ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଏପଟେ ଲକଡାଉନ୍, ସେପଟେ ଡିଆଁଡେଇଁ ପାଇଁ ରଣନୀତି!

0

ଭୁବନେଶ୍ବର: ୨୦୧୪ ନିର୍ବାଚନରେ କିଛି ନେତା ବିଜେଡି ଟିକେଟକୁ ଆଖେଇଥିଲେ। ସେମାନଙ୍କୁ ଟିକେଟ୍ ମିଳିଲାନି। ସ୍ବାଧୀନ ଭାବେ ଛିଡା ହୋଇ ଆଖିଦୃଶିଆ ଭୋଟ ପାଇଥିଲେ। ଏମାନେ ଥିଲେ ବିଜେଡିର ଦ୍ବିତୀୟ ଧାଡିର ନେତା। ଏଭଳି କିଛି ନେତା ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ଭିତିରିଆ କାର୍ଯ୍ୟ କଲେ। ପରିଣାମ ହେଲା, ବିଜେଡି ବଡ଼଼ କ୍ଷତି ସହିଲା। ଯେଉଁ ସବୁ ନେତା ବେଶ୍ ପ୍ରଭାବୀ ପ୍ରଦର୍ଶନ କରିଥିଲେ, ସେମାନେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଡେଇଁଥିଲେ। କିଛି ନେତା ସଫଳ ହୋଇଛନ୍ତି, ଆଉ କିଛି ନେତାଙ୍କ ଭାଗ୍ୟ ତଥାପି ଫିଟିଲାନି।

ସମଗ୍ର ରାଜ୍ୟରେ କରୋନା ମୁକାବିଲା ରଣନୀତି ଚାଲିଥିବା ବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ଓଡ଼ିଶା ରାଜନୀତିରେ ବିଜେଡିର ଦ୍ବିତୀୟ ବଡ଼ ଗୋଷ୍ଠୀ ଭାବେ ଜଣାଶୁଣା ନେତା ଆସନ୍ତା ଦିନ ପାଇଁ ସେମାନଙ୍କ ଯୋଜନାର କାର୍ଯ୍ୟାନ୍ବୟନରେ ଲାଗିଛନ୍ତି। ଜଣେ କି ଦୁଇଜଣ ନୁହେଁ, ପ୍ରାରମ୍ଭିକ ସୂଚନା ଅନୁସାରେ, ପାଖାପାଖି ୪୫ରୁ ଅଧିକ ନେତା ଏଭଳି କସରତରେ ଅଛନ୍ତି। ଏସବୁ ବିଜେଡି ନେତାଙ୍କର ଶଙ୍ଖ ଚିହ୍ନ ପ୍ରତି ମୋହ ଭଙ୍ଗ ହୋଇଛି। ଦୀର୍ଘ ଦିନ ଧରି ଦଳରେ ସେମାନଙ୍କୁ ଗୁରୁତ୍ବ ଦିଆଯାଇନି। ଶୀର୍ଷ ନେତୃତ୍ବକୁ ଏସବୁ ନେତା ଯେତିକି ଦାୟୀ କରୁନାହାନ୍ତି, ସ୍ଥାନୀୟ ଅଞ୍ଚଳର ବିଧାୟକ ପ୍ରାର୍ଥୀ ବା ବିଧାୟକ ଅଥବା ସାଂସଦଙ୍କ ଉପରେ ଏମାନଙ୍କର ପ୍ରଚଣ୍ଡ ରାଗ। ଏବେ ବିକଳ୍ପ ଭାବେ କଂଗ୍ରେସ ଆଉ ନାହିଁ। ଏଣୁ ସ୍ବାଭାବିକ ଭାବେ ଏସବୁ ନେତା ବିଜେପିକୁ ଆଖେଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଦଳକୁ ନେଇଥିବା ପ୍ରାୟ ଶହେ ସରିକି ନେତାଙ୍କ ମଧ୍ୟରୁ ଅଧାରୁ ଅଧିକ ଏଭଳି ନେତା ପାଇଛି,ଯେଉଁମାନଙ୍କୁ ନେଇ ସେମାନେ ଆଉ ଆଗକୁ ବଢିବାକୁ ଚାହୁଁନାହାନ୍ତି। ଗୋଟିଏ ସମୟରେ ଏଭଳି ନେତାଙ୍କୁ ରେଡ୍ କାର୍ପେଟ ପକାଇ ଦଳକୁ ସ୍ବାଗତ କରାଯାଇଥିଲେ ହେଁ, ଏମାନେ ଯେ ବିଜେପି ପାଇଁ ସଂପତ୍ତି ନୁହଁନ୍ତି, ଏକଥା ପଦ୍ମଦଳିଆ ନେତା ବୁଝିଗଲେଣି। ଏସବୁ ସ୍ଥାନରେ ନୂଆ ନେତା ଖୋଜା ଆରମ୍ଭ ହୋଇଥିବା ବେଳେ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ଆଗ୍ରହକୁ ପରୀକ୍ଷା କରିବେନି କାହିଁକି?

୨୦୨୧ ପ୍ରାରମ୍ଭରେ ରାଜ୍ୟ ପୌର ନିର୍ବାଚନ ସାମ୍ନା କରିବ। ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବ। ଉଭୟ ନିର୍ବାଚନ ଲାଗି ଏବେଠାରୁ ସବୁ ରାଜନୈତିକ ଦଳ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ସମୟ ଆସିଛି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବିଜେଡି ପାଇଁ ସବୁବେଳେ ଆଶୀର୍ବାଦ ହୋଇଆସିଛି। ଏଣୁ ଯିଏ ନିର୍ବାଚନରେ ଛିଡା ହେଲେ ବି ସେମାନେ ଜିତିଛନ୍ତି। ଗତ ନିର୍ବୂାଚନରେ ବିଜେଡି ଭୋଟ ପ୍ରତିଶତ ଅକ୍ଷୂର୍ଣ୍ଣ ରହିଲା ସତ, କିନ୍ତୁ ବିଜେପି ସହିତ ଭୋଟ ବ୍ୟବଧାନ କମିଗଲା। ଲୋକସଭାରେ ବିଜେଡି ଠିକଣା ପ୍ରଦର୍ଶନ କରିପାରିଲା ନାହିଁ ବୋଲି ୮ଟି ଆସନ ଦଳ ହାତଛଡ଼ା କଲା। ବିଧାନସଭାରେ ବି ନବୀନଙ୍କୁ ଢେର୍ ବୁଲିବାକୁ ପଡ଼ିଲା। ଏଥର ସ୍ଥିତି ଅଧିକ ଗମ୍ଭୀର ହୋଇପାରେ ବୋଲି ରାଜନୈତିକ ନେତାମାନେ ଏବେଠାରୁ ଗଣିତ କଷିଲେଣି।

ସାଧାରଣ ନିର୍ବାଚନ ପରେ ବିଜେଡି କିଛି ଯୁବ ନେତାଙ୍କୁ ବିଭିନ୍ନ ନିଗମ ଆଦିରେ ଥଇଥାନ କରିଥିଲା। ଆଉକିଛି ନେତାଙ୍କୁ ଆଶା ଦେଖାଇଥିଲା ଯେ ବିଭିନ୍ନ ପଦପଦବିରେ ନିଯୁକ୍ତି ଦିଆଯିବ। କିନ୍ତୁ ନିର୍ବାଚନ ପରବର୍ତୀ ପରିସ୍ଥିତିରେ ସେମିତି କିଛି ହେଲାନି। ଏବେ ଟିକେଟ୍ ପାଇ ନିର୍ବାଚନ ଲଢିଥିବା କିଛି ନେତା କୌଣସି କାରଣରୁ ଅସନ୍ତୁଷ୍ଟ, ଟିକେଟ୍ ପାଇନଥିବା ନେତା ବି। ଦଳରେ ଏ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ଲାଗି କୌଣସି ପ୍ଲାଟଫର୍ମ ହିଁ ନାହିଁ। ବରଂ ବିଜେଡିି ଭିତରେ କିଛି ନେତା ଏଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ଯେ ଅସନ୍ତୁ୍ଷ୍ଟିଆଙ୍କ ଅସନ୍ତୋଷ ବଢୁଛି ସିନା କମିବାର ନାଁ ଧରୁନି। ପୁରୀ ଠାରୁ ଖୋର୍ଧା, କେନ୍ଦ୍ରାପଡା, କଳାହାଣ୍ଡି, ବଲାଙ୍ଗୀର ପର୍ଯ୍ୟନ୍ତ ସବୁଠାରେ ଏଭଳି ଛବି ସାମ୍ନାକୁ ଆସିବାରେ ଲାଗିଛି। କିଛି ନେତା ବିଜେପିର ତୁଙ୍ଗ ନେତାମାନଙ୍କ ସହ ଯୋଗାଯୋଗ କରି ଫେରିଥିବା ମଧ୍ୟ ଚର୍ଚ୍ଚା ହେଲାଣି।

ଏବେ ଦେଖିବାର କଥା ଲକଡାଉନ୍ ସରିବା ବେଳକୁ ଏ ରଣନୀତିରେ ଲକ୍ ପଡୁଛି କି ଡାଉନ୍ ଧରୁଛି।

Leave A Reply

Your email address will not be published.