ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ
ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ
ରାଜକୀୟ ସମ୍ମାନସହ ଦିଆଗଲା ରତନ ଟାଟାଙ୍କୁ ଅନ୍ତିମ ବିଦାୟ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ
ଚଳିତ ବର୍ଷ ଦକ୍ଷିଣ କୋରିଆର ସୁନାମଧନ୍ୟ ଲେଖିକା ହାନ କାଙ୍ଗଙ୍କୁ ମିଳିବ ସାହିତ୍ୟରେ ନୋବେଲ
ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ପ୍ରସ୍ତାବ ପାରିତ
ରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ
ଟେନିସରୁ ଅବସର ଘୋଷଣା କଲେ ରାଫେଲ ନାଡାଲ

କରୋନା: ନବୀନ, ମହିଳା ଅଧିକାରୀ ଓ ମାଆମାନେ…

0
  • ପ୍ରତି ଘରେ କରୋନା ନେତୃତ୍ବ ନେଉଛନ୍ତି ମହିଳା
  • ସୁଜାତା, ଶାଳିନୀ, ଅନୁ, ସଂଘମିତ୍ରା ଓ ସାଗରିକାମାନେ
  • ସରକାରର ପ୍ରମୁଖ ସ୍ଥାନରେ ମହିଳା ଆଗରେ ଅଛନ୍ତି
  • କେନ୍ଦ୍ର ଅର୍ଥ ବ୍ୟବସ୍ଥାର ତଦାରଖ କରୁଛନ୍ତି ନିର୍ମଳା
  • ବିମଳା, ଭୁବନେଶ୍ବରୀ, ବିରଜା ବି ନେଉଛନ୍ତି ନେତୃତ୍ବ

ଭୁବନେଶ୍ବର: ମାରାତ୍ମକ କରୋନାକୁ ଏବେ ଯାଏ ଓଡ଼ିଶାରେ ନିୟନ୍ତ୍ରଣ କରାଯିବା ପଛରେ ସବୁଠାରୁ ଯଦି କାହାର ଅଧିକ ଭୂମିକା ଥିବ, ସେ ହେଉଛନ୍ତି ମହିଳା। ଏମିତି କ୍ବଚିତ୍ ଘର ଥାଇପାରେ, ଯେଉଁଠାରେ ମହିଳାମାନେ ଏ ସଂକ୍ରାନ୍ତରେ ନିଜର ମାତ୍ରାଧିକ ସତର୍କତା ଜାହିର କରୁନାହାନ୍ତି। ପ୍ରତି ମାଆ ତାର ପିଲାକୁ ତାଗିଦ୍ କରୁଛନ୍ତି,ଘରୁ ନବାହାରିବାକୁ, ହାତ ଧୋଇବାକୁ ଇତ୍ୟାଦି ଇତ୍ୟାଦି। ଠିକ୍ ସେମିତି ପ୍ରତି ସ୍ବାମୀଙ୍କୁ କରୋନା ଠାରୁ ଦୂରେଇ ରହିବା ଲାଗି ପ୍ରତି ସ୍ତ୍ରୀ ଆକଟ କରି ରଖିଛନ୍ତି। କର୍ମକ୍ଷେତ୍ରରେ ଥିବା ପ୍ରତି ବ୍ୟକ୍ତିଙ୍କୁ ତାଙ୍କ ଘରୁ ବାପା ନୁହେଁ, ବରଂ ମାଆ ବା ସ୍ତ୍ରୀଙ୍କର ତାଗିଦ୍ ଆସୁଛି। ପରିଣାମ ହେଲା, ଓଡ଼ିଶାରେ ସାମାଜିକ ଦୂରତ୍ବ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଲକଡାଉନ ସଫଳତା ଅନ୍ୟରାଜ୍ୟଠାରୁ ଟିକିଏ ଆଗରେ। ଏବେ ବି ୨୨ଟି ଜିଲ୍ଲା କରୋନାକୁ ନିଜ ଠାରୁ ଦୂରେଇ ରଖିପାରିଛି। କରୋନା ପ୍ରତିହତ କରିବାରେ ଯିଏ ଯେତେ ସଫଳତା ଦାବି କରନ୍ତୁ ନା କାହିଁକି, ମହିଳାମାନଙ୍କ ଅବଦାନ ସବୁଠାରୁ ଅଧିକ ବୋଲି କୁହାଯାଇପାରେ।

ସଂଯୋଗକୁ ସରକାରୀ ବ୍ୟବସ୍ଥାର ସବୁ ପ୍ରମୁଖ ଅଙ୍ଗ ମଧ୍ୟ ଏହି ମହିଳାମାନଙ୍କ ଦ୍ବାରା ନିୟନ୍ତ୍ରିତ। ଅର୍ଥାତ୍ କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ସବୁ ପ୍ରମୁଖ ପ୍ରସଙ୍ଗଗୁଡିକ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ହେଉଛି, ସେସବୁର ନେତୃତ୍ବ ବି ମହିଳା ନେଉଛନ୍ତି। ଗାଁ ଗାଁରେ ସରକାରଙ୍କ କାର୍ଯ୍ୟ ସଂପର୍କରେ ସଚେତନତା ଠାରୁ ଆରମ୍ଭ କରି ରାସନ ସାମଗ୍ରୀ ବଣ୍ଟନ, ମାସ୍କ ତିଆରି କରିବା ଭଳି ଆଦି କାର୍ଯ୍ୟ ଯେଉଁ ଏସଏଚଜିମାନଙ୍କ ଦ୍ବାରା ନିୟନ୍ତ୍ରିତ ହେଉଛି, ସେମାନଙ୍କ ନେତୃତ୍ବ ନେଉଛନ୍ତି ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ୍।

ଆଇଏଏସ୍ ଯାମିନୀ

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଏକ ବଡ଼ ଅଙ୍ଗର ନେତୃତ୍ବ ନେଉଛନ୍ତି ଆଇଏଏସ୍ ଅଫିସର ଶାଳିନୀ ପଣ୍ଡିତ। ଜାତୀୟ୍ ସ୍ବାସ୍ଥ୍ୟ ମିସନର ମୁଖିଆ ଶାଳିନୀଙ୍କ ଉପରେ ସରକାରଙ୍କର ଢେର୍ ଭରସା। ଅତୀତରେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ବୁଲୁଥିବା ବେଳେ ତାଙ୍କ ସହିତ ତତ୍କାଳୀନ ସ୍ବାସ୍ଥ୍ୟ ସଚିବ କମ୍ ବରଂ ଶାଳିନୀଙ୍କୁ ଅଧିକ ଦେଖିବାକୁ ମିଳୁଥିଲା। ଔଷଧ ଆଦି ଅନ୍ୟ ଉପକରଣ କିଣିବା ଆଦି ଦାୟିତ୍ବ ତୁଲାଉଥିବା ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନର ମୁଖିଆ ବି ହେଉଛନ୍ତି ଜଣେ ମହିଳା ଅଧିକାରୀ ଆଇଏଏସ୍ ଅଫିସର ଯାମିନୀ ଷଡ଼ଙ୍ଗୀ।

ପ୍ରଫେସର ଗୀତାଞ୍ଜଳି ବି

ନମୁନା ପରୀକ୍ଷଣ ବ୍ୟବସ୍ଥାରେ ଏବେ ଯାଏ ଯେଉଁମାନେ ନେତୃତ୍ବ ନେଉଛନ୍ତି ସେମାନେ ହେଲେ କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଏମ୍ସ ଭୁବନେଶ୍ବର ଓ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ। ସଂପ୍ରତି କେନ୍ଦ୍ର ସରକାରଙ୍କ ଏହି ଗବେଷଣା କେନ୍ଦ୍ରର ନିର୍ଦେଶିକା ଭାବେ ଦାୟିତ୍ବ ରହି କରୋନା ପରୀକ୍ଷା ବ୍ୟବସ୍ଥାର ନେତୃତ୍ବ ନେଉଛନ୍ତି ଡାକ୍ତର ସଂଘମିତ୍ରା ପତି। ଏମସ ନିର୍ଦେଶିକା ବି ଜଣେ ମହିଳା ପ୍ରଫେସର ଗୀତାଞ୍ଜଳି ବି। କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ମାଇକ୍ରୋ ବାୟୋଲୋଜି ବିଭାଗର ମୁଖ୍ୟା ବି ହେଉଛନ୍ତି ପ୍ରଫେସର ନିରୁପମା ଚଇନି, ଜଣେ ମହିଳା।

ଆଇପିଏସ୍ ସାଗରିକା ନାଥ

ସର୍ବୋପରି ଗାଁ ଗାଁରେ ସରକାରଙ୍କ କାର୍ଯ୍ୟକ୍ରମ ଦାୟିତ୍ବ ଏବେ ଅଙ୍ଗନବାଡି କର୍ମୀ ଆଦିଙ୍କୁ ଦିଆଯାଇଛି। ଏହି ବିଭାଗର ମୁଖିଆ ବା ସଚିବ ଭାବେ କାର୍ଯ୍ୟ କରୁଛନ୍ତି ଆଇଏଏସ୍ ଅଫିସର ଅନୁ ଗର୍ଗ। କରୋନାରେ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ଭୁବନେଶ୍ବରରେ ବି ଲକଡାଉନ କଡ଼ାକଡ଼ି କରିବା ଲାଗି ପୂରା ଟ୍ରାଫିକ ୟୁନିଟ୍ ଦିନରାତି ଏକ କରିଦେଇଛି। ଏହାର ମୁଖିଆ ଜଣେ ମହିଳା, ଆଇପିଏସ୍ ସାଗରିକା ନାଥ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଧନ ଅନେକ କଠୋର ନିଷ୍ପତ୍ତି ନେଉଛନ୍ତି ସତ, ହେଲେ ସ୍ବାସ୍ଥ୍ୟଗତ ବା ପ୍ରଶାସନିକ ପରାମର୍ଶ ଅପେକ୍ଷା କେନ୍ଦ୍ର ସରକାରଙ୍କ ଉପରେ ସମସ୍ତେ ଅଧିକ ନିର୍ଭରଶୀଳ କେବଳ ଅର୍ଥ ପାଇଁ। କରୋନା ଆଦି କ୍ଷେତ୍ରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶକୁ ସବୁ ରାଜ୍ୟ ସିଧାସଳଖ ମାନୁଛନ୍ତି। ଏଣୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶାସନିକ ନିଷ୍ପତ୍ତି ଯେମିତି ଲକ୍ ଡାଉନ ଆଦିକୁ ଏଡାଇ ଯାଇ ରାଜ୍ୟମାନେ ନିଜେ ନିଜେ ନିଷ୍ପତ୍ତି ନେଲେଣି। କିନ୍ତୁ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ସଳଖି ରଖିବା ଲାଗି କେନ୍ଦ୍ରୀୟ ସହାୟତା ପାଇଁ ସମସ୍ତଙ୍କ ଆଖି ରହିଛି। ଏକ୍ଷେତ୍ରରେ ଯିଏ ନେତୃତ୍ବ ନେଇ ସାରା ଭାରତ ବର୍ଷର ଅର୍ଥନୀତିର ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛନ୍ତି, ସିଏ ବି ଜଣେ ମହିଳା। ମାନେ ଆମେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କଥା ଆଲୋଚନା କରୁଛନ୍ତି।

ଏଠାରେ ସ୍ମରଣଥାଉକି, ମୁଖ୍ୟମନ୍ତ୍ରୀ କ୍ରମାଗତ ଭାବେ ନିର୍ବାଚନରେ ସଫଳତା ପାଇବା ପାଇଁ ଯେମିତି ମହିଳାଙ୍କ ଭୋଟ ଉପରେ ଅଧିକ ନିର୍ଭରଶୀଳ, ସେମିତି ରାଜ୍ୟର ସବୁ ବିପତ୍ତି ସମୟରେ ସେ ମହିଳାମାନଙ୍କୁ ଅଧିକ ପ୍ରାଥମିକତା ଦେଇଥାନ୍ତି। ଏଇ ଯେମିତି କରୋନା ମୁକାବିଲା ଲାଗି ସମସ୍ତେ ଯେତେବେଳେ ବଡ଼ ବଡ଼ ସ୍ଲୋଗାନ ବାଜି ଚଳାଇଥିଲେ, ସେତେବେଳେ ପ୍ରତି ମହିଳା ଅର୍ଥାତ୍ ମାଆଙ୍କୁ ପରିବାରରେ ହାଡ଼ଫୁଟି ନିରାକରଣ (୧୪ ଦିନ ଅଲଗା ରହିବାକୁ ହୁଏ) କଥା ମନେ ପକାଇ ମୁ୍ଖ୍ୟମନ୍ତ୍ରୀ ଆଶା କଲେ ଯେ ସେମାନେ ହିଁ ସାମାଜିକ ଦୂରତ୍ବ ରକ୍ଷାର ଦାୟିତ୍ବ ନେଇ କରୋନାକୁ ଅଟକାନ୍ତୁ। ନିଜାମୁଦ୍ଦିନ୍ ଧର୍ମସଭାରୁ ଫେରିଥିବା ବ୍ୟକ୍ତି ଯେବେ କରୋନା ଆକ୍ରାନ୍ତ ଥିବା ଜଣାପଡିଲା, ସେବେ ନବୀନ ହିଁ ମହିଳା ଓ ମାଆଙ୍କୁ ନିବେଦନ କଲେ, ସେମାନେ ଘରେ ବୁଝାଇ ସୁଝାଇ ୧୦୪ରେ ଫେରିଥିବା ବ୍ୟକ୍ତିଙ୍କୁ ପଞ୍ଜୀକରଣ କରାନ୍ତୁ। ୭୦ଲକ୍ଷ ପରିବାର, ଯେଉଁମାନେ ଏସଏଚଜି ଦାୟିତ୍ବ କଥା ବୁଝୁଛନ୍ତି, ସେମାନେ ବି ପ୍ରତି ଗାଁରେ କରୋନା ରାସ୍ତା ଓଗାଳିଛନ୍ତି। ଆଉ ମିସନ ଶକ୍ତି ନିର୍ଦେଶିକା ଯଥାର୍ଥରେ ପୁଲିସ ଭଳି ଦାୟିତ୍ବ ନେବା ପରିବାରରୁ ଜଗିବା କଥା କହି ମହିଳାଙ୍କ ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ କରିଛନ୍ତି।

ପୁରୀରେ ମାଆ ବିମଳା, ରାଜଧାନୀରେ ଭୁବନେଶ୍ବରୀ, ଯାଜପୁରରେ ବିରଜା, କଳାହାଣ୍ଡିରେ ମାଆ ମାଣିକେଶ୍ବରୀ, କଟକରେ ମାଆ ଚଣ୍ଡୀ ହିଁ ତ ଆମ ବ୍ୟବସ୍ଥାର ପ୍ରତୀକ, ଆରାଧ୍ୟା, ସର୍ବପୂଜ୍ୟା….।

Leave A Reply

Your email address will not be published.