ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କରୋନା ବେଳେ କଣ କରୁଛନ୍ତି ମୋଦୀ ଜାଣନ୍ତୁ

0

ଦୈନିକ ୨୦୦ ଲୋକଙ୍କ ସହିତ କରୁଛନ୍ତି ଆଲୋଚନା
ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜାରି
ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହିତ ମିଳିମିଶି କାମ କରୁଛି କେନ୍ଦ୍ର
ଲକ୍‌଼ଡାଉନ୍ ଅବଧି ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଆଜି ଶୁଣାଇବା ସମ୍ଭାବନା

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଦଳମତ ନିର୍ବିଶେଷରେ ରାଜନୈତିକ ନେତାଙ୍କ ଠାରୁ ଆରମ୍ଭକରି ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରୁଛନ୍ତି। ଦୈନିକ ୨୦୦ରୁ ଅଧିକ ଲୋକଙ୍କ ସହିତ କଥାବାର୍ତା କରୁଛନ୍ତି। ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବି କଥା ହେଉଛନ୍ତି ଟେଲିଫୋନରେ।

ଏମିତି ଢଙ୍ଗରେ ମୋଦୀ କରୋନାକୁ ପ୍ରତିହତ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ ଦେଶର ବିଭିନ୍ନ ଅଞ୍ଚଳର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ସଫେଇ କର୍ମଚାରୀଙ୍କ ସହିତ ମଧ୍ୟ କଥା ହେଉଥିବା ସୂଚନା ମିଳିଛି। ଏହାପୂର୍ବରୁ ସେ ଗଣମାଧ୍ୟମ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସଂପର୍କରେ ଘୋଷଣା କରିପାରନ୍ତି। ସକାଳେ ସେ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି। ଯେହେତୁ ବିଭିନ୍ନ ସଂସଦୀୟ ଦଳର ନେତା ଓ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍ ଅବଧି ବଢାଇବାକୁ ପରାମର୍ଶ ଦେଇଛନ୍ତି, ଏଣୁ ସେ ଆସନ୍ତାକାଲି ଏ ଦିଗରେ ଠୋସ୍ କି ନିଷ୍ପତ୍ତି ଶୁଣାଇବାକୁ ଚାହୁଁଛନ୍ତି, ତାହା ଉପରେ ଏବେ ଦେଶ ନଜର ରଖିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିୟମିତ ଅବଗତ କରାଯାଉଛି। କୋଭିଡ-୧୯ ମୁକାବିଲା ନିମନ୍ତେ ଦେଶକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ୧୯ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାର୍ତା ଦେଇ ପ୍ରଥମେ ୨୨ ମାର୍ଚ୍ଚରେ ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ଭାବେ ଜନତା କର୍ଫ୍ୟୁ ପାଳନ ନିମନ୍ତେ ନିବେଦନ କରିଥିଲେ। ପରେ ସାମାଜିକ ଦୂରତା ରକ୍ଷା ନିମନ୍ତେ ଦେଶକୁ ସଫଳତାପୂର୍ବକ ପ୍ରସ୍ତୁତ କରିବା ସମୟରେ ପ୍ରଧାନମନ୍ତ୍ରୀ ପୁଣିଥରେ ୨୪ ମାର୍ଚ୍ଚରେ ଦେଶବାସୀଙ୍କୁ ଉଦବୋଧନ ଦେଇ ୩ ସପ୍ତାହର ଲକଡାଉନ ପାଳନ କରିବା ନିମନ୍ତେ ନିବେଦନ କରିଥିଲେ। ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏହାହିଁ ସବୁଠାରୁ ପ୍ରଭାବଶାଳୀ ପଦକ୍ଷେପ ଥିଲା।


କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ‘ଧୈର୍ଯ୍ୟ ଓ ସଂକଳ୍ପ’ ଦୁଇଟି ପ୍ରଭାବଶାଳୀ ମନ୍ତ୍ର ବୋଲି ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଥିଲେ। ଏପଟେ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ଆହ୍ୱାନର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ଏକ ‘କୋଭିଡ-୧୯ ଆର୍ଥିକ ମୁକାବିଲା ଟାସ୍କଫୋର୍ସ’ ଗଠନ କରିଛନ୍ତି। ଅର୍ଥମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ ରଖାଯାଇଛି। ଏହି ଟାସ୍କଫୋର୍ସ ବିଭିନ୍ନ ଅଂଶୀଦାରଙ୍କ ସହିତ ପରାମର୍ଶ କରି ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି ଏବଂ ନିଷ୍ପତି ଗ୍ରହଣ କରୁଛି। କୋଭିଡ-୧୯ ଭଳି ଯେକୌଣସି ପ୍ରକାରର ଜରୁରିକାଳୀନ ଏବଂ ସଂକଟପୂର୍ଣ୍ଣ ସମୟର ମୁକାବିଲା ନିମନ୍ତେ ଏକ ସମର୍ପିତ ଜାତୀୟ ପାଣ୍ଠିର ଆବଶ୍ୟକତା ଏବଂ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ସାର୍ବଜନୀନ ବଦାନ୍ୟ ଟ୍ରଷ୍ଟ ‘ଜରୁରିକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ରିଲିଫ ପାଣ୍ଠି’ (ପିଏମ କେୟାର୍ସ ପାଣ୍ଠି) ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଛନ୍ତି ଓ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ରହିଛନ୍ତି।

ମୋଦୀ ସରକାର ଗତ ମାର୍ଚ୍ଚ ୨୬ ତାରିଖରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏଥିରେ ଗରିବ ଲୋକମାନଙ୍କୁ ମୁଖ୍ୟତଃ ନଗଦ ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ପ୍ୟାକେଜରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ତିନି ମାସ ପାଇଁ ମାଗଣା ଖାଦ୍ୟଶସ୍ୟ, ଡାଲି ଓ ଗ୍ୟାସ ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରିଥିଲେ।

କରୋନା ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ଏକ କାର୍ଯ୍ୟକୁ ଉଲ୍ଲେଖନୀୟ ବୋଲି ବିଚାର କରାଯାଉଛି। ରାଜ୍ୟଗୁଡ଼ିକ ସହିତ ମିଶି କାମ କରୁଛି କେନ୍ଦ୍ର। କୋଭିଡ-୧୯ ମହାମାରୀର ମିଳିତ ମୁକାବିଲା ଲାଗି ପ୍ରୟାସ କରିବା ନିମନ୍ତେ ୨୦ ମାର୍ଚ୍ଚରୁ ୧୧ ଏପ୍ରିଲ ମଧ୍ୟରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି।

ଶେଷଥର ୧୧ ତାରିଖରେ ସେ କଥା ହୋଇ ବିସ୍ତୃତ ରଣନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନଙ୍କୁ ସୂଚନା ଦେଇ କହିଥିଲେ ଯେ ପୂର୍ବରୁ ଆମର ଲକ୍ଷ୍ୟ ଥିଲା ‘ଜାନ ହୈ ତୋ ଜାହାନ ହୈ’ (ଜୀବନ ଅଛି ତ’ ଦୁନିଆ ଅଛି) ଏବେ ଆମର ମନ୍ତ୍ର ‘ଜାନ ଭି ଜାହାନ ଭି’ (ଜୀବନ ବି ଦୁନିଆ ବି)।

Leave A Reply

Your email address will not be published.