ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସୁରତ ଫେରନ୍ତାଙ୍କୁ ଏବେ ବସ ମନା

0
  • କୋଭିଡ୍-୧୯ ପ୍ରସ୍ତୁତିକୁ ନେଇ ତନାଘନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପ୍ରତିଦିନ ୧୫ ହଜାର ଟେଷ୍ଟିଂ ହେବ, ଶିଳ୍ପ ପାଇଁ ଆସିବ ଆଦର୍ଶ ନୀତି
  • ମିସନ ଶକ୍ତି ମହିଳାଙ୍କୁ ମିଲ୍ ପିଛା ମିଳିବ ୨ ଟଙ୍କାର ପ୍ରୋତ୍ସାହନ ରାଶି
  • ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ଉପରେ ନଜର
  • ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାରଙ୍କ ଚେତାବନୀ

ଭୁବନେଶ୍ବର: ସୁରତରୁ ବସରେ ଫେରୁଥିବା ଯାତ୍ରୀଙ୍କ ଦୁର୍ଦଶା ଓ ବାରମ୍ବାର ଦୁର୍ଘଟଣାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା ପରେ କହିଛନ୍ତି ଯେ ଏବେ ସୁରତରୁ କେବଳ ଟ୍ରେନରେ ହିଁ ଆସିବା ଲାଗି ଅନୁମତି ମିଳିବ। ସୁରତରୁ ଓଡ଼ିଶାକୁ ଦୀର୍ଘ ପଥରେ ବସରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଭଳି ସମସ୍ୟା ଦେଖାଯିବା ସହିତ ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ ରାଜ୍ୟର କରୋନା ସଂକ୍ରମଣ ସ୍ଥିତି ଓ ସେ ସଂକ୍ରାନ୍ତ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଦୈନିକ ନମୁନା ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ଲାଗି ପଦକ୍ଷେପ ନିଆଯିବ। ରାଜ୍ୟରେ ବର୍ତମାନ ସୁଦ୍ଧା ୩୫୦୦ ଟେଷ୍ଟିଂ କରାଯାଉଛି। ଆସନ୍ତା ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓବଲାଙ୍ଗୀରରେ ମଧ୍ୟ ନମୁନା ପରୀକ୍ଷାର ବିକାଶ କରାଯିବ। ସେହିଭଳି ଗ୍ରିନ ଜୋନରେ କୃଷିକାର୍ଯ୍ୟ, ଶିଳ୍ପ, ଜୀବନଜୀବିକା, ପରିବହନ ସ୍ବାଭାବିକ କରାଯିବ। ଶିଳ୍ପ ସଂସ୍ଥାଗୁଡିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ ହେବ। ଚାଷୀ ଓ ଏସଏଚଜିଙ୍କ ଋଣ ସହାୟତା ବୃଦ୍ଧି କରାଯିବ। ମିସନ ଶକ୍ତିର ମାଆମାନେ ଏହି କଠିନ ପରିସ୍ଥିତିରେ ୧ କୋଟିରୁ ଅଧିକ ମିଲ୍ ଯୋଗାଇ ସାରିଲେଣି। ତେଣୁ ସେମାନଙ୍କୁ ପ୍ରତି ମିଲ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ।

ସରକାର କହିଥିଲେ, ଗଞ୍ଜାମ, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ପରି ୬ଟିଜିଲ୍ଲା ଯେଉଁଠାରେ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି, ତା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀମାନେ କଡ଼ାକଡ଼ି ଭାବେ ନିୟମ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। କହିଛନ୍ତି, କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ।

ଆସନ୍ତା ଦିନରେ ବିଦେଶରୁ ଓଡ଼ିଆ ଲୋକ ଫେରିବେ। ଓଡ଼ିଶା ଆସିବା ପୂର୍ବରୁ ସେମାନଙ୍କ ପାଇଁ ପଂଜୀକରଣ, ଟେଷ୍ଟିଂ ଓ ସଙ୍ଗରୋଧ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

Leave A Reply

Your email address will not be published.