ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ପୁଣି ବଡ଼ ଓ କଠୋର ନିଷ୍ପତ୍ତି ଶୁଣାଇଲେ ନବୀନ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଜି ଘୋଷଣା କରିଛନ୍ତି, କରୋନା ଚିକିତ୍ସା ସମୟରେ ପ୍ରାଣ ହରାଇଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ ସହଯୋଗୀ ସେବା ପ୍ରଦାନକାରୀ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ଲକ୍ଷ ଟଙ୍କା। କେବଳ ସେତିକି ନୁହେଁ, ସରକାର ସେମାନଙ୍କୁ ସହିଦ ଭାବେ ମର୍ଯ୍ୟାଦା ଦେବେ ଓ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ କରାଯିବ। ସଂପୃକ୍ତ ବ୍ୟକ୍ତି ବାକି ଯେତିକି ଚାକିରି କରିଥାନ୍ତେ, ସେତିକି ଦିନ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ପୂରା ଦରମା ପୂର୍ବଭଳି ମିଳିବ। ସରକାରୀ ନିୟମ ମୁତାବକ ପେନ୍‍ସନ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ।

କୌଣସି ବି ପରିସ୍ଥିତିରେ ଏସବୁ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଅସମ୍ମାନ କଲେ ସରକାର ଏହାକୁ ବରଦାସ୍ତ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ କରୋନା ଯୁଦ୍ଧରେ ଜଣେ ଜଣେ ଉତ୍ସର୍ଗୀକୃତ ସେବକ, ଯିଏ ସବୁକିଛି ତୁଚ୍ଛ କରି ଲଢେଇ ଜାରି ରଖିଛନ୍ତି। ଏଣୁ ଏମାନଙ୍କୁ ଅସମ୍ମାନ କଲେ ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ଗଣାଯିବ ଓ ଏନଏସଏରେ ଗିରଫ କରିବାକୁ ସରକାର ପଛଘୁଞ୍ଚା ଦେବେ ନାହିଁ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ କଠୋର ପଦକ୍ଷେପ କାରଣରୁ ଏଯାଏ କରୋନାକୁ ରାଜ୍ୟ ପ୍ରତିହତ କରିବାରେ ସକ୍ଷମ ହୋଇଛି। ଏସବୁ ପାଇଁ ଯେଉଁମାନେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ସମସ୍ତେ କୃତଜ୍ଞ ରହିବା ଲାଗି ନବୀନ ନିବେଦନ କରିଛନ୍ତି।

Leave A Reply

Your email address will not be published.