ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବିଜେଡି ଭୋଟ ବ୍ୟାଙ୍କରେ ବିଜେପି ଆଖି

0
  • ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା ବୋଲି କହିଲା କେନ୍ଦ୍ର
  • ସାରା ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲେଣି ସ୍ୱୟଂ ସହାୟକ ଗୋଷ୍ଠୀ
  • ସେବା ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏସଏଚଜି ସଦସ୍ୟା
  • ଚାରି ଲକ୍ଷ ମାସ୍କ କରୁଛନ୍ତି ଗଜପତି ଜିଲ୍ଲାର ମହିଳା ଗୋଷ୍ଠୀ, ରାଜନୈତିକ ମହଲରେ ଗୁଞ୍ଜରଣ

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବି ବିଜେଡି କିଭଳି ୧୦୩ ଆସନ ଦଖଲ କଲା? ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଅସମ୍ଭବ ହାଵା ସତ୍ତ୍ବେ ୨୦୧୪ ସାଧାରଣ ନିର୍ବାଚନରେ କାହିଁକି ଏହାର ପ୍ରଭାବ ଓଡ଼ିଶା ଉପରେ ପଡିଲାନି ? ପଞ୍ଚାୟତ ନିର୍ବାଚନରେ ବଡ଼ ଭୋଟ ବ୍ୟାଙ୍କ ହାସଲ ଓ ପ୍ରଚଣ୍ଡ ଆକ୍ରମଣାତ୍ମକ ପ୍ରଚାର ଓ ଗୋଟିଚାଳନା ସତ୍ତ୍ବେ କାହିଁକି ୨୦୧୯ ନିର୍ବାଚନରେ ବିଜେଡି ରାସ୍ତା ଓଗାଳିପାରିଲାନି ବିଜେପି ?

ଏଭଳି ତିନିଟି ବଡ଼ ରାଜନୈତିକ ପ୍ରଶ୍ନର ଅତ୍ୟନ୍ତ ସରଳ ଉତ୍ତର ହେଲା, ଓଡ଼ିଶାର ମହିଳା ଭୋଟର ବିଜେଡ଼ି ସପକ୍ଷରେ। ୨୦୦୭ ମସିହା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ସଂକ୍ରାନ୍ତରେ ଅତ୍ୟନ୍ତ ପ୍ରଭାବଶାଳୀ ଗୋଟିଚାଳନା ଯେ କୌଣସି ରାଜନୈତିକ ଶକ୍ତିକୁ ଗତ ୧୨ ବର୍ଷ ମଧ୍ୟରେ ପରାସ୍ତ କରିବାର ସାମର୍ଥ୍ୟ ରଖିଛି। ଗତ ନିର୍ବାଚନରେ ବିଜେଡି ଏତେବଡ଼ ସଂଖ୍ୟା ହାସଲ କରିବା ପଛରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏକ ବଡ଼ ଦାୟିତ୍ବ ତୁଲାଇଛନ୍ତି। ଆଉ ସଂପ୍ରତି କରୋନା ବିପର୍ଯ୍ୟୟ ସମୟରେ ଏହି ମହିଳା ଗୋଷ୍ଠୀ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ବାହାରିଥିବା ନିଜେ ରାଜ୍ୟ ସରକାର ସ୍ବୀକାର କରିସାରିଛନ୍ତି।

ହେଲେ ସମସ୍ତଙ୍କ ଅଲକ୍ଷ୍ୟରେ ବିଜେଡିର ଭୋଟ ବ୍ୟାଙ୍କ ଉପରେ ବିଜେପି ନଜର ପକାଇଥିବା ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ମଧ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଶଂସା କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନାକୁ ଏହା ସହିତ ଯୋଡିଛନ୍ତି। କେବଳ ସେତିକି ନୁହେଁ, ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ମହିଳାଙ୍କୁ ନେଇ ୪ଲକ୍ଷ ମାସ୍କ ତିଆରି ପାଇଁ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି। ଆହୁର ଜଣାପଡିଛି ଯେ ଆଜିଯାଏ ମହିଳା ଏସଏଚଜି କେବଳ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରକୁ ପ୍ରଶଂସା କରି ଚାଲିଥିଲେ। ଏବେ କିନ୍ତୁ ଏହି ଜିଲ୍ଲାର ଏସଏଚଜି ସଦସ୍ୟା ଜେ ବାଲାମଣି ଆଚାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରକୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି, କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା। ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଣ୍ଟାଇବା ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନେ ମାସ୍କ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସାରା ଦେଶରେ ବିଭିନ୍ନ ଏସଏଚଜି ମହିଳାଙ୍କ ଦ୍ୱାରା ବର୍ତମାନସୁଦ୍ଧା ୧ କୋଟିରୁ ଅଧିକ ମାସ୍କ ତିଆରି କରାଯାଇସାରିଲାଣି। ଭାରତ ସରକାରଙ୍କ ସହରାଂଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଦୀନ ଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିସନ (ଡିଏୱାଇଏନୟୁଏଲଏମ) ଯୋଜନା ଅଧୀନରେ ଏସଏଚଜି ମହିଳାମାନେ ମାସ୍କ ତିଆରି କରିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି ବୋଲି କୁହାଯାଇଛି। ଏମାନଙ୍କୁ ମିସନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏହି ମହିଳାମାନେ ଦେଶର କରୋନା ବିରୋଧୀ ଲଢ଼େଇରେ ଜଣେ ଜଣେ ଅଗ୍ରଣୀ ଯୋଦ୍ଧା ପାଲଟିଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି।

ଏହିକ୍ରମରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ମହିଳାମାନଙ୍କୁ ନେଇ ମୋଟ ୪ ଲକ୍ଷ ମାସ୍କ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି। ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏସଏଚଜି ମହିଳାମାନେ ମାସ୍କ ସିଲେଇ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ରୁ ୨୦ ଦିନ ମଧ୍ୟରେ ୧ ଲକ୍ଷ ମାସ୍କ ତିଆରି କରାଯିବ। ବିଭିନ୍ନ ଗୋଷ୍ଠୀ ପାଖାପାଖି ୫୦ ଜଣ ସଦସ୍ୟା ଦୈନିକ ହାରାହାରି ୨୫୦୦ ମାସ୍କ ତିଆରି କରୁଛନ୍ତି। ଏହାଦ୍ୱାରା ଜିଲ୍ଲାରେ ମାସ୍କ ଚାହିଦାକୁ ପୂରଣ କରାଯିବା ସମ୍ଭବପର ହେବା ସହିତ ଲକଡାଉନ ସମୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରର ପନ୍ଥା ମିଳିଯାଇଛି ବୋଲି କୁହାଯାଇଛି।ଏଭଳି ସୁଯୋଗ ପ୍ରଦାନ କରାଯାଇଥିବା କାରଣରୁ ଏସଏଚଜି ସଦସ୍ୟା ଜେ. ବାଲାମଣି ଆଚାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକଙ୍କୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇ ଦିଆଯିବ । ଏହି ଉଦ୍ଦେଶ୍ୟରେ ମାସ୍କ ତିଆରି ଚାଲିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।

ଏଭଳି ସୂଚନା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ବିଭିନ୍ନ ଗୋଷ୍ଠୀ ପାଇଁ ଆସୁଥିବା ରାଜ୍ୟର ନୁହେଁ, ଏଥିରେ କେନ୍ଦ୍ରର ଭାଗ ରହିଛି, ଏକଥା କେନ୍ଦ୍ର ସରକାର ଠାରିବାକୁ ଉଦ୍ୟମ କରିଛନ୍ତି। ଏମାନଙ୍କୁ ପ୍ରଶଂସା କରି ନିଜ ଆଡକୁ ନେବା ଲାଗି ଯୋଜନା ଆରମ୍ଭ ହୋଇଛି। ଏହାଦ୍ବାରା ଆଉ କିଛି ହେଉ କି ନହେଉ, ଗୋଷ୍ଠୀରେ ମତ ବିଭାଜନ ପାଇଁ ଖୋରାକ ଯୋଗାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି। ଅର୍ଥାତ୍ ଯେଉଁମାନେ ବିଜେପି ସମର୍ଥିତ ମହିଳା ଥିବେ, ସେମାନେ ଦାବି କରିପାରନ୍ତି ଯେ ତାଙ୍କୁ ମିଳୁଥିବା ସହାୟତା କେନ୍ଦ୍ରରୁ ବି ଆସୁଛି। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ଏହି ମହଲରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜଳା ଗ୍ୟାସ ସଂଯୋଗ କାର୍ଯ୍ୟକ୍ରମରେ ଏକ ବଡ଼ ଧରଣର ମହିଳା ଭୋଟରଙ୍କ ସହ ଯୋଡିବାକୁ ଉଦ୍ୟମ କରିଥିଲେ। ଏହା କେନ୍ଦ୍ର ସରକାରଙ୍କର ପ୍ରଥମ ସିଧାସଳଖ ମହିଳାଙ୍କ ସହ ଯୋଡିବା ଲାଗି କାର୍ଯ୍ୟକ୍ରମ ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ବି ପ୍ରଶଂସା କରିଥିଲେ।

Leave A Reply

Your email address will not be published.