିକାଲ କଲେଜକୁ ଦେଶର ଏକ ପ୍ରତିଷ୍ଠିତ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ ବୋଲି କହିଛନ୍ତି। ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଅନୁଷ୍ଠାନ ଓ କାର୍ଯ୍ୟକ୍ରମର ଗୌରବ ବଢ଼ାଇଛି ବୋଲି ସେ ମତ ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୪ଟି ସରକାରୀ ହୋମିଓପାଥିକ୍‌ ମେଡିକାଲ କଲେଜ ରହିଥିବାବେଳେ ନୂଆପଡ଼ା ଓ ନୟାଗଡ଼ରେ ଆଉ ଦୁଇଟି କଲେଜ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲ ନିର୍ମାଣ ମଧ୍ୟ ଜାରି ରହିଛି। ଆୟୁର୍ବେଦ ଓ ହୋମିଓପାଥି ଶିକ୍ଷାକୁ ପ୍ରୋତ୍ସାହନ ଦେବାକୁ ଛାତ୍ରଛାତ୍ରୀ ଓ ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି। ଏଥିସହ ଅଧ୍ୟାପକ, ରିଡର ଓ ପ୍ରଫେସରଙ୍କ ପାରିଶ୍ରମିକ ମଧ୍ୟ ସଂଶୋଧନ ହୋଇଛି।

ସେହିପରି ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସା ସେବା ଉପଲବ୍ଧ ହେଉଛି। ବିଜ୍ଞାନ ଓ ଗବେଷଣାକୁ ଆଧାର କରି ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.