ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ବଦଳିିଯିବ ନିର୍ବାଚନ ପ୍ରଚାର ତରିକା

0

ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ସବୁ ପ୍ରମୁଖ ଦେଶ ଅପେକ୍ଷା ଭାରତବର୍ଷର ନିର୍ବାଚନ ପ୍ରଚାର ତରିକା ନିଆରା। ଏହା ଯେତିକି ବ୍ୟୟବହୁଳ, ସେତିକି ଅବ୍ୟବସ୍ଥିତ। ପ୍ରଚାର ବେଳେ ଯେତିକି ହିଂସା ଘଟେ, ପ୍ରାୟ ତା ଠାରୁ କେଇ ଗୁଣ ଅଧିକ ଲୋକଙ୍କ ଭାବଗତ ସଂପର୍କକୁ ଏହା ଅଳ୍ପ ବହୁତେ ପ୍ରଭାବିତ କରିଥାଏ। କେଉଁଠି ନା କେଉଁଠି ଏହା ହିଁ ଭାରତର ରାଜନୀତିରେ ଦୁର୍ନୀତି ପାଇଁ ଏକ ବଡ଼ ଖୋରାକ ଯୋଗାଇଥାଏ। ପୁଳେ ଟଙ୍କା ଓ ଟୋକା ନ ରଖିଲେ, ଭାରତରେ ନିର୍ବାଚନ ଲଢିବା ଦୂରୁହ ବ୍ୟାପାର ବୋଲି କୁହାଯାଏ। ପଞ୍ଝେ ଭବିଷ୍ୟତରେ ନିର୍ବାଚନରେ ଠିଆ ହେବେ ବୋଲି ଭାବି ଅର୍ଥ ଠୁଳ କରନ୍ତି ଓ ଆଉ କିଛି ଥରେ ନିର୍ବାଚିତ ହେବା ପରେ।

ବିଶ୍ବ ମହାମାରୀ କରୋନା ଯେଭଳି ସବୁଠି ଅସାଧାରଣ ପରିସ୍ଥିତି ସୃଷ୍ଟି କରିଛି, ସେଥିରେ ଅନେକ ଅସାଧାରଣ ନିଷ୍ପତ୍ତି ବି ନିଆଯାଉଛି। ଆଉ ଏହା ଭିତରେ ଭାରତରେ ନିର୍ବାଚନ ପ୍ରଚାର ଧାରା ଓ ତରିକା ବଦଳିଯାଇପାରେ, ଏମିତି ଏକ ସଙ୍କେତ ମିଳିଲାଣି। କେନ୍ଦ୍ର ସରକାର କରୋନା କଟକଣା କୋହଳ କରିଦେଇପାରନ୍ତି, କିନ୍ତୁ ଏହି ମାରାତ୍ମକ ଭୂତାଣୁକୁ ପ୍ରତିହତ କରିବା ଲାଗି ଟିକା ନ ବାହାରିବା ପର୍ଯ୍ୟନ୍ତ ସାମାଜିକ ଦ୍ବରତ୍ବ ରକ୍ଷା କରିବା ଅପରିହାର୍ଯ୍ୟ। ଏପରି ପରିସ୍ଥିତିରେ ଓଡ଼ିଶାରେ ଅଟକି ଯାଇଥିବା ପଞ୍ଚାୟତ ଉପ ନିର୍ବାଚନ ହୋଇପାରେ। ଅକ୍ଟୋବର ମାସରେ ବିହାରରେ ବିଧାନସଭା ନିର୍ବାଚନ ହେବ। ୨୦୨୧ ପ୍ରାରମ୍ଭରେ ଓଡ଼ିଶାରେ ଯେତେବେଳେ ପୌର ନିର୍ବାଚନ ଅନୁଷ୍ଠିତ ହେବ, ସେତେବେଳେ?

ଏସବୁରେ କଣ ପୂର୍ବଭଳି ସାଧାରଣ ସଭା, ରାଲିକୁ ଅନୁମତି ଦିଆଯିବ? ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ଧରି ମଟର ସାଇକେଲ୍ ରାଲି କରିବେ? ଏମିତି ଅନେକ ପ୍ରଶ୍ନ ଉପରେ ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ତର୍ଜମା ଆରମ୍ଭ କରିଦେଲେଣି। କରୋନା ଭଳି ଭୁତାଣୁ ଏସବୁଥିରେ ପୂର୍ଣ୍ଣଛେଦ ପକାଇବା ପାଇଁ ଏକ ବଡ଼ସୁଯୋଗ ବୋଲି ବିଚାର କରାଯାଉଛି।

ଭାରତ ବର୍ଷର ପ୍ରମୁଖ ରାଜନୈତିକ ଦଳ ଏହାର ବିକଳ୍ପ ସୂତ୍ର ବାହାର କରିବା ଲାଗି ଏବେଠାରୁ ପ୍ରକ୍ରିୟା ଆରମ୍ଭ କରିଦେଲେଣି। ବିଶେଷକରି ଡିଜିଟାଲ ପ୍ରଚାର ଉପରେ ଫୋକସ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି। କେଉଁଭଳି ଫର୍ମୁଲା ବ୍ୟବହାର କରାଗଲେ, ଏହା ଲୋକଙ୍କୁ ଛୁଇଁପାରିବ, ସମସ୍ତଙ୍କ ପାଖରେ ପହଞ୍ଚି ହେବ, ନିଜ ସପକ୍ଷରେ ଅଳ୍ପ କେଇ ସେକେଣ୍ଡ ମଧ୍ୟରେ ଅନେକ ବର୍ଷ ଲାଗି ପ୍ରତିଶ୍ରୁତି ଦେଇହେବ, ସର୍ବୋପରି ଆସ୍ଥାଭାଜନ ହେବା ଲାଗି ସ୍ଲୋଗାନ ଆଦିର ତରିକା କଣ ହେବା ଦରକାର, ସେ ଉପରେ ବଡ଼ ବଡ଼ ବିଶେଷଜ୍ଞଙ୍କୁ ଡାକି ରାସ୍ତା କାଢିବା ଲାଗି ଚିନ୍ତା ଚାଲିଛି।

ବେଳ ଥାଉଥାଉ ଓଡ଼ିଶାର ଆଞ୍ଚଳିକ ଦଳମାନେ ମଧ୍ୟ ଏଭଳି ତରିକାକୁ ଆପଣାଇବା ପାଇଁ ବିଚାର କରିବା ଦରକାର ବୋଲି ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଲେଣି। ଏମିତିରେ ବି ଆଗରୁ ସବୁ ଛାପା ପ୍ରଣ୍ଟିଂ ପୋଷ୍ଟର, ମିଟର ମିଟର କନାରେ ତିଆରି ବ୍ୟାନର, ପୁସିଂ କାର୍ଡ ଆଦିର ଢେର୍ ପ୍ରଚଳନ ଥିଲା। ଘର କାନ୍ଛରେ ବିଭିନ୍ନ ରଙ୍ଗରେ ଲେଖିବା ଏହାର ଏକ ଅଂଶବିଶେଷ ଥିଲା, ଯେଉଁଥିରେ ନିର୍ବାଚନ ପୂର୍ବରୁ ନେତା ଓ ତାଙ୍କ ଆଭିମୁଖ୍ୟ ସଂପର୍କରେ ବାର୍ତା ସଂଗ୍ରହ କରୁଥିଲେ ଲୋକେ। ଏହି ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିଛି। ଏଣୁ କରୋନା ସହିତ ବ୍ୟୟବହୁଳ ନିର୍ବାଚନରେ କିଛି ବଡ଼ ପରିବର୍ତନ ଆସିପାରିଲା, ସେଥିରେ କେବଳ ମଙ୍ଗଳ ହିଁ ମଙ୍ଗଳ। କେବଳ ଖର୍ଚ୍ଚ ରୋକାଯାଇପାରିବ ତା ନୁହେଁ, ପ୍ରତ୍ୟକ୍ଷ ପ୍ରଚାର କମିଲେ, ଗଣ୍ଡଗୋଳ, ମାରପିଟ୍ ବି କମିଯିବ। ସୁସ୍ଥ ସମାଜ ପାଇଁ ଏହାଠାରୁ ଆଉ ବଡ଼ କଥା କଣ ହୋଇପାରେ?

Leave A Reply

Your email address will not be published.