ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,

0

ନ୍ୟୁଜ୍ ବ୍ୟୁରୋ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଫିଲିପାଇନ୍ସ। ଶୁକ୍ରବାର ସକାଳେ ଦକ୍ଷିଣ ଫିଲିପାଇନ୍ସରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଛି। ହୋନୋଲୁଲୁର ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର କହିଛି ଯେ ଭୟଙ୍କର ତରଙ୍ଗ ଭୂକମ୍ପ କେନ୍ଦ୍ରଠାରୁ ୩୦୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ପହଞ୍ଚିପାରେ। ଯାହା ସୁନାମୀ ଆଶଙ୍କା ସୃଷ୍ଟି କରିଛି।

ଭୂମିକମ୍ପର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଘର ଏବଂ ଦୋକାନ, ପବନରେ ଦୋହଲୁଥିବା ଗଛ ପରି ଦେଖାଯାଉଥିଲା। ଦୋକାନରେ ଥିବା ସମସ୍ତ ଜିନିଷପତ୍ର ତଳେ ପଡ଼ିଯାଇଥିଲା। ଭାଇରାଲ ଭିଡିଓରେ ଭୂମିକମ୍ପ ଯୋଗୁଁ ମାଛ ଆକ୍ୱାରିୟମ୍ ରୁ ପାଣି ପଡ଼ିବା ସ୍ପଷ୍ଟ ଭାବରେ ଦେଖାଯାଉଥିଲା, ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂମିକମ୍ପ ବିଷୟରେ ଅଧିକ ସୂଚନା ପ୍ରଦାନ କରିଛି। NCS କହିଛି ଯେ ଭୂମିକମ୍ପ ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିଲା। ତଥାପି, NCS ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ବୋଲି ରିପୋର୍ଟ କରିଛି। ଭୂକମ୍ପ ହେବା ମାତ୍ରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡିଥିଲେ। ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାଣ୍ଡାନିଓ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ରହିଛି। ଇଣ୍ଡେନେସିଆର ବିଭିନ୍ନ ଅଞ୍ଚଳରେ ମଧ୍ୟ ସୁନାମୀ ଆଲର୍ଟ ଜାରି ହୋଇଛି।

ଭୂମିକମ୍ପ ଯୋଗୁଁ ଜୀବନ ଏବଂ ସମ୍ପତ୍ତିର କ୍ଷତିର ପରିମାଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ପୁର୍ବରୁ ସେପ୍ଟେମ୍ବର ୨୦୨୫ରେ ସେବୁ ଦ୍ୱୀପରେ ଘଟିଥିବା ୬.୯ ତୀବ୍ରତାର ଭୂମିକମ୍ପ ପରେ ଏହା ଫିଲିପାଇନ୍ସରେ ଦ୍ୱିତୀୟ ବଡ଼ ଭୂମିକମ୍ପ। ସେହି ବର୍ଷ ସେପ୍ଟେମ୍ବରରେ ମଧ୍ୟ ସମାନ ଭୂମିକମ୍ପରେ ୭୧ ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.