ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ବୈତରଣୀ ନଦୀରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

0

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ବୈତରଣୀ ନଦୀର କାଳୀଘାଟ ନିକଟରୁ ଜଣେ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ନଦୀରେ ମୃତଦେହଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଯୁବକ ଗୌରାଙ୍ଗ ପାତ୍ର ନଦୀକୁ ଯାଇଥିବା ବେଳେ ପାଣିରେ ଏକ ଶିଶୁର ମୃତଦେହ ଭାସୁଥିବା ଦେଖିଥିଲେ। ସେ ତୁରନ୍ତ ଏ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇବା ପରେ ସ୍ଥାନୀୟ ଯୁବକମାନେ ନଦୀରୁ ମୃତଦେହଟିକୁ ଉଦ୍ଧାର କରିଥିଲେ। ଯାଞ୍ଚ ପରେ ଏହା ଏକ ନବଜାତ ଶିଶୁପୁତ୍ରର ମୃତଦେହ ବୋଲି ଜଣାପଡ଼ିଥିଲା। ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ ନଦୀରେ ଫିଙ୍ଗିଛି, ତାହା ଜାଣିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସବ ପାଇଁ ଆସିଥିବା ରୋଗୀଙ୍କ ସମ୍ପର୍କିତ ତଥ୍ୟ ଆଇନସମ୍ମତ ଭାବେ ଯାଞ୍ଚ କଲେ ଘଟଣାର ସୁରାକ୍‌ ମିଳିପାରେ ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ନବଜାତ ଶିଶୁଙ୍କ ମୃତଦେହ ନଦୀରେ ଭାସୁଥିବା ଘଟଣା ସାମ୍ନାକୁ ଆସିଛି।

Leave A Reply

Your email address will not be published.