ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଲୋକସେବା ଭବନରେ ବିଧାନସଭା

0

ଭୁବନେଶ୍ବର: ଆସନ୍ତା ୩୦ ତାରିଖ ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ତେବେ ବିଧାନସଭାରେ ନୁହେଁ, ବରଂ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସଚିବାଳୟ (ବର୍ତମାନର ଲୋକସେବା ଭବନରେ) ଏହି ଅଧିବେଶନ ବସିବ। ନୂଆ ସମ୍ମେଳନ କକ୍ଷରେ ୨ମିଟର ବ୍ୟବଧାନରେ ବିଧାୟକମାନେ ବସିବେ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରତି ରାଜନୈତିକ ଦଳକୁ ୩୦ ପ୍ରତିଶତ ବିଧାୟକଙ୍କୁ ଆଣିବାକୁ କୁହାଯାଇଛି। ଏହି ଦିନ ଗୃହ ଆରମ୍ଭ ହେବାମାତ୍ରେ ଏସସିଏସଟି ବିଭାଗକୁ ଛାଡି ଅନ୍ୟ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍ ମାଧ୍ୟମରେ ପାରିତ ହେବ। ତା ପରେ ଗୃହକୁ ସାମୟିକ ଭାବେ କିଛି ମୁହୂର୍ତ ଭାବେ ମୁଲତବୀ କରାଯିବ। ପରେ ପୁଣି ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବା ସହିତ ତୁରନ୍ତ ଆଲୋଚନା ପାରିତ କରାଯିବ। ଏବଂ ଗୃହକୁ ସେହିଦିନ ହି ପୁଣି ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବ।

Leave A Reply

Your email address will not be published.