ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବଦଳିିଯିବ ନିର୍ବାଚନ ପ୍ରଚାର ତରିକା

0

ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ସବୁ ପ୍ରମୁଖ ଦେଶ ଅପେକ୍ଷା ଭାରତବର୍ଷର ନିର୍ବାଚନ ପ୍ରଚାର ତରିକା ନିଆରା। ଏହା ଯେତିକି ବ୍ୟୟବହୁଳ, ସେତିକି ଅବ୍ୟବସ୍ଥିତ। ପ୍ରଚାର ବେଳେ ଯେତିକି ହିଂସା ଘଟେ, ପ୍ରାୟ ତା ଠାରୁ କେଇ ଗୁଣ ଅଧିକ ଲୋକଙ୍କ ଭାବଗତ ସଂପର୍କକୁ ଏହା ଅଳ୍ପ ବହୁତେ ପ୍ରଭାବିତ କରିଥାଏ। କେଉଁଠି ନା କେଉଁଠି ଏହା ହିଁ ଭାରତର ରାଜନୀତିରେ ଦୁର୍ନୀତି ପାଇଁ ଏକ ବଡ଼ ଖୋରାକ ଯୋଗାଇଥାଏ। ପୁଳେ ଟଙ୍କା ଓ ଟୋକା ନ ରଖିଲେ, ଭାରତରେ ନିର୍ବାଚନ ଲଢିବା ଦୂରୁହ ବ୍ୟାପାର ବୋଲି କୁହାଯାଏ। ପଞ୍ଝେ ଭବିଷ୍ୟତରେ ନିର୍ବାଚନରେ ଠିଆ ହେବେ ବୋଲି ଭାବି ଅର୍ଥ ଠୁଳ କରନ୍ତି ଓ ଆଉ କିଛି ଥରେ ନିର୍ବାଚିତ ହେବା ପରେ।

ବିଶ୍ବ ମହାମାରୀ କରୋନା ଯେଭଳି ସବୁଠି ଅସାଧାରଣ ପରିସ୍ଥିତି ସୃଷ୍ଟି କରିଛି, ସେଥିରେ ଅନେକ ଅସାଧାରଣ ନିଷ୍ପତ୍ତି ବି ନିଆଯାଉଛି। ଆଉ ଏହା ଭିତରେ ଭାରତରେ ନିର୍ବାଚନ ପ୍ରଚାର ଧାରା ଓ ତରିକା ବଦଳିଯାଇପାରେ, ଏମିତି ଏକ ସଙ୍କେତ ମିଳିଲାଣି। କେନ୍ଦ୍ର ସରକାର କରୋନା କଟକଣା କୋହଳ କରିଦେଇପାରନ୍ତି, କିନ୍ତୁ ଏହି ମାରାତ୍ମକ ଭୂତାଣୁକୁ ପ୍ରତିହତ କରିବା ଲାଗି ଟିକା ନ ବାହାରିବା ପର୍ଯ୍ୟନ୍ତ ସାମାଜିକ ଦ୍ବରତ୍ବ ରକ୍ଷା କରିବା ଅପରିହାର୍ଯ୍ୟ। ଏପରି ପରିସ୍ଥିତିରେ ଓଡ଼ିଶାରେ ଅଟକି ଯାଇଥିବା ପଞ୍ଚାୟତ ଉପ ନିର୍ବାଚନ ହୋଇପାରେ। ଅକ୍ଟୋବର ମାସରେ ବିହାରରେ ବିଧାନସଭା ନିର୍ବାଚନ ହେବ। ୨୦୨୧ ପ୍ରାରମ୍ଭରେ ଓଡ଼ିଶାରେ ଯେତେବେଳେ ପୌର ନିର୍ବାଚନ ଅନୁଷ୍ଠିତ ହେବ, ସେତେବେଳେ?

ଏସବୁରେ କଣ ପୂର୍ବଭଳି ସାଧାରଣ ସଭା, ରାଲିକୁ ଅନୁମତି ଦିଆଯିବ? ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ଧରି ମଟର ସାଇକେଲ୍ ରାଲି କରିବେ? ଏମିତି ଅନେକ ପ୍ରଶ୍ନ ଉପରେ ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ତର୍ଜମା ଆରମ୍ଭ କରିଦେଲେଣି। କରୋନା ଭଳି ଭୁତାଣୁ ଏସବୁଥିରେ ପୂର୍ଣ୍ଣଛେଦ ପକାଇବା ପାଇଁ ଏକ ବଡ଼ସୁଯୋଗ ବୋଲି ବିଚାର କରାଯାଉଛି।

ଭାରତ ବର୍ଷର ପ୍ରମୁଖ ରାଜନୈତିକ ଦଳ ଏହାର ବିକଳ୍ପ ସୂତ୍ର ବାହାର କରିବା ଲାଗି ଏବେଠାରୁ ପ୍ରକ୍ରିୟା ଆରମ୍ଭ କରିଦେଲେଣି। ବିଶେଷକରି ଡିଜିଟାଲ ପ୍ରଚାର ଉପରେ ଫୋକସ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି। କେଉଁଭଳି ଫର୍ମୁଲା ବ୍ୟବହାର କରାଗଲେ, ଏହା ଲୋକଙ୍କୁ ଛୁଇଁପାରିବ, ସମସ୍ତଙ୍କ ପାଖରେ ପହଞ୍ଚି ହେବ, ନିଜ ସପକ୍ଷରେ ଅଳ୍ପ କେଇ ସେକେଣ୍ଡ ମଧ୍ୟରେ ଅନେକ ବର୍ଷ ଲାଗି ପ୍ରତିଶ୍ରୁତି ଦେଇହେବ, ସର୍ବୋପରି ଆସ୍ଥାଭାଜନ ହେବା ଲାଗି ସ୍ଲୋଗାନ ଆଦିର ତରିକା କଣ ହେବା ଦରକାର, ସେ ଉପରେ ବଡ଼ ବଡ଼ ବିଶେଷଜ୍ଞଙ୍କୁ ଡାକି ରାସ୍ତା କାଢିବା ଲାଗି ଚିନ୍ତା ଚାଲିଛି।

ବେଳ ଥାଉଥାଉ ଓଡ଼ିଶାର ଆଞ୍ଚଳିକ ଦଳମାନେ ମଧ୍ୟ ଏଭଳି ତରିକାକୁ ଆପଣାଇବା ପାଇଁ ବିଚାର କରିବା ଦରକାର ବୋଲି ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଲେଣି। ଏମିତିରେ ବି ଆଗରୁ ସବୁ ଛାପା ପ୍ରଣ୍ଟିଂ ପୋଷ୍ଟର, ମିଟର ମିଟର କନାରେ ତିଆରି ବ୍ୟାନର, ପୁସିଂ କାର୍ଡ ଆଦିର ଢେର୍ ପ୍ରଚଳନ ଥିଲା। ଘର କାନ୍ଛରେ ବିଭିନ୍ନ ରଙ୍ଗରେ ଲେଖିବା ଏହାର ଏକ ଅଂଶବିଶେଷ ଥିଲା, ଯେଉଁଥିରେ ନିର୍ବାଚନ ପୂର୍ବରୁ ନେତା ଓ ତାଙ୍କ ଆଭିମୁଖ୍ୟ ସଂପର୍କରେ ବାର୍ତା ସଂଗ୍ରହ କରୁଥିଲେ ଲୋକେ। ଏହି ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିଛି। ଏଣୁ କରୋନା ସହିତ ବ୍ୟୟବହୁଳ ନିର୍ବାଚନରେ କିଛି ବଡ଼ ପରିବର୍ତନ ଆସିପାରିଲା, ସେଥିରେ କେବଳ ମଙ୍ଗଳ ହିଁ ମଙ୍ଗଳ। କେବଳ ଖର୍ଚ୍ଚ ରୋକାଯାଇପାରିବ ତା ନୁହେଁ, ପ୍ରତ୍ୟକ୍ଷ ପ୍ରଚାର କମିଲେ, ଗଣ୍ଡଗୋଳ, ମାରପିଟ୍ ବି କମିଯିବ। ସୁସ୍ଥ ସମାଜ ପାଇଁ ଏହାଠାରୁ ଆଉ ବଡ଼ କଥା କଣ ହୋଇପାରେ?

Leave A Reply

Your email address will not be published.