ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କେମିତି ଦାନ୍ତ ଘଷନ୍ତି ମହାପ୍ରଭୁ, ଜାଣନ୍ତୁ

0

ଭୁବନେଶ୍ବର: ପ୍ରତିଟି ମଣିଷ ଯେମିତି ସକାଳୁ ଉଠିଲେ, ମୁହଁ ଧୋଇ ବ୍ରସ କରିବା ଏକ ଦୈନନ୍ଦିନ କାର୍ଯ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଅନୁରୂପ ଭାବେ ସକାଳୁ ସୁବାସିତ ଜଳରେ ମୁହଁ ଧୋଇଥାନ୍ତି। ଏହାକୁ ମୁଖ ପଖାଳ ସେବା ବୋଲି କୁହାଯାଇଥାଏ। ଶ୍ରୀଜିଉମାନେ ପ୍ରତ୍ୟହ ଅବକାଶ ନୀତିରେ ସୁବାସିତ ଜଳରେ ମୁଖ ପ୍ରକ୍ଷାଳନ କରିବା ବ୍ୟବସ୍ଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ରହିଛି। ଏହି ସେବା ନିମନ୍ତେ ଶାଢିବନ୍ଧୀ ସେବକ ନିୟୋଜିତ ହୋଇଥାନ୍ତି। ଏହି ସେବା କରୁଥିବା ଲୋକ ବ୍ରାହ୍ମଣ ହୋଇଥାନ୍ତି।

ଶ୍ରୀମନ୍ଦିର ବ୍ୟବସ୍ଥାରେ ପ୍ରତିଦିନ ମହାପ୍ରଭୁଙ୍କର ଶ୍ରୀମୁଖ ପୋଛାଯାଇ ଦନ୍ତମଞ୍ଜନ କରାଯାଇଥାଏ। ମନ୍ତ୍ରପାଠ ଦ୍ବାରା ଏହି କାର୍ଯ୍ୟ ସମାହିତ ହୋଇଥାଏ। ରୁପା ପାତ୍ରରେ କୁଅରୁ ଅଣାଯାଇଥିବା ଜଳକୁ ଛାଣି ସେଥିରେ କର୍ପୁର ପକାଯାଇଥାଏ। ମଲ୍ଲୀ, ଜୁଇ, ତରାଟ, ଚମ୍ପା, ଗୋଲାପ ଆଦି ସୁବାସିତ ପୁଷ୍ପ ସେଥିରେ ପକାଯାଏ। ଏହିଭଳି ତିନିଟି ପାତ୍ରରେ ଜଳ ପ୍ରସ୍ତୁତ କରାଯାଇଥାଏ। ଦାନ୍ତକାଠିରେ ମହାପ୍ରଭୁ ଦନ୍ତମାର୍ଜନ କରିଥାନ୍ତି। ଏହା ପରେ ପରେ ମହାପ୍ରଭୁଙ୍କର ଅବକାଶ ନୀତି ସମାହିତ ହୋଇଥାଏ।

Leave A Reply

Your email address will not be published.