ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ବଦଳିଗଲା କରୋନା ଗଣିତ

0

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ସର୍ବନିମ୍ନ ସାମାଜିକ ଦୂରତ୍ବ ନ ରଖି ବସରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଅନୁମତି ଦିଆଯିବା ଘଟଣାର ଏବେ ସାଂଘାତିକ ପ୍ରଭାବ ପଡିଛି। ଏଯାଏ ଆଦୌ ସଂକ୍ରମିତ ହୋଇନଥିବା ଗଞ୍ଜାମ ଜିଲ୍ଲା ଗୋଟିଏ ଧାପରେ ରେଡ୍ ଜୋନକୁ ଯାଇଛି। ଯାଜପୁର, ଖୋର୍ଧା, ବାଲେଶ୍ବର ପରେ ସିଧା ଚାରିନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଛି। ଏଥିସହିତ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଡେଇଁଛି, ଅର୍ଥାତ୍ ୨୦୫ରେ ପହଞ୍ଚିଛି। ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୁଇ ଜଣ ପ୍ରାଣ ହରାଇଛନ୍ତି। ଅର୍ଥାତ୍ ଏବେ ୧୪୧ ଜଣ ସକ୍ରିୟ ସଂକ୍ରମିତ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ସଂଖ୍ୟା ବୃଦ୍ଧି ପାଇ ୧୦୦ରେ ପହଞ୍ଚିବାକୁ ମାସାଧିକ (୪୦)ଦିନ ଲାଗିଥିଲା । ଏପ୍ରିଲ୍ ୧୫ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଥିଲା ୧୦୦। ହେଲେ ମାତ୍ର ୧୧ ଦିନରେ ଏହି ସଂଖ୍ୟା ୨୦୦ ଡେଇଁଗଲା।

ସେହିଭଳି ମୟୂରଭଂଜକୁ ଅରେଞ୍ଜ ଜୋନ ଅନ୍ତର୍ଭୁକ୍ତ କରାଯାଇଛି। ମୋଟ ଅରେଞ୍ଜ ଜୋନ୍ ସଂଖ୍ୟା ୧୨ରେ ପହଞ୍ଚିଛି। ସମୁଦାୟ ୧୮ଟି ଜିଲ୍ଲାରେ କରୋନା ଭୁତାଣୁ ପାଦ ରଖିବା ପରେ ବି ଏତିକି ସଂଖ୍ୟା ସୂଚାଇ ଦେଉଛି, ଲୋକେ ବେଶ ସଚେତନ ଅଛନ୍ତି ଓ ଗୋଟିଏ ଦୁଇଟି ଜିଲ୍ଲା ଛାଡିଦେଲେ, ଅନ୍ୟମାନେ ଏହି ସଂକ୍ରମଣକୁ ଅଟକାଇବାରେ ସାମର୍ଥ୍ୟ ରଖିଛନ୍ତି। ହେଲେ ରାଜ୍ୟ ସରକାର ବର୍ତମାନ ଯେଉଁ ପ୍ରଶଂସା ଗୋଟାଇଛନ୍ତି, ଯଦି ସଂକ୍ରମଣ ସଂଖ୍ୟା ପ୍ରବାସୀ ଫେରନ୍ତାଙ୍କ ଜିଲ୍ଲାରେ ବଢେ,ତେବେ ଏହା ଧୋଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଅବଶ୍ୟ ସରକାର ଏବେ ସୁରତ ଫେରନ୍ତାଙ୍କ ଆସିବା ଉପରେ ରୋକ ଲଗାଇ ସେମାନେ ଟ୍ରେନ ନୁହେଁ, ବସରେ ଆସିବେ ବୋଲି ଜଣାଇ ଦେଇଛନ୍ତି। କର୍ଣ୍ଣାଟକ ସରକାର ତାଙ୍କ ରାଜ୍ୟରୁ କେହି ବାହାରକୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଣୁ ପଞ୍ଜୀକରଣ ସତ୍ତ୍ବେ ଫେରିବା ପ୍ରକ୍ରିୟାର ଗତିରୋଧ ହେବ ଓ ଯେତେ ଶୀଘ୍ର ଲୋକେ ଫେରିବେ ବୋଲି ହିସାବନିକାସ କରାଯାଉଥିଲା,ସେଥିରେ ବାଧା ସୃଷ୍ଟି ହେବ।

ଉଲ୍ଲେଖଯୋଗ୍ୟ,ଆଜି ସକାଳୁ ସକାଳୁ ୨୦ ଜଣ ସଂକ୍ରମିତଙ୍କ ଠାରେ କରୋନା ପଜିଟିଭ୍ ଥିବା ଘୋଷଣା କରାଯାଇଥିଲା। ଗଂଞ୍ଜାମରେ ୧୭ ଓ ମୟୂରଭଂଜରେ ୩ଜଣଙ୍କ ଠାରେ ଭୁତାଣୁ ଥିବା ସରକାର କହିଛନ୍ତି।

Leave A Reply

Your email address will not be published.