ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଚାଷୀଙ୍କୁ ସହାୟତା, ଅପରାଧୀଙ୍କୁ ଦଣ୍ଡ ନିର୍ଦେଶ

0
  • ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦେଶ
  • କୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବା ଲାଗି ପଦକ୍ଷେପ ନିଅ
  • ଦୁଇ ଦିନ ଭିତରେ ବୁର୍ଲାରେ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନିଅ
  • ସପ୍ତାହ ଭିତରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ
  • ନବୀନ ନିବାସରୁ କରୋନା ପ୍ରଭାବକୁ ସମୀକ୍ଷା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ନବୀନ ନିବାସରୁ ସବୁ ବରିଷ୍ଠ ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସ୍ଥିତି ସଂପର୍କରେ ସେ ପଚାରି ବୁଝିଥିଲେ। ଗତ ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ସେ ଯେଉଁ ନିଷ୍ପତ୍ତି ଶୁଣାଇଥିଲେ, ତା ଉପରେ ବର୍ତମାନ ସ୍ଥିତି କଣ ସେକଥା ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ।

ଓଡ଼ିଶାରେ କରୋନା ସମୟରେ ଭଲ କାମ କରିଥିବାରୁ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନ, ପୁଲିସ ଅଧିକାରୀ,ସର୍ବୋପରି ଜନସାଧାରଣଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଲକଡାଉନ ସମୟରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟ କରିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆସନ୍ତା ଏକ ସପ୍ତାହ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଯେଭଳି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ହେବା ଦରକାର, ତାହାକୁ ସୁନିଶ୍ଚିତ କର। ୩୬ଟି ସ୍ଥାନରେ ୬୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିବାକୁ ଯୋଜନା କରାଯାଇଛି। ଏମକେସିଜିରେ କୋଭିଡ୍ ପରୀକ୍ଷା ସୁବିଧା ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହିତ ଆସନ୍ତା ଦୁଇ ଦିନ ମଧ୍ୟରେ ଭିମସାର ରେ ଯେଭଳି ନମୁନା ପରୀକ୍ଷା ହୁଏ, ସେ ପ୍ରତି ପଦକ୍ଷେପ ନେବାକୁ କହିଥିଲେ। ଆଇଜିଏଚରେ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଧିକାରୀମାନେ ଅବଗତ କରିଥିଲେ।

କୋଭିଡ୍ କାର୍ଯ୍ୟରେ ନିୟୋଜିତ ପୁଲିସ ଓଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଉପରେ ସରକାର ଗୁରୁତ୍ବାରୋପ କରିଥିଲେ। ଏବେ ସୁଦ୍ଧା ଦେଢ଼ଲକ୍ଷ କର୍ମଚାରୀ ପ୍ରଶିକ୍ଷଣ ନେଇସାରିଲେଣି।

ମୁଖ୍ୟମନ୍ତ୍ରୀ କହିଥିଲେ, ଏ ସମୟରେ ପାରିବାରିକ ହିଂସା ଏକ ଚିନ୍ତାର ବିଷୟ। ଏଣୁ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିବା ସହିତ ଫୋନରେ ସେମାନଙ୍କୁ ସହାୟତା ପ୍ରଦାନ ଉପରେ ପୁଲିସ ପଦକ୍ଷେପ ନେବା ଦରକାର।

Leave A Reply

Your email address will not be published.