ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ନବୀନଙ୍କୁ ପଛରେ ପକାଉଛି କିଏ?

0

ଭୁବନେଶ୍ବର: ୨୦୦୦ ମସିହା ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ନିକଟରେ ତାଙ୍କ ସରକାରକୁ (ମାର୍ଚ୍ଚ ୫ ତାରିଖରେ) ୨୦ ବର୍ଷ ପୂରିଛି। ବିଜେଡି ଏହି ଦିନକୁ ଧୁମଧାମରେ ପାଳନ କରିଛି। ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି।

ହେଲେ ଯେଉଁ ପ୍ରସଙ୍ଗଟି ବିଜେଡି ଶିବିରରେ ଆଲୋଡନ ସୃଷ୍ଟି କଲାଣି, ତାହା ହେଉଛି, ସରକାରର ୨୦ ବର୍ଷ ଭିତରେ ଦଳର ମୁଣ୍ଡିଆଳମାନେ ଯେତେସବୁ କାର୍ଯ୍ୟକ୍ରମ ହାତକୁ ନେଲେ, ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହଜାଇ ଦିଆଗଲା କାହିଁକି? ଗତ ୨୦ ବର୍ଷ ଭିତରେ ସରକାର କରିଥିବା ଭଲ କାମର ଏକ ତାଲିକା ଧରାଇ ବିରୋଧୀଙ୍କୁ ଚୁପ୍ କରିବା ପାଇଁ ବିଜେଡି ଶୀର୍ଷ ନେତୃତ୍ବ ଚିନ୍ତା କଲେନି କାହିଁକି? ସତରେ ତେବେ କଣ ବିରୋଧୀଙ୍କ ଅଭିଯୋଗ ସତ୍ୟ? ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ଏତେ କୁନ୍ଥକୁନ୍ଥ କାହିଁକି? ବାସ୍ତବରେ ଦଳୀୟ ନେତା ଏସବୁ କଥା ଭାବିନାହାନ୍ତି ନା ଏହା ପଛରେ ଆଉ କିଛି ଷଡଯନ୍ତ୍ର ଲୁଚି ରହିଛି? ଏମିତି ଅନେକ ପ୍ରଶ୍ନ ଉପରେ ଏବେ ବିଜେଡିର ତୃଣମୂଳ ଯାଏ ଆଲୋଚନା ଆରମ୍ଭ ହୋଇଗଲାଣି। ତଥାପି ଦଳର ଶୀର୍ଷ ନେତୃତ୍ବ ଏହା ଉପରେ କୌଣସି ମତ ମନ୍ତବ୍ୟ ବା କାର୍ଯ୍ୟକ୍ରମ ହାତକୁ ନେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଶାସନ କ୍ଷମତାର ଡୋରି ଧରିବା ବେଳକୁ ରାଜ୍ୟ ଆର୍ଥିକ ସଙ୍କଟରେ ଜଡସଡ଼ ହେଉଥିଲା। ମହାବାତ୍ୟାର ମାଡ଼ରେ ଅଧା ଓଡ଼ିଶା ଖିନଭିନ୍ ହୋଇଯାଇଥିଲା। ସରକାରୀ କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନଥିଲେ ସରକାର। ବାରମ୍ବାର ଓଭରଡ୍ରାଫ୍ଟ ହେଉଥିଲା। ଏଭଳି ଏକ ଦୁର୍ବଳ ଆର୍ଥିକ ସ୍ବାସ୍ଥ୍ୟକୁ ଏକ ଦୃଢ ସ୍ଥିତିରେ ପହଞ୍ଚାଇସାରିଛନ୍ତି ନବୀନ। ଓଡ଼ିଶା ଏବେ ଆର୍ଥିକ ଦୃଷ୍ଟିରୁ ଏକ ବଳକା ରାଜ୍ୟର ମାନ୍ୟତା ପାଇଛି। ଦେଢଲକ୍ଷ କୋଟିର ବଜେଟ୍ କରିଛି। ନିଜସ୍ବ ଆୟର ୬୦ ପ୍ରତିଶତ ଦରମାରେ ଗଲା ପରେ ବି ବାକି ୪୦ ପ୍ରତିଶତ ଭିତ୍ତିଭୂମି ନିର୍ମାଣରେ ବ୍ୟୟ ହେଉଛି।

ଓଡ଼ିଶାରେ ଏହି ୨୦ ବର୍ଷ ଭିତରେ ଆଇଆଇଏମ୍, ଆଇଆଇଟି, ନାଇଜର, ଏମସ, ଆଇଜର ଭଳି ପ୍ରତିଷ୍ଠାନ ଆସିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହୋଇଛି। ଝାରସୁଗୁଡାରେ ନୂଆ ବିମାନ ବନ୍ଦର ହୋଇଛି। ଗୋଟିଏ ଇସ୍ପାତ କାରଖାନା ଥିଲା, ଏବେ ସେ ତାଲିକା ଲମ୍ବିବାରେ ଲାଗିଛି। ବିଦ୍ୟୁତ ପ୍ରକଳ୍ପ ସ୍ଥିତି ବି ସେୟା। ପାରାଦୀପ ଠାରୁ ଗୋପାଳପୁର, ଧାମରା ସବୁ ବନ୍ଦରର ବିକାଶ ହୋଇଛି। ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ତ ଏହି ତାଲିକାରେ ରହିବ ହିଁ ରହିବ। ଏମିତି ଅନେକ କଥା ରହିଛି।

ହେଲେ ୨୦ବର୍ଷ ପୂର୍ତି ଉତ୍ସବ ଅବସରରେ ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ଏଭଳି ଏକ ଗୋଟିଏ ପୋଷ୍ଟର ବା ଫ୍ଲେକ୍ସ ଦେଖିବାକୁ ମିଳିଲା ନାହିଁ। ଯେମିତିକି ନବୀନଙ୍କ ବିକାଶ ଚିତ୍ରକୁ କେହି ସଙ୍କୁଚିତ କରିବାକୁ ଚାହୁଁଛି। ସରକାର କଣ କରିବ, ତାକୁ ନେଇ ଅନେକ କଥା କୁହାଯାଉଛି। ହେଲେ ଯେଉଁ ଉପଲବ୍ଧି ହାସଲ ଦ୍ବାରା ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ସମ୍ମାନ ରହିଛି ଓ ସରକାର ପାଞ୍ଚ ପାଞ୍ଚ ଥର କ୍ଷମତାକୁ ଆଣିଛନ୍ତି, ତାକୁ ସାମ୍ନାକୁ ଆଣିବାରେ କ୍ଷତି କଣ?

ଆଜି ଦିନରେ ବିଜେଡିର ମଙ୍ଗ ଧରିଥିବା ନେତାମାନେ ବିଜୁ ଅନୁଗତ ନୁହଁନ୍ତି। ବରଂ ନବୀନ ମାର୍କା ବୋଲି କୁହାଯାଇପାରେ। କାରଣ ଅଧିକାଂଶ ମନ୍ତ୍ରୀ ନିଜ ରାଜନୀତି ନବୀନଙ୍କ ଶାସନ କାଳରେ ହିଁ କରିଛନ୍ତି। ଦଳର ସଂଗଠନ ଦାୟିତ୍ବ ବୁଝୁଥିବା ଟାଣୁଆ ନେତାମାନେ ବି। ଏମାନେ ନବୀନଙ୍କ ଭଲ କାମର ତାଲିକା ଲୋକଙ୍କ ପାଖକୁ ନେବାଲାଗି ମାତ୍ରାଧିକ ଆଗ୍ରହ ଦେଖାଇବା କଥା। ବିଜୁ ବାବୁଙ୍କର ଏମାନଙ୍କ ସହିତ କୌଣସି ବି ସଂପର୍କ ନାହିଁ। ଏସବୁ ନେତାମାନେ ବିଜୁ ବାବୁଙ୍କ କଥା କହିବା ଲାଗି ସବୁ ବେଳେ ଆଗ୍ରହ ରଖୁଥିବା ବେଳେ, ନବୀନଙ୍କ ସଂପର୍କରେ ଚୁପ୍ କାହିଁକି?

ରାଜନୈତିକ ମହଲ ଏବେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେଣି। ନବୀନଙ୍କ ଭଲ କଥାକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ କେଉଁମାନେ ବାଧକ, ସେମାନଙ୍କ ଗତିବିଧି ଉପରେ ଏହି ମହଲ ନଜର ରଖିବା ଅପ୍ରାସଙ୍ଗିକ ବୋଲି କୁହାଯାଇପାରିବ ନାହିଁ।

Leave A Reply

Your email address will not be published.