ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ନବୀନ କରିସ୍ମା: ରେକର୍ଡ ମୁହାଁ ଓଡ଼ିଶା

0
  • ଭାରତରେ ଦ୍ରୁତଗତିରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା
  • ମହାରାଷ୍ଟ୍ର ସ୍ଥିତି ସଙ୍ଗିନ୍, ମୃତ୍ୟୁ ସଂଖ୍ୟା ୩୪୩୮ ଛୁଇଁଲାଣି

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଏବେ ନିଦ ହଜାଇବା ଆରମ୍ଭ କଲାଣି। ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରାଳୟ ଯେଉଁ ତଥ୍ୟ ରଖିଛନ୍ତି, ତାହା ସୂଚାଉଛି ଯେ ୨୪ ଘଣ୍ଟା ମଧ୍ୟରେ ୯୯୯୬ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏଥିସହିତ ଭାରତର ସାମଗ୍ରିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୬ ହଜାର ୫୭୯କୁ ବୃଦ୍ଧିପାଇଛି। ଏହି ସମୟରେ ୩୫୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୮୧୦୨ ଛୁଇଁଛି। ଏହି ପରିସଂଖ୍ୟାନ ଅନୁସାରେ, ଗୁରୁବାର ସକାଳ ସୁଦ୍ଧା ଦେଶରେ ୧,୩୭,୪୪୮ ସକ୍ରିୟ ମାମଲା ଥିବାବେଳେ ୧,୪୧,୦୨୮ ଲୋକ ସୁସ୍ଥ ହୋଇସାରିଲେଣି।ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୯.୨୧% ରୋଗୀ ସୁସ୍ଥ ହୋଇଥିବା କୁହାଯାଉଛି।

ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ସର୍ବାଧିକ ୧୪୯ ଜଣ ଅଛନ୍ତି। ଦିଲ୍ଲୀରେ ୭୯, ଗୁଜୁରାଟରେ ୩୪, ଉତ୍ତରପ୍ରଦେଶରେ ୨୦, ତାମିଲନାଡୁରେ ୧୯, ପଶ୍ଚିମବଙ୍ଗରେ ୧୭, ତେଲେଙ୍ଗାନାରେ ୮, ମଧ୍ୟପ୍ରଦେଶରେ ୭, ହରିୟାନା, ରାଜସ୍ଥାନରେ ୪ଜଣ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ସଂଖ୍ୟା ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକରେ ୩, କେରଳ ଏବଂ ଉତ୍ତରପ୍ରଦେଶରେ ୨ ରହିଛନ୍ତି।

ସାମଗ୍ରିକ ଭାବେ ବିଚାର କଲେ, ରାଜ୍ୟର କରୋନାରେ ପ୍ରାଣ ହରାଇଥିବା ମୋଟ ୮୧୦୨ ମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରେ ଘଟିଛି। ଏଠାରେ ମୃତ୍ୟୁ ସଂଖ୍ୟା ୩୪୩୮ ଛୁଇଁସାରିଲାଣି। ଗୁଜରାଟରେ ଏହି ସଂଖ୍ୟା ୧୩୪୭, ଦିଲ୍ଲୀରେ ୯୮୪, ମଧ୍ୟପ୍ରଦେଶରେ ୪୨୭, ପଶ୍ଚିମବଙ୍ଗରେ ୪୩୨, ତାମିଲନାଡୁରେ ୩୨୬, ଉତ୍ତରପ୍ରଦେଶରେ ୩୨୧, ରାଜସ୍ଥାନରେ ୨୫୯ ଓ ତେଲେଙ୍ଗାନାରେ ୧୫୬ ରହିଛି।

ସେହିଭଳି ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ସଂଖ୍ୟା ୭୮ ରହିଥିବା ବେଳେ କର୍ଣ୍ଣାଟକରେ ୬୯, ପଞ୍ଜାବରେ ୫୫, ଜମ୍ମୁ ଓ କଶ୍ମୀରରେ ୫୧, ହରିୟାନାରେ ୫୨, କେରଳରେ ୧୮ ଏବଂ ଉତ୍ତରାଖଣ୍ଡରେ ୧୫ରେ ପହଞ୍ଚିଛି। ଓଡ଼ିଶା ଏ କ୍ଷେତ୍ରରେ ରେକର୍ଡ କରିଛି। ମହାରାଷ୍ଟ୍ରରେ ଯେତିକି ମୃତ୍ୟୁବରଣ କଲେଣି, ଓଡ଼ିଶାରେ ସେତିକି ସଂକ୍ରମିତ ନାହାନ୍ତି। ମୃତ୍ୟୁ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହିଛି।

ଓଡ଼ିଶାରେ ଏଯାଏ ୩୩୮୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ମାତ୍ର ୧୦୯୨ ଜଣ ବିଭିନ୍ନ ମେଡି଼କାଲରେ ଚିକିତ୍ସିତ ହେଉଛନ୍ତି। କରୋନାରେ ଏଭଳି ସଫଳତା ପାଇଁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଛି।

Leave A Reply

Your email address will not be published.