ପ୍ରମୁଖ ଖବର

ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ପ‌ରିବେଶ ପଞ୍ଚାୟତରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ ନିୱାସଠାରେ ଆୟୋଜିତ ଏକ ସମାରୋହରେ ଆପ୍ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି, ଉପରାଜ୍ୟପାଳ ଭିକେ ସାକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଲାସ ଗେହଲୋଟ୍, ଇମ୍ରାନ ହୁସେନ୍ ଏବଂ ମୁକେଶ ଅହଲୱାତ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି
ବାୟୁସେନାର ନୂଆ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂ
ଗିରଫ ହେଲେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ପୁଣି ଆଗୁଆ

0
  • ବିଦେଶାଗତଙ୍କ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନରେ ଦେଶରେ ପ୍ରଥମ ରାଜ୍ୟ
  • ନବୀନଙ୍କ ଶୂନ୍ୟ ସହନଶୀଳତା ନୀତି, ସବୁ ବିଭାଗ ସଜାଗ, ଓଡ଼ିଶାର ସମର୍ଥନ

ଭୁବନେଶ୍ବର: ମହାବାତ୍ୟା କ୍ଷତରେ ଓଡ଼ିଶା ଅସ୍ତବ୍ୟସ୍ତ ହେଉଥିବା ବେଳେ ରାଜ୍ୟ ଶାସନ ଦାୟିତ୍ବ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇତିମଧ୍ୟକେ ଓଡ଼ିଶା ଫାଇଲିନ୍, ହୁଡହୁଡ୍ ଠାରୁ ଆରମ୍ଭ କରି ଫନି ପର୍ଯ୍ୟନ୍ତ ଏକାଧିକ ବଡ଼ ବିପର୍ଯ୍ୟୟ ସାମ୍ନା କରିସାରିଲାଣି। ଏସବୁଥିରେ ଓଡ଼ିଶାର ମୁକାବିଲା ଦେଶ ଓ ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି। ଅନ୍ତର୍ଜାତୀୟ ସ୍ତରରେ ନବୀନ ପୁରସ୍କାର ଓ ପ୍ରଶଂସା ଗୋଟାଇଛନ୍ତି। ସେହିଭଳି ମରୁଡି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ମୁକିବିଲା କରିଥିବା ଇତିହାସ କହେ।

ଠିକ୍ ଏମିତି ଏକ ସମୟରେ ବିଶ୍ବ ସାମ୍ନାରେ ନୂଆ ବିପର୍ଯ୍ୟୟ ଭାବେ ‘କରୋନା’ ଉଭା ହୋଇଛି। ଏହାକୁ ନେଇ ଏବେ ବିଶ୍ବର ୧୫୦ରୁ ଅଧିକ ଦେଶରେ ଲୋକେ ଆତଙ୍କିତ ଅଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଲାଣି। ଏମିତିସ୍ଥଳେ ଏହି ଭୂତାଣୁ ଓଡ଼ିଶାରେ ବିଳମ୍ବରେ ପ୍ରବେଶ କରିବା ଘଟଣା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ଘଟଣା। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିପର୍ଯ୍ଯୟକୁ କିଭଳି ସଠିକ୍ ଢଙ୍ଗରେ ମୁକାବିଲା କରାଯାଇପାରିବ, ସେ କ୍ଷେତ୍ରରେ ସବୁସ୍ତରରେ ତତ୍ପରତା ଦେଖାଇଛନ୍ତି। ବିଧାନସଭା ଆଗୁଆ ବନ୍ଦ କରିବା ଠାରୁ ଆରମ୍ଭ କରି ଏହାରୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ପରେ କେନ୍ଦ୍ର ସରକାର ପଦକ୍ଷେପ ନେଇଥିଲେ। ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ଘୋଷଣା କରାଯାଇଥିଲା। ଏହାର ପରଦିନ ଯାଇ କେନ୍ଦ୍ର ସରକାର ଏହାକୁ ବିଜ୍ଞପିତ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ।

ସେହିଭଳି ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଉଦବେଗକୁ ସମ୍ମାନ ଜଣାଇ ନିଜ ନିଜସ୍ତରରେ କରୋନା ମୁକାବିଲା ବାଟ ଖୋଲିଛନ୍ତି। ପର୍ଯ୍ୟଟନ ବିଭାଗ ଠାରୁ ଆରମ୍ଭ କରି ଯୋଗାଣ ବିଭାଗ ପର୍ଯ୍ୟନ୍ତ ସବୁ ବିଭାଗ ନିଜ ନିଜ ସ୍ତରରେ ଅନେକ ପଦକ୍ଷେପ ନେଇ ତାର ଶତ ପ୍ରତିଶତ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବ ରଖୁଛନ୍ଚି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୨୪ ଘଣ୍ଟା ପରିସ୍ଥିତି ଉପରେ ନଜର ରଖି ଏସବୁର ତଦାରଖ କରୁଥିବା ସୂଚନା ମିଳିଛି।

ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ଓ ପ୍ରମୁଖ ମନ୍ଦିରମାନଙ୍କରେ ଗହଳି ରୋକିବା ଲାଗି ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ବସ ଭିଡ ରୋକିବା ଠାରୁ ଆରମ୍ଭ କରି ଆହାର କେନ୍ଦ୍ରର ସମୟ ଅବଧି ବଢାଇବା ପର୍ଯ୍ଯନ୍ତ ଢେର୍ ନିଷ୍ପତ୍ତିର ଅନୁପାଳନ ହୋଇଛି। ଠିକ୍ ଏମିତି ଏକ ସମୟରେ ବିଶ୍ବ ସମୁଦାୟ ସାମ୍ନାରେ ନବୀନ ଏକ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବିଦେଶାଗତ ଲୋକଙ୍କ ଚିହ୍ନଟ ପାଇଁ ଡର କି ଧମକ ନୁହେଁ, ବରଂ ପ୍ରୋତ୍ସାହନର ପରିକଳ୍ପନା କରାଯାଇଛି। ପୂର୍ବରୁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇନଥିଲେ। ଅତଏବ ୧୫ହଜାର ଟଙ୍କାର ପ୍ରୋତ୍ସହନ ରାଶି ଯୋଜନା ପ୍ରଣୟନ କ୍ଷେତ୍ରରେ ଓଡ଼ିଶାରେ ବିଶ୍ବରେ ଏକ ନମ୍ବର ରାଜ୍ୟ।

ଓଡ଼ିଶାରେ କରୋନାରେ ଯେମିତି ଜଣେ ବି ପ୍ରାଣ ନ ହରାନ୍ତି, ସେଥିପାଇଁ ସମୁଦାୟ ପ୍ରଶାସନ ଏବେ ଏକାଠି ହୋଇଛି। ସରକାର ସବୁ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିଛନ୍ତି। ମନ୍ଦିରରେ ଭକ୍ତଙ୍କ ଗତାଗତ ଠାରୁ ଆରମ୍ଭ କରି ମଲ୍ ବନ୍ଦ କରାଯିବା, ସଂଘରୋଧ କେନ୍ଦ୍ର ପ୍ରତିଷ୍ଠା ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନର ୨୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏପରିକି ଆଇଟି ଫାର୍ମ ଉପରେ ବି କଟକଣା ଲାଗୁ କରାଯାଇଛି। ଯେଉଁମାନେ ବିଦେଶ ଯାଇଥିବେ, ସେମାନଙ୍କ କ୍ଷେତ୍ରରେ କଟକଣା ଜାରି ହୋଇଛି।

Leave A Reply

Your email address will not be published.