ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଲୋକେ ପ୍ରଶ୍ନ କଲେ, ଧର୍ମେନ୍ଦ୍ର ଉତ୍ତର ଦେଲେ

0
  • ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ତୈଳ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ, ଆଶ୍ବସ୍ତ ହେଲେ ପ୍ରଶ୍ନକର୍ତା
  • ଲକଡାଉନରେ ଗରିବଙ୍କୁ ସହାୟକ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା
  • ଗ୍ୟାସ ବିତରଣକୁ ସୁନିଶ୍ଚିତ କରିଥିବା କରୋନା ଯୋଦ୍ଧାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ପ୍ରଶଂସା
  • ଧୈର୍ଯ୍ୟ ରକ୍ଷାଲାଗି ବାହାର ରାଜ୍ୟରୁ ଫେରିଥିବା ଓଡ଼ିଆଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିବେଦନ
  • ଲକଡାଉନ ନିମୟକୁ ମାନିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଲେ
  • ସମସ୍ତଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ପାଇଁ କହିଲେ

ଭୁବନେଶ୍ବର: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍‍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ଏଭଳି ମହାମାରୀ ବିରୋଧରେ ସଂଯମ ଓ ସଂକଳ୍ପର ସହ ଲଢ଼େଇ କରିବାକୁ ସେ ଦେଶ ତଥା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ଆଜି ପୂର୍ବାହ୍ଣ ୧୧ଟା ବେଳେ ଫେସବୁକ୍‍ ଜରିଆରେ ରାଜ୍ୟବାସୀଙ୍କ ସହ ଭାବ ବିନିମୟ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ୧୩୦ କୋଟି ଜନସାଧାରଣ ମହାମାରୀ କରୋନା ବିରୋଧରେ ସେମାନଙ୍କର ସଂଗ୍ରାମ ଜାରି ରଖିଛନ୍ତି । ଉତ୍ପନ୍ନ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍‍ ଆରମ୍ଭ ହୋଇଛି । ତାହା ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରମାନେ ଏକ ମନରେ ଏବେ କରୋନା ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି । କେବଳ କେନ୍ଦ୍ର ଓ ରାଜ୍ୟ ସରକାର ନୁହନ୍ତି, ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ହିଁ ଏପର୍ଯ୍ୟନ୍ତ ଏଭଳି ମହାମାରୀକୁ ନିୟନ୍ତ୍ରଣରେ ରଖିଛି । ବିଶ୍ୱର ଅଧିକାଂଶ ସମ୍ପନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ଆକାର ଧାରଣ କରିଥିବା ବେଳେ ଭାରତରେ ସେ ତୁଳନାରେ ସ୍ଥିତି ବେଶ ନିୟନ୍ତ୍ରଣାଧୀନ ରହିଛି ।

ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଏକ ବିଷମ ପରିସ୍ଥିତି ଦେଇ ସମସ୍ତେ ଗତି କରୁଛନ୍ତି । ତେଣୁ ଏଥିରେ କଷ୍ଟ ଓ ସମସ୍ୟା ରହିବା ସ୍ୱାଭାବିକ । ସେଥିପାଇଁ ସମସ୍ତଙ୍କୁ ସହଯୋଗର ମାନସିକତା ପ୍ରଦର୍ଶନ କରିବାକୁ ପଡ଼ିବ । ରାଜ୍ୟ ବାହାରେ ରହିଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯିବା ଉଚିତ କି ନୁହେଁ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଦୁର୍ଗତ ଲୋକମାନେ ଘରକୁ ଫେରିବାର ଆବଶ୍ୟକତା ରହିଛି । ସେମାନଙ୍କ ଫେରିବା ତଥା ସେମାନଙ୍କ ସ୍ୱାସ୍ଥ୍ୟର ସ୍ଥିତି ସଂପର୍କରେ ସରକାର ସଂପୂର୍ଣ୍ଣ ଅବଗତ ଅଛନ୍ତି । ଏହି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ କରୁଛନ୍ତି । ନିଜର ପ୍ରିୟଜନମାନଙ୍କ ପ୍ରତି କୌଣସି ପ୍ରକାର ଅସୂୟା ଭାବ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ । ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଧୈର୍ଯ୍ୟଧରି ସରକାରଙ୍କ ସହଯୋଗ କରିବା ପାଇଁ ସେ ନିବେଦନ କରିଥିଲେ ।

ଭୁବନେଶ୍ୱରର କୁଶେଶ୍ୱର ବେଉରା ଅଭିଯୋଗ ବାଢ଼ିଥିଲେ ଯେ କ୍ୱାରେଣ୍ଟାଇନ ସେଣ୍ଟର ଠିକ ଭାବେ କାର୍ଯ୍ୟ କରୁନାହିଁ । ତାହାର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ ଯେ ଆମ ପରିବାରରେ ମଧ୍ୟ ସବୁ କାମ ଠିକ ଭାବେ ଚାଲି ନଥାଏ । କେଉଁଠି କେମିତି ଭୁଲ ଭଟକାକୁ ଧରିବାର ଏହା ଅବସର ନୁହେଁ । ବରଂ ସକାରାତ୍ମକ ମନୋଭାବ ଓ ସହଯୋଗର ସହ ଏଭଳି ବିପଦକୁ ସାମନା କରିବାରେ ହିଁ ସମସ୍ତଙ୍କର ମଙ୍ଗଳ। ଯାଜପୁରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ବୋଲି ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ ଯେ ଏବେ ଯାଜପୁର ରେଡ଼ ଜୋନରେ ରହିଛି । ସରକାର ସମସ୍ତଙ୍କ ପ୍ରତି ସମାନ ଦୃଷ୍ଟି ଦେଇ କାର୍ଯ୍ୟ କରୁଛନ୍ତି । ଲକ୍‍ ଡାଉନ କଟକଣାକୁ ଉଚିତ ଭାବେ ଅନୁପାଳନ ଏବଂ ସରକାରଙ୍କ ସହ ସହଯୋଗ ଦ୍ୱାରା ହିଁ ରୋଗୀମାନଙ୍କୁ ଚିହ୍ନଟ ଓ ଚିକିତ୍ସା କରାଯାଇ ଆରୋଗ୍ୟ କରିହେବ ।

ସୋନପୁରର ଅଶୋକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏଭଳି ଲକଡାଉନ୍‍ ସମୟରେ ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି । ଗରିବ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ ଓ ୧ କେଜି ଡାଲି ତିନିମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି । ଜନଧନ ଖାତାଧାରୀ ମହିଳାମାନଙ୍କ ଜମାଖାତାରେ ପ୍ରତିମାସରେ ୫୦୦ ଟଙ୍କା ଲେଖାଏଁ ଭରାଯାଉଛି । ସେହିଭଳି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକମାନଙ୍କୁ ୩ଟି ସିଲିଣ୍ଡର ମାଗଣାରେ ଦିଆଯାଉଛି । ଏହା ବ୍ୟତୀତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାଧାରୀମାନଙ୍କୁ ମଧ୍ୟ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି । ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ସରକାର ଦେଉଥିବା ସେ ସୂଚାଇଥିଲେ ।

କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ତୈଳ ସଂକଟ ଉତ୍ପନ୍ନ ହୋଇଛି ବୋଲି ଅବତାରଣା କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ସେହି ପରିସ୍ଥିତିରୁ କିଭଳି ଫାଇଦା ନିଆଯାଇପାରିବ ସେ ଦିଗରେ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ କରୁଛନ୍ତି । ତେବେ ଭାରତ ସମେତ ସାରା ବିଶ୍ୱରେ ଏବେ ତୈଳ ଚାହିଦା ହ୍ରାସ ପାଇଛି । ଭାରତରେ ତୈଳ ଚାହିଦାରେ ୭୦% ହ୍ରାସ ଘଟିଛି । ତେଣୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନେ ସେମାନଙ୍କର ଉତ୍ପାଦନ କମାଇଛନ୍ତି । ଆମଦାନିକାରୀ ରାଷ୍ଟ୍ରମାନେ ମଧ୍ୟ ଆମଦାନି କରୁନାହାନ୍ତି । ଭାରତ ଏଭଳି ତୈଳଦର ହ୍ରାସ ବେଳେ ଷ୍ଟ୍ରାଟେଜିକ୍‍ ରିଜର୍ଭରେ ଅଧିକ ତୈଳ ମହଜୁଦ ରଖୁଛି । ଏପର୍ଯ୍ୟନ୍ତ ୭ ନିୟୁତ ମେଟ୍ରିକ ଟନ ଅଶୋଧିତ ତୈଳ କମ୍‍ ମୂଲ୍ୟରେ ଭାରତ କିଣି ସାରିଛି । ଏପରିକି ସମୁଦ୍ରରେ ଥିବା ଟ୍ୟାଙ୍କରରେ ସୁଦ୍ଧା ତୈଳ କିଣି ଭାରତ ରଖିଛି । ସେହିଭଳି କରୋନା ଜନିତ ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୮ କୋଟି ଲାଭାର୍ଥୀଙ୍କ ମଧ୍ୟରୁ ଏପ୍ରିଲ ମାସରେ ୪ କୋଟି ୫୦ ଲକ୍ଷଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଇଥିବା ସେ କହିଥିଲେ । ଦୈନିକ ଦେଶରେ ପ୍ରାୟ ୫୦ରୁ ୬୦ ଲକ୍ଷ ପର୍ଯ୍ୟନ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ବିଭିନ୍ନ ତୈଳ ବିତରକ କମ୍ପାନୀମାନଙ୍କ କର୍ମଚାରୀମାନେ ପହଞ୍ଚାଉଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ‘ଜାନ ହୈ ତୋ ଜହାନ ହୈ’ ଏବଂ ‘ଜାନ୍‍ ଭି ହୈ, ଔର ଜହାନ ଭି ହୈ’ର ଅବତାରଣା କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ସମଗ୍ର ପୃଥିବୀ ଏବେ ବଦଳୁଛି । ଦେଶ ବଦଳୁଛି, ରାଜ୍ୟ ମଧ୍ୟ ବଦଳୁଛି । ଅର୍ଥନୀତି, ବ୍ୟବସାୟ, ଲୋକ ସ୍ୱଭାବ ଓ ଚରିତ୍ର ତଥା ସମ୍ବେଦନଶୀଳତାରେ ଢ଼େର ପରିବର୍ତ୍ତନ ଆସିଛି । ତେଣୁ ଆମକୁ ସେହି ଅନୁସାରେ ଖାପ ଖୁଆଇ ପରିବର୍ତ୍ତନ କରିବା ଦ୍ୱାରା ହିଁ ସମୟର ଆହ୍ୱାନକୁ ସାମନା କରାଯାଇପାରିବ ବୋଲି ସେ କହିଥିଲେ ।

Leave A Reply

Your email address will not be published.