ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଲୋକସେବା ଭବନରେ ବିଧାନସଭା

0

ଭୁବନେଶ୍ବର: ଆସନ୍ତା ୩୦ ତାରିଖ ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ତେବେ ବିଧାନସଭାରେ ନୁହେଁ, ବରଂ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସଚିବାଳୟ (ବର୍ତମାନର ଲୋକସେବା ଭବନରେ) ଏହି ଅଧିବେଶନ ବସିବ। ନୂଆ ସମ୍ମେଳନ କକ୍ଷରେ ୨ମିଟର ବ୍ୟବଧାନରେ ବିଧାୟକମାନେ ବସିବେ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରତି ରାଜନୈତିକ ଦଳକୁ ୩୦ ପ୍ରତିଶତ ବିଧାୟକଙ୍କୁ ଆଣିବାକୁ କୁହାଯାଇଛି। ଏହି ଦିନ ଗୃହ ଆରମ୍ଭ ହେବାମାତ୍ରେ ଏସସିଏସଟି ବିଭାଗକୁ ଛାଡି ଅନ୍ୟ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍ ମାଧ୍ୟମରେ ପାରିତ ହେବ। ତା ପରେ ଗୃହକୁ ସାମୟିକ ଭାବେ କିଛି ମୁହୂର୍ତ ଭାବେ ମୁଲତବୀ କରାଯିବ। ପରେ ପୁଣି ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବା ସହିତ ତୁରନ୍ତ ଆଲୋଚନା ପାରିତ କରାଯିବ। ଏବଂ ଗୃହକୁ ସେହିଦିନ ହି ପୁଣି ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବ।

Leave A Reply

Your email address will not be published.