ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

କେଉଁଠି ହେବ ବଡ଼ ଧରଣର କାଳବୈଶାଖୀ

0

ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଛତିଶଗଡ଼ ଅଞ୍ଚଳ ରେ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ।
ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ଭାରତ ରେ ପହଞ୍ଚିବା ପାଇଁ ଅନୁକୂଳ ପରିବେଶ ରହିଛି । ନିର୍ଦ୍ଧାରିତ ସମୟ (ଜୁନ୍ ୧) ଠାରୁ ଖୁବ୍ ଶୀଘ୍ର ଅର୍ଥାତ୍ ବର୍ତ୍ତମାନ ଠାରୁ ଯେ କୌଣସି ମୁହୂର୍ତ୍ତ ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ଆରବ ସାଗର ରେ ସୃଷ୍ଟି ହୋଇଥିବା ଗଭୀର ଲଘୁଚାପ ମୌସୁମୀ କୁ ସକ୍ରିୟ ରଖିଛି ଓ ଅଗ୍ରଗତି ଅନୁକୂଳ ପରିବେଶ ସୃଷ୍ଟି କରିଛି ।

ଆସନ୍ତା କିଛି ଦିନ ଯାଏ ଉତ୍ତର ଆଭ୍ୟନ୍ତର, ଉପକୂଳ ଓଡ଼ିଶା ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟ ରେ ଉପକୂଳ ର କିଛି ଅଞ୍ଚଳ ଓ ଉତ୍ତର ଅଭ୍ୟନ୍ତର ଓଡିଶା ର କିଛି ଅଞ୍ଚଳ ରେ ବର୍ଷା ପବନ ହୋଇପାରେ । ଏହା ଛଡ଼ା ୨୪ ଘଣ୍ଟା ମଧ୍ୟ ରେ ମୟୂରଭଞ୍ଜ , କେଉଁଝର , କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସମ୍ବଲପୁର, ଦେଓଗଡ଼, ଗଜପତି ଓ କନ୍ଧମାଳ ଜିଲ୍ଲା ରେ ଘଡ଼ଘଡ଼ି, ବଜ୍ରପାତ ସହିତ ୪୦-୫୦କିମି ବେଗ ରେ ପବନ ବୋହିବାର ସମ୍ଭାବନା ଅଛି ।
୨୪-୪୮ ଘଣ୍ଟା ମଧ୍ୟ ରେ ଅର୍ଥାତ୍ ଆସନ୍ତା କାଲି ରାଜ୍ୟ ରେ ବଡ଼ ଧରଣ ର କାଳବୈଶାଖୀ ହୋଇପାରେ । ଉତ୍ତର ଆଭ୍ୟନ୍ତର , ଉପକୂଳ ଓଡ଼ିଶା ର ସ୍ଥାନେ ସ୍ଥାନେ ପ୍ରବଳ, ବଜ୍ରପାତ, ଘଡ଼ଘଡ଼ି ସାଙ୍ଗକୁ ୫୦-୬୦କିମି ବେଗ ରେ ପବନ ହୋଇପାରେ ।
ତେବେ ସର୍ବୋଚ୍ଚ ତାପମାତ୍ରା ରେ ୩-୪ଦିନ ଯାଏ ବିଶେଷ ଭାବରେ ପରିବର୍ତ୍ତନ ଘଟିବ ନାହିଁ । ଗୁଳୁଗୁଳି ଜାରି ରହିବ ।

Leave A Reply

Your email address will not be published.