ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ସୀତା ଏବେ ସ୍ବାଧୀନତା ସଂଗ୍ରାମୀ!

0

ନୂଆଦିଲ୍ଲୀ: ଶୀର୍ଷକ ପଢି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ପ୍ରଭୁ ରାମଚନ୍ଦ୍ରଙ୍କର ପତ୍ନୀ ମାତା ସୀତା ସ୍ବାଧୀନତା ସଂଗ୍ରାମୀ ବୋଲି କେହି କହୁନାହାନ୍ତି। ବରଂ କଥାଟି ହେଲା ପୌରାଣିକ କଥାବସ୍ତୁ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିବା ଦୀପିକା ଚିଖଲିଆ ଏବେ ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁ ଭୂମିକାରେ ଅବତୀର୍ଣ୍ଣ ହେବେ।

ଆକାଶ ନାୟକ ଓ ଧୀରଜ ମିଶ୍ରଙ୍କ ନିର୍ଦେଶନାରେ ଖୁବ୍ ଶୀଘ୍ର ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାମକ ଏକ ଚଳଚ୍ଚିତ୍ର ଆସୁଛି। ଯେଉଁଥିରେ କୋଟି କୋଟି ଲୋକଙ୍କ ହୃଦୟ ଜିଣିଥିବା ଦୀପିକା ସରୋଜିନୀ ଭୂମିକାରେ ଅଭିନୟ କରିବେ ବୋଲି ଟ୍ବିଟ୍ କରି ଫଟୋ ଛାଡିଛନ୍ତି। ଏହି ପୋଷ୍ଟରରେ ତାଙ୍କର ଭାବୁକ ସମୟର ଏକ ଫଟୋ ସ୍ଥାନ ପାଇଛି।

ଧୀରଜ ମିଶ୍ର ଓ ଯଶୋମତୀ ଦେବା ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି। ରୟାଲ୍ ଫିଲ୍ମ ମିଡ଼ିଆ ବ୍ୟାନରରେ ଏହି ଚଳଚ୍ଚିତ୍ର ଆସିବ, ଯେଉଁଥିରେ କାହ୍ନୁ ଭାଇ ପଟେଲ ପ୍ରଯୋଜକ ଅଛନ୍ତି। ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ସରୋଜିନୀ ନାଇଡୁଙ୍କର ଏକ ସ୍ବତନ୍ତ୍ର ଭୂମିକା ରହିଛି।

Leave A Reply

Your email address will not be published.