ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

୮୦% ସଂକ୍ରମିତଙ୍କ ପାଖେ ଲକ୍ଷଣ ନାହିଁ

0

ଭୁବନେଶ୍ବର: ରାଜ୍ୟରେ ଯେତେ ଲୋକ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ଠାରେ କରୋନା ନେଇ କୁହାଯାଉଥିବା କୌଣସି ଲକ୍ଷଣ ନାହିଁ। ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ଏଭଳି ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ ଏଭଳି ସଂକ୍ରମିତଙ୍କୁ ଚିହ୍ନଟ ଫଳରେ ଅନ୍ୟମାନଙ୍କୁ ବ୍ୟାପିବା ରୋକାଯାଇପାରୁଛି। ଆଗକୁ ଅଧିକରୁ ଅଧିକ ସ୍ବାବ ସଂଗ୍ରହ ପାଇଁ ବିଭିନ୍ନ ସ୍କୁଲରେ କ୍ୟାମ୍ପ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ। ଯଦିଓ ବୃଦ୍ଧ ଓ ବୃଦ୍ଧା ସବୁଠାରୁ ଅଧିକ ସମ୍ବେଦନଶୀଳ ବୋଲି କରୋନା କ୍ଷେତ୍ରରେ କୁହାଯାଉଛି, ଓଡ଼ିଶା କ୍ଷେତ୍ରରେ ଏହି ହାର ମାତ୍ର ୮ ପ୍ରତିଶତ ରହିଛି। ଏହା ଏକ ଭଲ ଖବର।

ସେହିଭଳି କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ, ଯେ କୌଣସି ମଣିଷ ଯଦି କାଶେ, ତେବେ ତାର କଣିକା ୧୯ ଫୁଟ ପର୍ଯ୍ୟନ୍ତ ଯାଇପାରେ। ଆଉ ଛିଙ୍କ କ୍ଷେତ୍ରରେ ଏହା ୨୯ ଫୁଟ ପର୍ଯ୍ୟନ୍ତ ଗତି କରିବା ସମ୍ଭାବନା ରହିଛି। ଏଣୁ ପ୍ରତି ଲୋକେ ଏନେଇ ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.