ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆଜି ନବୀନ, କାଲି ମୋଦୀ ଦେଖିବେ ‘ଅମ୍ଫାନ୍’ କ୍ଷତି

0
  • ଓଡ଼ିଶା ବାତ୍ୟା ମୁକାବିଲାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
  • ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ବାଭାବିକ, ୧୦ ବ୍ଲକରେ କ୍ଷତି ଘଟାଇଲା ବାତ୍ୟା
  • ପାଖାପାଖି ୧୫ହଜାରରୁ ଅଧିକ ଘର ଭାଙ୍ଗି ନଷ୍ଟ ହୋଇଛି
  • ୪୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ପ୍ରାରମ୍ଭିକ ସୂଚନା

ଭୁବନେଶ୍ବର: ମହାବାତ୍ୟା ଅମ୍ଫାନ୍ କ୍ଷୟକ୍ଷତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ସେ ଆକାଶ ମାର୍ଗରୁ କ୍ଷୟକ୍ଷତି ସ୍ଥିତି ଦେଖିବେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଆସୁଛନ୍ତି। ସେ ଆକାଶମାର୍ଗରୁ ସ୍ଥିତି ଦେଖିବେ ଓ ସମୀକ୍ଷା କରିବେ।

ଏପଟେ ପ୍ରାଥମିକ ରିପୋର୍ଟ ଅନୁସାରେ, ବାଲେଶ୍ବରରେ ୩ଟି, ଭଦ୍ରକ ୩ଟି, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଦୁଇଟି ଲେଖାଏଁ ବ୍ଲକରେ ଅମ୍ଫାନ୍ କ୍ଷତ ସ୍ପଷ୍ଟ ବାରି ହୋଇପଡୁଛି। ଆଜି ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆସିଛି। ଆସନ୍ତାକାଲି ସୁଦ୍ଧା ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଶତ ପ୍ରତିଶତ ବିଦ୍ୟୁତ ସରବରାହ ସ୍ବାଭାବିକ ହେବ ବୋଲି ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ସେହିଭଳି କ୍ଷୟକ୍ଷତି ଆକଳନକୁ ଶତପ୍ରତିଶତ ନିର୍ଭୁଲ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆଜି ରିପୋର୍ଟ ଲେଖା ହେବାବେଳକୁ ସଡକ ପଥର ଗଛକଟା ଆଦି ଶେଷହୋଇଛି ଓ ଟେଲିକମ କ୍ଷେତ୍ରରେ ମଧ୍ୟ ୯୦ ପ୍ରତିଶତ କାମ ମରାମତି ସରିଲାଣି। ୧୫ ହଜାର ଘର ବାତ୍ୟା ନଷ୍ଟ କରିଛି। ୪୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳୁଛି।

ମହାବାତ୍ୟା ଅମ୍ଫାନ୍ ଗତକାଲି ଓଡ଼ିଶା ସୀମାରେ ୧୬୦ କିଲୋମିଟର ବେଗରେ ସମୁଦ୍ର ଭିତରେ ଆଗକୁ ବଢିଥିଲା। ଏହାର ପ୍ରଭାବରେ ପାରାଦୀପରେ ସର୍ବାଧିକ ୧୦୬ କିଲୋମିଟର ପବନ ଓ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ବାତ୍ୟା ପଶ୍ଚିମବଙ୍ଗରେ ଗଭୀର କ୍ଷତି ପହଞ୍ଚାଇଛି।

ଓଡ଼ିଶାର ବାତ୍ୟା ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ତଳସ୍ତରରେ ଅଧିକାରୀମାନେ ସାହସର ସହିତ କାର୍ଯ୍ୟ କରିଥିବାରୁ ବାତ୍ୟା ମୁକାବିଲାରେ କ୍ଷତି କମିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାବାସୀ ଦିଆଯାଇଛି।

Leave A Reply

Your email address will not be published.