ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ପୁଣି ନବୀନ ଚମକାଇଲେ: ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ

0

ଅସାଧାରଣ ସମୟରେ ଅସାଧାରଣ ନିଷ୍ପତ୍ତି ନେବାକୁ ହୁଏ

ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଏଭଳି ପଦକ୍ଷେପ ନେଉଛନ୍ତି, ଯାହା ଭାରତବର୍ଷକୁ ଚମକାଇ ଦେବାଭଳି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏକ ବାର୍ତା ଦେଇ ନବୀନ ଏକ ବଡ଼ ଘୋଷଣା କରିଛନ୍ତି ଯେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯିବ। ଏଥିପୁାଇଁ ନିୟମରେ ବଡ଼ ସଂଶୋଧନ କରାଯିବ। ଏଇଥିପାଇଁ ଯେ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନେ ଘରକୁ ଫେରିବା ମାତ୍ରେ ସେମାନଙ୍କୁ ନିଶ୍ଚିତ ପଞ୍ଜୀକରଣ କରିବା ଦାୟିତ୍ବ ସରପଞ୍ଚମାନଙ୍କର। କୌଣସି ପରିସ୍ଥିତିରେ ଜଣେ ବି ଲୋକ ରହିବେ ନାହିଁ, ଯିଏ ଅନ୍ୟ ରାଜ୍ୟରୁ ଆସିଥିବ ଆଉ ପଞ୍ଜୀକରଣ ହେବ ନାହିଁ ବା କ୍ବାରାଣ୍ଟିନରେ ରହିନଥିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କୋହଳ ପରେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଅଟକି ରହିଥିବା ଶ୍ରମିକ କିଭଳି ସୁବିଧାରେ ଫେରିବେ ସେ ଦିଗରେ ପଦକ୍ଷେପ ନିଆଯିବ। କିନ୍ତୁ ସେମାନେ ଫେରିବା ପରେ ସେମାନେ ପଞ୍ଜୀକୃତ ହେବେ ଓ ତାଙ୍କୁ ୧୪ ଦିନ କ୍ବାରାଣ୍ଟିନରେ ରଖାଯିବ। ସେମାନଙ୍କ ଖାଇବା, ରହିବା ଓ ଚିକିତ୍ସା ଖର୍ଚ୍ଚ ସବୁ ସରକାର ବହନ କରିବେ। ଏହା ପରେ ସେମାନଙ୍କୁ ୨୦୦୦ ଟଙ୍କାର ଏକ ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ।

ଗତ ୯ ତାରିଖ ଦିନ ରାଜ୍ୟବାସୀଙ୍କ ସାମ୍ନାରେ ରଖିଥିବା ଚିତ୍ର ଓ ଆଜିର ବାସ୍ତବତା ସଂପର୍କରେ ଏକ ତୁଳନାତ୍ମକ ପରିସଂଖ୍ୟାନ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇତିମଧ୍ୟରେ ଦେଶରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବହୁଗୁଣିତ ହୋଇଛି। ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୪୨ରୁ ୬୧ରେ ପହଞ୍ଚିଛି। ଏହା ନିୟନ୍ତ୍ରଣ ହେବା ପଛରେ ସବୁ ବ୍ୟକ୍ତି, ସବୁ ପରିବାର , ସବୁ ମହିଳା ଓ ମୁକାବିଲା ପାଇଁ ଅନବରତ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ତ୍ୟାଗ ନିହିତ ରହିଛି।

ଏବେ ରାଜ୍ୟ କଠିନ ସମୟ ମଧ୍ୟରେ ରହିଛି। ଏବେ ସମୟ ତାଙ୍କ ବ୍ୟକ୍ତିଗତ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ। ପ୍ରତି ଲୋକ କିଭଳି ସୁରକ୍ଷିତ ରହିବେ, ତାହା ଏବେ ସରକାରଙ୍କ ପାଇଁ ପ୍ରାଥମିକତା। ଏଣୁ ରାଜ୍ୟ ବାହାରୁ ଯେଉଁ ବ୍ୟକ୍ତି ବି ଆସିବେ, ସେମାନଙ୍କୁ ପଞ୍ଜୀକରଣ କରାଇ ୧୪ ପାଇଁ କ୍ବାରାଣ୍ଟିନ ରଖିବା ଦାୟିତ୍ବ ସମଗ୍ର ରାଜ୍ୟବାସୀଙ୍କର ବୋଲି ନବୀନ ନିବେଦନ କରିଛନ୍ତି।

ଆସନ୍ତାକାଲିଠାରୁ ଲକଡ଼ାଉନ କଟକଣାରେ କିଛିଟା କୋହଳ କରାଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ବାହାରେ ଥିବା ଲକ୍ଷ ଲକ୍ଷ ଶ୍ରମିକ, ଇଞ୍ଜିନିୟର, ଛାତ୍ର ଯେଭଳି ନିରାପଦରେ ଫେରିବେ ଓ ସେମାନଙ୍କ ଠାରୁ କୌଣସି ବି ବିପଦ କାହା ପ୍ରତି ରହିବ ନାହିଁ,ତାହାକୁ ନିଶ୍ଚିତକ କରିବା ଲାଗି ସରକାର କସରତ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ ଭାବେ କହିଛନ୍ତି, ପଞ୍ଚାୟତ ଓ ପୌରାଞ୍ଚଳ ସହଯୋଗ ବିନା ଏସବୁ ସମ୍ଭବ ନୁହେଁ। ଏଣୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ତାଙ୍କ ପଞ୍ଚାୟତକୁ ଆସୁଥିବା ପ୍ରତିଟି ବ୍ୟକ୍ତିର ଉପଯୁକ୍ତ ଦାୟିତ୍ବ ନେବା ଲାଗି କ୍ଷମତାପ୍ରାପ୍ତ କରାଯାଇଛି।

Leave A Reply

Your email address will not be published.