ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସର୍ଭେ ଜଣାଇଲା, ନବୀନ ଦେଶରେ ଆଗରେ

0

କରୋନା ମୁକାବିଲା କାର୍ଯ୍ୟରେ ୮୫% ସନ୍ତୁଷ୍ଟ
ପଶ୍ଚିମବଙ୍ଗରେ ଦିଦିଙ୍କ ଉପରେ ୩୮% ଖୁସି

ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ପ୍ରଶଂସା କରିଥିଲେ। ଏବେ ‘ଜନ୍ କୀ ବାତ୍’ କରିଥିବା ସର୍ଭେ କରିଛି ଯେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଲକ୍‌ଡାଉନ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ବେଶ୍ ସନ୍ତୋଷଜନକ। ରାଜ୍ୟକ ୮୫ ପ୍ରତିଶତ ଲୋକ ଏଭଳି ସକାରାତ୍ମକ ଉତ୍ତର ରଖିଛନ୍ତି।

‘କରୋନା ଭୁତାଣୁ ଲକ୍‌ଡାଉନ୍ ସମ୍ପ୍ରସାରଣ-ଦେଶର ସ୍ଥିତି ଜାଣିବା’ ପାଇଁ ଏହି ସଂସ୍ଥା ସମଗ୍ର ଦେଶରେ ସର୍ଭେ କରିଥିଲା। ଏଥିରେ ମୁଖ୍ୟତଃ ପ୍ରଶ୍ନ ପଚରାଯାଇଥିଲା ଯେ କୋଭିଡ ୧୯ ମୁକାବିଲା ପାଇଁ ଆପଣଙ୍କ ସରକାରଙ୍କ ପ୍ରଦର୍ଶନ କିଭଳି ଥିଲା? ୮୫ ପ୍ରତିଶତ ଲୋକ ନବୀନଙ୍କ ସପକ୍ଷରେ ମତ ରଖିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଉଛି।

ସର୍ଭେ ଦର୍ଶାଇଛି ଯେ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାର ଢେର୍ ଆଗରେ ଅଛନ୍ତି। ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏ ଗତମାସ ୨୨ ତାରିଖରେ ୪୦ ପ୍ରତିଶତ ଅଞ୍ଚଳରେ ଲକ୍‌ଡାଉନ୍ କାର୍ଯ୍ୟକାରୀ କରିସାରିଥିଲା। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛି। ଓଡ଼ିଶା ପ୍ରଥମ ରାଜ୍ୟ ଯିଏ କୋଭିଡ-୧୯ ଚିକିତ୍ସା ପାଇଁ ୧୦୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଡାକ୍ତରଖାନା ସ୍ଥାପନ କରିପାରିଛି। ଏହା ୬୦୦୦କୁ ବୃଦ୍ଧି କରାଯିବ ବୋଲି ଲୋକେ ଜାଣିଛନ୍ତି।

କେବଳ ସେତିକି ନୁହେଁ, କରୋନା ରୋଗୀ ସୁସ୍ଥ ହେବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଆରମ୍ଭରୁ ସନ୍ତୋଷଜନକ। ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ରୋଗୀ ସୁସ୍ଥ ହୋଇଛନ୍ତି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ବି ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଥିଲା ଏବଂ ସଙ୍ଗରୋଧ ବାଧ୍ୟତାମୂଳକ କରିଥିଲା। ପଞ୍ଜୀକୃତ ବ୍ୟକ୍ତିଙ୍କୁ ମୁଣ୍ଡପିଛା ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା କରିବାରେ ବି ଓଡ଼ିଶା ଆଗରେ।

ସେହିଭଳି ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ‌ଯିଏ ଏହାର ସ୍ବାସ୍ଥ୍ୟ ସେବାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ୪ ମାସର ଦରମା ଅଗ୍ରୀମ ଦେଇଛି ଏବଂ ବୟସ୍କ,ଦିବ୍ୟାଙ୍ଗଙ୍କୁ ଅଗ୍ରୀମ ୪ ମାସର ଭତ୍ତା, ଛାତ୍ରଛାତ୍ରୀମାନଙ୍କୁ ୪ ମାସର ବୃତ୍ତି ଏବଂ ହିତାଧିକାରୀମାନଙ୍କୁ ୩ ମାସର ପିଡିଏସ୍‌ ଦେଇଛି। ପଶ୍ଚିମବଙ୍ଗ ସରକାରଙ୍କ କରୋନା ମୁକାବିଲାରେ ଲୋକେ ମାତ୍ର ୩୮ ପ୍ରତିଶତ ସନ୍ତୁଷ୍ଟ।

ଟେଲିଫୋନ ମାଧ୍ୟମରେ ଏହି ସାକ୍ଷାତକାର ଜନ୍ କୀ ବାତ୍‌ର ପ୍ରତିଷ୍ଠାତା ତଥା ସିଇଓ ତଥା ସମ୍ପାଦକ ପ୍ରଦୀପ ଭଣ୍ଡାରିଙ୍କ ନେତୃତ୍ବରେ କରାଯାଇଥିଲା। ଚଳିତ ମାସ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସର୍ଭେ କରାଯାଇଥିଲା।

Leave A Reply

Your email address will not be published.