ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

0

ଭୁବନେଶ୍ବର: ଆଇଏଏସ ସ୍ତରରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ଅନେକ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ସହ ନୂତନ କାର୍ଯ୍ୟଭାର ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୩ ଅକ୍ଟୋବର ୨୦୨୫ ଠାରୁ ଏହା କାର୍ଯ୍ୟକାରୀ ହେବା ନେଇ କୁହାଯାଇଛି।

ଶାଲିନୀ ପଣ୍ଡିତ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଗିରିଶ ଏସଏନ୍ ମିଶନ ଶକ୍ତି ବିଭାଗର କମିଶନର-କମ୍-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର କମିଶନର-କମ୍-ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି। ଅପରପକ୍ଷରେ ଆଇଏଏସ ଅଧିକାରୀ ଏନ. ଥିରୁାମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତ କରାଯାଇଛି।
ପର୍ଯ୍ୟଟନ ନିର୍ଦ୍ଦେଶକ ମାନସୀ ନିମ୍ଭାଲ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବରେ ଓ ସୁରେନ୍ଦ୍ର କୁମାର ମୀନା ଏସଟି ଏବଂ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବରେ ଦାୟିତ୍ଵ ଦିଆଯାଇଛି।

ସେହିପରି ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଏବଂ ଅଭିସରଣ ବିଭାଗର ଅତିରିକ୍ତ ସଚିବ ଭାବରେ ଦାୟିତ୍ଵ ଦିଆଯାଇଥିବା ବେଳେ ଚଞ୍ଚଲ ରାଣା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବର୍ତ୍ତମାନ ଏସଟି ଏବଂ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସରକାରଙ୍କ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟରତ ଥିବା ପ୍ରେମଜିତ ନାୟକଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗ ନିର୍ଦେଶକ ଭାବେ ନିଯୁକ୍ତ ହୋଇଥିବାବେଳେ ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ, ନିବେଦିତା ପୃଷ୍ଟିଙ୍କୁ ବୟନିକାର ପରିଚାଳନା ନିର୍ଦେଶକ, ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ, ସଞ୍ଜୟ ବିଶ୍ଵାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ, ବରିଷ୍ଠ ଓଏଏସ ଅଧିକାରୀ କାହ୍ନୁଚରଣ ଧୀରଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦେଶକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।

Leave A Reply

Your email address will not be published.