ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଅସୁସ୍ଥ ମହାପ୍ରଭୁ କଣ ଖାଉଛନ୍ତି?

0

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ମନ୍ଦିରରେ ପୂଜା ନୀତି ଯେମିତି ସ୍ୱତନ୍ତ୍ର, ଭୋଗନୀତି ବି ସେମିତି ନିଆରା। ଏହାକୁ ନିରେଖି ଦେଖିଲେ ସେଥିରେ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ କେତେ ଗୁରୁତ୍ୱ ଦିଆଯାଇଛି, ତାହା ଯେ କେହି ଜାଣିପାରିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗନୀତି ବି ଏଥିରୁ ବାଦ୍‍ ଯିବ କିପରି । 

ବିଶେଷକରି ଅଣସର ଭୋଗ ନୀତି ଏ କ୍ଷେତ୍ରରେ ଅନେକ ସଙ୍କେତ ଦେଇଥାଏ। ବ୍ୟବସ୍ଥା ଅନୁସାରେ, ସ୍ନାନ ପୂର୍ଣ୍ଣମୀ ଦିନ ରାତିରେ ଶ୍ରୀବିଗ୍ରହମାନେ ଅଣସର ଗୃହକୁ ବିଜେ କରିବା ପରେ ମହାପ୍ରଭୁମାନଙ୍କର ଅଣସର ନୀତି ଆରମ୍ଭ ହୋଇଥାଏ। ଦଇତାପତିମାନେ ଭଣ୍ଡାର ମେକାପ ସେବକଙ୍କଠାରୁ ତେଲ ଦୀପ ଗ୍ରହଣ କରି ଅଣସର ଗୃହରେ ବସାଇଥାନ୍ତି ଓ ଏହା ପରେ ଭିତର ଶୋଧ ହୋଇଥାଏ। ଅଣସର ତାଟି ଆଗରେ ଠାକୁରଙ୍କର ମଧ୍ୟାହ୍ନ ଧୂପନୀତି ଶେଷ ପରେ ଅଣସର ଘର ତାଟି ଖୋଲାଯାଏ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଚକଟା ଭୋଗ କରାଯାଏ।ଦିନକୁ ଦୁଇଥର ଏଭଳି ଭୋଗ ହୋଇଥାଏ ।

ଚକଟା ଭୋଗ ମଧ୍ୟରେ ଥାଏ ଧୁଆ ମୁଗ, ନଡିଆ, ପଣସ, ଆମ୍ବ,କଦଳୀ ଇତ୍ୟାଦି। ଏହି ଭୋଗ ଲାଗି ପରେ ଦୁଇଥର ପଣା ଭୋଗ କରାଯାଏ। ପ୍ରଥମ ଦିନ ଠାରୁ ପଞ୍ଚମୀ ଦିନ ପର୍ଯ୍ୟନ୍ତ କେବଳ ଚକଟା ମଇଲମ ଭୋଗ ହୋଇଥାଏ। ଷଷ୍ଠୀ ଠାରୁ ଦଶମୀ ଯାଏ ବିଭିନ୍ନ ଫଳ ଯଥା କଦଳୀ,ସପୁରୀ,ପଣସ, ଆମ୍ବ,ଛେନା ଖଇ, ଖୁଆପେଡା, ଖୁଆ ବରଫି,ଲିଆଛତୁ, ଗୁଡଖଇ,ଲିଆ ଇତ୍ୟାଦି ଅଣସର ଘରେ ଭୋଗ ହୋଇଥାନ୍ତି । ଅଣସର ଘରେ ପତି ମହାପାତ୍ର ହିଁ ଏହି ଭୋଗକୁ ସମର୍ପଣ କରିଥାନ୍ତି । 

ଏକାଦଶୀ ଦିନ ହିଁ ଭୋଗରେ ତୁଳସୀ ପଡିଥାଏ ଓ ସେହିଦିନଠାରୁ ଠାକୁରେ ବିଭିନ୍ନ ସୁସ୍ୱାଦୁ ଫଳ,ଖିସ୍‍ମିସ୍‍, ଖୁଆପେଡା, ଖୁଆମଣ୍ଡା ଏବଂ କ୍ଷୀର ଜାତୀୟ ମିଠା ସମେତ ବୈଦ୍ୟଙ୍କ ଘରୁ ଆସିଥିବା ଦଶମୂଳ ମୋଦକ ଲାଗି ହୋଇଥାନ୍ତି। ଅଣସର ସମୟର ପଣାର ସ୍ୱାଦ ଓ ବାସ୍ନା ସ୍ୱତନ୍ତ୍ର ନିଶ୍ଚୟ ।

Leave A Reply

Your email address will not be published.