ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଏବେ ସମବାୟ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ

0
  • କେନ୍ଦ୍ର କ୍ୟାବିନେଟ୍ ନେଲେ ବଡ଼ ନିଷ୍ପତ୍ତି
  • ସମବାୟ ବ୍ୟାଙ୍କ ଉପରେ ନଜର ରଖିବ ଆରବିଆଇ

ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧୀନକୁ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି ନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ସମଗ୍ର ଦେଶରେ ୧୫୦୦ରୁ ଅଧିକ ସହରାଞ୍ଚଳ ଏବଂ ବହୁ-ରାଜ୍ୟ ସମବାୟ ବ୍ୟାଙ୍କରେ ୮.୬କୋଟିରୁ ଅଧିକ ଜମାକାରୀ ଅଛନ୍ତି।

ବୁଧବାର କେନ୍ଦ୍ର କ୍ୟାବିନେଟ୍ ସମସ୍ତ ସମବାୟ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧୀନରେ ଆଣିବାକୁ ନିଷ୍ପତ୍ତି ନେଇଛି। ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ, ୧୪୮୨ ସହରୀ ସମବାୟ ବ୍ୟାଙ୍କ ଏବଂ 58 ଟି ମଲ୍ଟି ଷ୍ଟେଟ କୋଅପରେଟିଭ ବ୍ୟାଙ୍କ ସମେତ ସରକାରୀ ବ୍ୟାଙ୍କଗୁଡିକ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତଦାରଖ କରିବେ। ରାଷ୍ଟ୍ରପତି ଏ ସଂକ୍ରାନ୍ତ ଅଧ୍ୟାଦେଶ ଆଣିବା ପରେ ତୁରନ୍ତ ଏହି ବ୍ୟାଙ୍କଗୁଡିକ ଆରବିଆଇ ଅଧୀନକୁ ଆସିଯିବ।

ଗତ ବର୍ଷ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ସମିତି (ପିଏମସି) ବ୍ୟାଙ୍କକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହେଲା, ତାକୁ ନେଇ ଦେଶରେ ହଇଚଇ ସୃଷ୍ଟି େହାଇଥିଲା। ଫେବୃଆରିରେ ଦେଶର କ୍ୟାବିନେଟ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ବ୍ୟାଙ୍କ ରେଗୁଲେସନ ଆକ୍ଟରେ ସଂଶୋଧନ କରିଥିଲେ। ୨୦୨୦ ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଘୋଷଣା କରିଥିଲେ ଯେ ସହଯୋଗୀ ବ୍ୟାଙ୍କଗୁଡିକ ଆରବିଆଇ ତଦାରଖ କରିବ।

ସମଗ୍ର ଦେଶରେ ୧୫୦୦ରୁ ଅଧିକ ସହରାଞ୍ଚଳ ଏବଂ ବହୁ-ରାଜ୍ୟ ସମବାୟ ବ୍ୟାଙ୍କରେ ୮.୬କୋଟିରୁ ଅଧିକ ଜମାକାରୀ ଅଛନ୍ତି। ସମବାୟ ବ୍ୟାଙ୍କଗୁଡିକରେ ଜମାକାରୀଙ୍କର ଥିବା ୪.୮୪ ଲକ୍ଷ କୋଟି ଟଙ୍କା ସୁରକ୍ଷିତ ରହିବ ବୋଲି ଜାଭଡେକର କହିଛନ୍ତି।

Leave A Reply

Your email address will not be published.