ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ନବୀନଙ୍କ ଉପରେ ମୋଦୀଙ୍କ ଆସ୍ଥା

0

ଭୁବନେଶ୍ବର: କୁହାଯାଏ, ବିପର୍ଯ୍ୟୟ ମୁକାବିଲା ପରେ ତାଙ୍କୁ ହିଁ ପ୍ରଶଂସା କରାଯାଏ, ଯିଏ ସ୍ବତନ୍ତ୍ର ଢଙ୍ଗରେ ନିଜର ସାହସ, ଦକ୍ଷତା ପ୍ରଦର୍ଶନ କରିଥାନ୍ତି। ଯିଏ ସାଧାରଣ ଲୋକଙ୍କ ଆସ୍ଥାଭାଜନ େହାଇପାରନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏବେ ଏଭଳି ସଙ୍କେତ ଦେଇଛନ୍ତି ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ। ଆଜି ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍ ନବୀନଙ୍କ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା କାହିଁକି ଆଗୁଆ, ତାହା ସେତିକି ପ୍ରଣିଧାନଯୋଗ୍ୟ। ଏଥିରେ ନେତା, ବାବୁ, ସର୍ବୋପରି ରାଜ୍ୟବାସୀଙ୍କ ଯୋଗଦାନ କିଛି କମ୍ ନାହିଁ।

ଆଜି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ରେ ସରକାରୀ ୱେବ୍‌ସାଇଟ୍‌ରେ ବିଦେଶ ଫେରନ୍ତା ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜୀକରଣ କରାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟମାନେ ତାଙ୍କୁ ଅନୁକରଣ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କରୋନାକୁ ରୋକିବା କ୍ଷେତ୍ରରେ ଅାମେ ସମସ୍ତେ ନିଜ ନିଜ ଦାୟିତ୍ବ ତୁଲାଇବା ଆବଶ୍ୟକ।
ମହାରାଷ୍ଟ୍ର ଓ କୋଲକାତାରେ ସରକାରୀ ଅଧିକାରୀ ଓ ନେତାଙ୍କ ଭୁଲକୁ ନେଇ ସବୁ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶା ସରକାରଙ୍କ ବିଦେଶା ଫେରନ୍ତାଙ୍କ ପଞ୍ଜୀକରଣ ନିଷ୍ପତ୍ତି ଓ ସେଥିରେ େଖାଦ୍ ଗଜପତି ମହାରାଜା ସପରିବାର ସାମିଲ ହେବା ଘଟଣା କିଛି କମ୍ ବଡ଼ କଥା ନୁହେଁ। ସେହିଭଳି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ପୁଅଠାରୁ ଆରମ୍ଭ କରି ଭିନିଲ୍ କ୍ରିଷ୍ଣାଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ସ୍ବେଚ୍ଛାରେ ସଙ୍ଗରୋଧ (କ୍ବାରାଣ୍ଟିନ୍‌ରେ ଅଛନ୍ତି।
ଉଲ୍ଲେଖଥାଉକି, ଓଡ଼ିଶା ପାଇଁ ଆସନ୍ତା ୧୫ ଦିନ କରୋନା ମୁକାବିଲା କ୍ଷେତ୍ରରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। କାରଣ, ସରକାର ଜାଣିସାରିଲେଣି ଯେ ଏଯାଏ ୨୧୩୧ ଲୋକ ବିଦେଶରୁ ଫେରିଛନ୍ତି। ଏହି ସଂଖ୍ୟା ଆହୁରି ବଢିପାରେ। ଏବେ ସରକାର ସେମାନଙ୍କ ଉପରେ ନଜର ରଖିବେ।

ଆଜି ଜଣାପଡିଛି ଯେ ପ୍ରତି ଘଣ୍ଟାରେ ୮୦ଜଣ ଲୋକ ନିଜ ଆଡ଼ୁ ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ନିଜର ପଞ୍ଜୀକରଣ କରୁଛନ୍ତି। ଏ ପର୍ଯ୍ୟନ୍ତ ୮୦ଟି ଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ କରାଯାଇଛି। ତହିଁରେ ୟୁଏଇରୁ ସର୍ବାଧିକ ୨୦ ପ୍ରତିଶତ ବ୍ୟକ୍ତି ରହିଥିବା ବେଳେ ଆମେରିକାର ୯ ପ୍ରତିଶତ, ସାଉଦି ଆରବ ୫ ପ୍ରତିଶତ, ଇଂଲଣ୍ଡ ଓ ମାଲେସିଆରୁ ୪ ପ୍ରତିଶତ ଲୋକ ରହିଛନ୍ତି। ଚୀନ୍‌ରୁ ଫେରିଥିବା କୌଣସି ବ୍ୟକ୍ତି ପଞ୍ଜୀକରଣ କରି ନ ଥିବା ବେଳେ ଇଟାଲି ଓ ଫ୍ରାନ୍‌ସରୁ ବହୁତ କମ୍ ସଂଖ୍ୟକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

Leave A Reply

Your email address will not be published.