ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଗମ୍ଭୀରତା ବଢିଲା, ଦିନକରେ ୪ କରୋନା ପଜିଟିଭ୍

0

ଭୁବନେଶ୍ବର: ସବୁ ରାଜ୍ୟ ଆଗଉଥିଲେ। ଓଡ଼ିଶା ସ୍ଥିତି ଯେମିତିକୁ ସେମିତି ଥିଲା। ହଠାତ୍ ୪୮ ଘଣ୍ଟା ଧରି ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି କରୋନା। ଗତ ଦୁଇ ଦିନରେ ଦୁଇଟି ପଜିଟିଭ୍ ବାହାରିଥିଲା। ଆଜି ଗୋଟିଏ ଦିନରେ ୪ ଜଣଙ୍କ ନିକଟରେ କରୋନା ଭୁତାଣୁ ପଜିଟିଭ୍ ବାହିରଥିବା ସୂଚନା ମିଳିଛି। ପ୍ରଥମେ କଟକର ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିବା ବେଳେ, ସନ୍ଧ୍ୟାରେ ବିଭାଗ ଜଣାଇଛି ଯେ ଆଉ ତିନି ଜଣଙ୍କ ନିକଟରେ କରୋନା ପଜିଟିଭ୍ ଭୁତାଣୁ ଚିହ୍ନଟ ହୋଇଛି। ଏ ତିନି ଜଣଯାକ ଭୁବନେଶ୍ବର ବମିଖାଲ ଅଞ୍ଚଳର ବୋଲି କୁହାଯାଇଛି। ଏଥିସହିତ ଓଡ଼ିଶାରେ କୋଭିଡ୍-୧୯ ସଂଖ୍ୟା ୯ରେ ପହଞ୍ଚିଛି। ଆଜିକୁ ମିଶାଇ ମୋଟ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କଟକରେ ଯେଉଁ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ, ସେ ନୂଆଦିଲ୍ଲୀରୁ ଫେରିଥିବା ସୂଚନା ମିଳିଥିଲା। ତାଙ୍କ ଭ୍ରମଣ ଇତିହାସ ଜାଣିବା ସହିତ ତାଙ୍କ ସହିତ ଆଉ କେଉଁମାନେ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ଏବେ ଖୋଜାଯାଉଛି। ତାଙ୍କ ପରିବାର ଲୋକଙ୍କର ପୃଥକାବାସ କରାଯାଇଛି।

ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସମସ୍ତଙ୍କୁ ଘରେ ରହିବା ଲାଗି ଆଜି ସ୍ବାସ୍ଥ୍ୟ ବିଭାଗ ପୁଣି ଥରେ ସତର୍କ କରାଇ ଦେଇଛି। ସମସ୍ତେ ନିଜ ନିଜ ଘରେ ରହି ନିଜର ଓ ପରିବାରର ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ପରାମର୍ଶ ଦେଇଛନ୍ତି ସରକାର।

Leave A Reply

Your email address will not be published.