ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସର୍ଭେ ମାପିଲା ଓଡ଼ିଶାରେ ମୋଦୀଙ୍କ ପ୍ରଭାବ

0
  • ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଅସନ୍ତୋଷ ଝଲକ ନାହିଁ
  • କେନ୍ଦ୍ର ଅବଦାନ ସଂପର୍କରେ ତଥ୍ୟ ବାଣ୍ଟିଲେଣି ନେତା, ବିଜେଡି ଜାଣିନି
  • ପ୍ରତି ଗରିବ ପରିବାରକୁ ମୋଦୀଙ୍କ ଅବଦାନ ୧୦ ହଜାର ୨୩୦ ଟଙ୍କା
  • ଓଡ଼ିଶାକୁ କେନ୍ଦ୍ରର ଅବଦାନ ୧୦ହଜାର ୩୩୭ କୋଟି ଟଙ୍କା
  • ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବଡ଼ ପ୍ରଭାବ ରଖିବା ସମ୍ଭାବନା

ଭୁବନେଶ୍ବର: ମୋଦୀ ସରକାରଙ୍କ ଠାରୁ ମିଳୁଥିବା ସାହାଯ୍ୟ ଯେମିତିକି ୩ଟି ମାଗଣା ଗ୍ୟାସ, ୩ମାସର ରାସନ, ମହିଳା ଜନଧନ ଆକାଉଣ୍ଟରେ ଭତ୍ତା ବା ସହାୟତାକୁ ଆପଣ କେମିତି ଦେଖୁଛନ୍ତି? ୫୧.୩୧% କହିଛନ୍ତି ବହୁତ ଭଲ, ୪୧.୧୪ % କହିଛନ୍ତି ଭଲ। ବାକି ୫.୪୪ % କହିଛନ୍ତି ମତ ରଖିହେବନି ଓ ୨.୧୦% ଙ୍କ ମତ ଖରାପ।

ପ୍ରଧାନମନ୍ତ୍ରୀ ଦୁଇଥର ଦେଇଥିବା ଆହ୍ବାନରେ ଯଥା ଘଣ୍ଟ ବଜାଇବାରେ ଓ ଦୀପ ଜାଳିବାରେ ଆପଣ ସାମିଲ ହୋଇଥିଲେ କି? ୯୬.୧୩ % ସାମିଲ ହୋଇଥିବା କହିଥିଲେ, ୨.୭୬ % କହିଥିଲେ ସେମାନେ ଭାଗ ନେଇନାହାନ୍ତି। ବାକି ୧.୧୧ % ଏଡ଼ାଇ ଯାଇଥିଲେ।

ପିପୁଲ୍ସ ଓପିନିୟନ୍ ସଂସ୍ଥା ଲକଡାଉନ୍ କାଳରେ କେନ୍ଦ୍ର ସରକାରଙ୍କ ପଦକ୍ଷେପର ଏଭଳି ଢଙ୍ଗରେ ଓଡ଼ିଶାରେ ଲୋକପ୍ରିୟତା ମାପିଛି। ଗୋଟିଏ ସୂତ୍ରରୁ ମିଳିଥିବା ଏହି ତଥ୍ୟ କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ବିଜେଡି ସରକାରକୁ ବିଜେପି ସମର୍ଥନ କରୁଥିଲେ ହେଁ ଓଡ଼ିଶା ଉପରୁ ନଜର ହଟାଇନାହିଁ। ଦଳ ଏବେ ବି ଲୋକଙ୍କ ମନ ଜିଣିବା ପାଇଁ ଉଦ୍ୟମ ଜାରି ରଖିଛି।

ଏହି ସର୍ଭେ କିନ୍ତୁ ରାଜ୍ୟ ସରକାରଙ୍କୁ ନୀଚ୍ଚା ଦେଖାଇନାହିଁ। ଲକଡାଉନ୍ ସମୟରେ ଜରୁରୀ ସାମଗ୍ରୀ ମିଳୁଛି ନା ନାହିଁ, ଏ ପ୍ରଶ୍ନ ଉତ୍ତରରେ ୬୧.୬୨ % ହଁ ମାରିଛନ୍ତି ବା ସନ୍ତୋଷ ବ୍ୟକ୍ତ କରିଛନ୍ତି। ୧୭.୭୬ % ଚଳନୀୟ କହିଛନ୍ତି ଓ ୨୦.୨୦ % ନକାରାତ୍ମକ ଉତ୍ତର ରଖିଛନ୍ତି। ୦.୪୨ % ଏହି ପ୍ରଶ୍ନରୁ ଦୂରେଇ ଯାଇଛନ୍ତି। ଅର୍ଥାତ୍ ସରକାର ବିରୋଧରେ ଲକଡାଉନ୍ ବଡ଼ ଧରଣର ଅସନ୍ତାେଷ ସୃଷ୍ଟି କରିପାରିନାହିଁ, ଯଦିଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଲୋକେ ଗ୍ରହଣ କରୁଛନ୍ତି ଓ ପ୍ରଶଂସା ବି କରୁଛନ୍ତି।

ପୂର୍ବରୁ ବିଜେପି ନେତାମାନେ ସଙ୍କେତ ଦେଇଛନ୍ତି ଯେ କରୋନା ସମୟରେ ପ୍ରତି ଗରିବ ପରିବାରକୁ ମୋଦୀଙ୍କ ଅବଦାନ ହେଉଛି ୧୦ ହଜାର ୨୩୦ ଟଙ୍କା। ପ୍ରତି ପରିବାର ପାଇଁ କିଲେ ଡାଲି ହିସାବରେ ୩ମାସକୁ ୩୦୦ ଟଙ୍କା, ୩ମାସ ପାଇଁ ୫କିଲୋ ଚାଉଳ ହିସାବରେ ୧୬୮୦ ଟଙ୍କା, କୃଷକ ସମ୍ମାନ ନିଧି ଯୋଜନାରେ ୨୦୦୦ ଟଙ୍କା, ଗିରବ, ଦିବ୍ୟାଙ୍ଗ, ଭତ୍ତା ବାବଦରେ ୧୦୦୦ ଟଙ୍କା, ଜନଧନ ଖାତାରେ ତିନିମାସ ପାଇଁ ୧୫୦୦ ଟଙ୍କା, ୩ଟି ଗ୍ୟାସ ସିଲିଣ୍ଡର ୨୫୧୭ ଟଙ୍କା, ନିର୍ମାଣ ଶ୍ରମିକଙ୍କ ପାଇଁ ୧୫୦୦ ଟଙ୍କା ଏହିପରି ହିସାବ ଦିଆଯାଇଛି। ସୋସିଆଲ ମିଡ଼ିଆରେ ବିଜେପିର ଏହି ହିସାବ ଉପରେ ବିଜେଡି ସାମ୍ନାକୁ ଆସି ପ୍ରତିଜବାବ ଦେଇନି।

ସେହପରି ବିଜେପି ସୋସିଆଲ ମିଡ଼ିଆରେ ଆଉ ଏକ ହିସାବ ଦେଇଛି ଯେ ସେମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାକୁ ୧୦ହଜାର ୩୩୭ କୋଟି ୧୫ଲକ୍ଷ ଟଙ୍କା ଦେଇଛନ୍ତି। ତାର ହିସାବ ଦେଇ କୁହାଯାଇଛି, ୩ କୋଟି ୨୪ଲକ୍ଷ ୭୦ ହଜାର ୪୯୯ ଜଣଙ୍କୁ ଚାଉଳ ବାବଦରେ ୧୪୬୧ କୋଟି ୧୮ଲକ୍ଷ ଟଙ୍କା ଦିଆଯାଇଛି।୯୨ଲକ୍ଷ ୮୫ ହଜାର ୫୫୬ ପରିବାରକୁ ୩ କେଜି ଡାଲି ହିସାବରେ ୨୭୮ କୋଟି ୫୭ଲକ୍ଷ ଟଙ୍କା, ୧୪ଲକ୍ଷ ୬୬ ହଜାର ୯୯୯ ଜଣଙ୍କୁ ହଜାରେ ଟଙ୍କା ଲେଖାଏଁ ବାର୍ଧକ୍ୟ ଭତ୍ତା ବାବଦରେ ୧୪୬ କୋଟି ୭ଲକ୍ଷ ଟଙ୍କା, ହଜାରେ ଟଙ୍କା ଲେଖାଏଁ ୫ଲକ୍ଷ ୨୫ ହଜାର ୬୫୨ ଜଣ ବିଧବାଙ୍କୁ ଭତ୍ତା ବାବଦରେ ୫୨ କୋଟି ୫୭ଲକ୍ଷ ଟଙ୍କା, ହଜାରେ ଟଙ୍କା ଲେଖାଏଁ ୮୬ ହଜାର ୭୬୧ ଜଣ ଦିବ୍ୟାଙ୍ଗଙ୍କୁ ଭତ୍ତା ବାବଦରେ ୮.୬୮ କୋଟି ପ୍ରଦାନ କରାଯାଇଛି।

କେବଳ ସେତିକି ନୁହେଁ, ୩୬.୨୮ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ୨୦୦୦ ଟଙ୍କା ହିସାବରେ ୭୨୫ କୋଟି ୬ଲକ୍ଷ ଟଙ୍କା, ୩୯.୫୧ଲକ୍ଷ ମହିଳାଙ୍କୁ ଜନଧନ ଖାତାଧାରୀଙ୍କୁ ୧୫୦୦ ଟଙ୍କା ହିସାବରେ ୫୯୨.୬୫ କୋଟି, ୪୭ଲକ୍ଷ ୪୭ ହଜାର ୩୭୦ ପରିବାରକୁ ମାଗଣା ତିନିଟି ଗ୍ୟାସ ସିଲିଣ୍ଡର ପାଇଁ ୧୧୦୨ କୋଟି ୮୧ଲକ୍ଷ ଟଙ୍କା ଦିଆଯାଇଛି। ୨୭ଲକ୍ଷ ୮୪ ହଜାର ୯୭୨ ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ହିସାବରେ ୪୧୭.୭୫ କୋଟି ଓ ମନରେଗା ଯୋଜନାରେ ୬୧ଲକ୍ଷ ଶ୍ରମିକଙ୍କ ମଜୁରୀରେ ୨୦ ଟଙ୍କା ବୃଦ୍ଧି କରି ୧୨୨୦ କୋଟି ଏବଂ ଏନଡିଆରଏଫରୁ ୧୭୯. ୬୪ କୋଟି ଟଙ୍କା, ଏସଡିଆରଏଫ୍ ରୁ ଅର୍ଥ ବ୍ୟବହାର ପାଇଁ ଅନୁମତି ଦେଇ ୨୧୩୯ କୋଟି ପ୍ରଦାନ କରାଯାଇଛି। ଏହାବ୍ୟତୀତ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ବ୍ୟୟ ପାଇଁ ଅନୁମତି କ୍ରମେ ୨୦୧୨କୋଟି ଟଙ୍କା ଖର୍ଚ୍ଚ ସୁଯୋଗ ସୃଷ୍ଟି କରାଯାଇଛି।

ରାଜନୈତିକ ପଣ୍ଡିତମାନଙ୍କର କହିବା କଥା ହେଉଛି, ବିଜେପି ଏହାରି ଭିତରେ ବି ସବୁ ଶ୍ରେୟ ରାଜ୍ୟ ସରକାରଙ୍କୁ ଦେବାକୁ ଚାହିଁନାହିଁ। ବରଂ ନିଜ ଲୋକଙ୍କ ପାଖରେ କେନ୍ଦ୍ରର ସହଯୋଗ ସଂପର୍କରେ ବାର୍ତା ରଖିବା ଲାଗି ସୁଯୋଗ ସୃଷ୍ଟି କରିଛି। ଏଯାଏ କିନ୍ତୁ ବିଜେଡି ଏହା ଉପରେ କୌଣସି ପଦକ୍ଷେପ ନେଇନାହିଁ। ଆଗକୁ ପଞ୍ଚାୟତ ଓ ପୌରନିର୍ବାଚନ ଥିବା ପରିପ୍ରେକ୍ଷୀରେ ବିଜେପିର ଏହି ସର୍ଭେ ଓ ତଥ୍ୟ ବଡ଼ ପ୍ରଭାବ ରଖିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି କୁହାଯାଉଛି।

Leave A Reply

Your email address will not be published.