ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ବର ଓ ଭଦ୍ରକ ସମ୍ପୂର୍ଣ୍ଣ ତାଲାବନ୍ଦ

0
  • ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା କାର୍ଯ୍ୟକାରୀ ହେବ
  • କର୍ଫ୍ୟୁ ଭଳି ସ୍ଥିତିରେ ରହିବ ଉଭୟ ସହର

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଇ ରାଜ୍ୟ ସରକାର ଉଭୟ ଭଦ୍ରକ ଓ ଭୁବନେଶ୍ବରକୁ ସମ୍ପୂୁର୍ଣ୍ଣ ତାଲାବନ୍ଦ ବା ଲକଡାଉନ ଘୋଷଣା କରିଛନ୍ତି। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ପୁଲିସ ମହାନିର୍ଦେଶକ ଅଭୟ ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି। ସମ୍ପୂର୍ଣ୍ଣ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯଆଇଛି, ଲକଡାଉନ ବେଳେ ଦିଆଯାଇଥିବା ସମସ୍ତ ପାସ୍ ଅକାମୀ ହୋଇଯିବ। ଅର୍ଥାତ୍ କୌଣସି ଅନୁମତି ପତ୍ର ଏହି ସମୟରେ କାମ କରିବ ନାହିଁ। ଘରୁ କେହି ବାହାରିପାରିବେନାହିଁ। ତେବେ ମାଲ ପରିବହନ ପୂର୍ବଭଳି ଚାଲିବ। କୌଣସି ଦୋକାନ ବଜାର ଖୋଲିପାରିବ ନାହିଁ। ଆଜି ସନ୍ଧ୍ୟା ୮ରୁ ଏହି ଅବଧି ଆରମ୍ଭ ହେବ ଓ ରବିବାର ୮ଟା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ।

ସରକାର କହିଛନ୍ତି, ସଂପ୍ରତି ଭୁବନେଶ୍ବରରେ ୪ଜଣ ଓ ଭଦ୍ରକରେ ଜଣେ କରୋନା ପଜିଚିଭ୍ ଚିହ୍ନଟ ହୋଇଛନ୍ତି। କରୋନା ଚେନ୍ ଭାଙ୍ଗିବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବରରେ ପଞ୍ଚମ ଆକ୍ରାନ୍ତ ଧରାପଡିବା ପରେ ସ୍ଥିତି ଗମ୍ଭୀର ହୋଇଯାଇଥିଲା। ଗତକାଲି ଠାରୁ ସୂର୍ଯ୍ୟନଗର ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରିଦିଆଯାଇଥିଲା।

Leave A Reply

Your email address will not be published.