ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଧର୍ମେନ୍ଦ୍ରଙ୍କ ପ୍ରଭାବ ବଢୁଛି, ପତିଆରା ବି

0

ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ନେଇ ଉଭୟ ଗୁଜରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ େବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶ୍ବାସକୁ ନେଇ ଭିଡ଼ିଓ କନଫରେନ୍ସିଂରେ ଯୋଡ଼ିବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧି ହିସାବରେ ନୁହେଁ, ବରଂ ଓଡ଼ିଶାରେ ଶ୍ରୀ ପ୍ରଧାନଙ୍କ ଭୂମିକା ବର୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ନିଆଯାଇଥିବା ଗୋଟିଏ ମହଲ ବିଶ୍ବାସ କରୁଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅତ୍ୟନ୍ତ ନିକଟତମ ହୋଇଥିବା କାରଣରୁ ଶ୍ରୀ ପ୍ରଧାନଙ୍କୁ ଅଣଦେଖା କରିବା ବର୍ତମାନ ସମୟରେ ଓଡ଼ିଶା ପାଇଁ ଠିକ୍ ନୁହେଁ ବୋଲି ବିଚାର କରି ରାଜ୍ୟ ସରକାର ଏଭଳି କରିଥିବା ଆଉ ଗୋଟିଏ ମହଲରେ ଚର୍ଚ୍ଚା ହେଉଛି। ଏହି ଘଟଣା କିନ୍ତୁ କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ଶ୍ରୀ ପ୍ରଧାନଙ୍କର ଓଡ଼ିଶା ରାଜନୀତିରେ ଏକ ବିଶେଷ ପ୍ରଭାବ ଦେଖାଗଲାଣି।


ନିର୍ବାଚନ ପୂର୍ବରୁ ସୁରଟ ଭୋଟକୁ େନଇ ଯେତେବେଳେ ବିଜେଡି-ବିଜେପି ମଧ୍ୟରେ ବଳ କଷାକଷି ଚାଲିଥିଲା, ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ନେତୃତ୍ବ ନେଇ ସୁରଟରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହା ସେ ସମୟରେ ଓଡ଼ିଶା ରାଜନୀତିରେ ବଡ଼ ପ୍ରଭାବ ରଖିଥିଲା। ପରବର୍ତୀ ସମୟରେ ବିଜେଡି ସୁରଟକୁ ଫୋକସ କରିଥିଲା। ଏବେ ସୁରଟ ଫେରନ୍ତାଙ୍କ ପ୍ରସଙ୍ଗରେ ଶ୍ରୀ ପ୍ରଧାନଙ୍କୁ ସରକାର ବିଶ୍ବାସକୁ ନେବା ରାଜନୈତିକ ଦୃଷ୍ଟି କୋଣରୁ ବିଜେଡି ପାଇଁ କେତେ ଯୁକ୍ତିଯୁକ୍ତ ତାହା ଅଲଗା କଥା, କିନ୍ତୁ ବର୍ତମାନ ସମୟରେ ଆବଶ୍ୟକତା ଥିଲା ବୋଲି କୁହାଯାଉଛି।

ନିର୍ବାଚନ ପରବର୍ତୀ ସମୟରେ ଶ୍ରୀ ପ୍ରଧାନ ଏକ ଭିନ୍ନ ତରିକାରେ ରାଜନୈତିକ ଗୋଟିଚାଳନା କରୁଛନ୍ତି। ରାଜ୍ୟ ସରକାରଙ୍କୁ ସମାଲୋଚନା ନ କଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ମୋଦୀଙ୍କ ସବୁ ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ଉପରେ ସେ ଜୋର ଦେଉଛନ୍ତି। ଦଳର ବରିଷ୍ଠ କର୍ମକର୍ତାଙ୍କ ସହିତ ପ୍ରତ୍ୟହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା ଜାରି ରଖିଛନ୍ତି।

ଏକଦା ବଡ଼ ବଡ଼ ଶିଳ୍ପପତିଙ୍କୁ ଧରି ସେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କ ସହ ସଚିବାଳୟରେ କଥା ହୋଇଥିଲେ। େମକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ କିଭଳି ସଫଳ ହେବ, ସେ ନେଇ ତାଙ୍କର ସହଯୋଗର ହାତ ବଢାଇଥିଲେ। ତାଙ୍କ ବିଭାଗ ଅଧୀନସ୍ଥ ପଦକ୍ଷେପ ନେବା କ୍ଷେତ୍ରରେ ମଧ୍ୟ ସେ କୌଣସି ସୁଯୋଗ ହାତଛ଼ଡ଼ା କରୁନାହାନ୍ତି। ଏପରିକି କରେନା ସମୟରେ ତାଙ୍କ ମନ୍ତ୍ରାଳୟ ଅଧୀନସ୍ଥ ସାଧାରଣ ଉଦ୍ୟୋଗ ଯେଉଁଭଳି ସହଯୋଗର ହାତ ବଢାଇଲା ତାକୁ ମଧ୍ୟ ସରକାର ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.