ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

କେବଳ ରାହୁଲ ଆଉ ରାହୁଲ

0
  • ସଭାପତି ହେବା ପାଇଁ ପୁଣି ଦାବି ଉଠିଲା
  • ନିର୍ବାଚନ ପରାଜୟ ପରେ ଇସ୍ତଫା ଦେଇଥିଲେ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ମୋହ ଛାଡ଼ିପାରୁନି କଂଗ୍ରେସ। ମୁଖିଆ ପଦରେ ବସିବା ଲାଗି ଦଳୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ବାସର ଅଭାବ ଏକ କାରଣ ନା ଗାନ୍ଧୀ ଭୋଟ୍ ବ୍ୟାଙ୍କ ଏବେ ବି ରହିଥିବା ଦଳ ଅନୁମାନ କରୁଛି? ଏସବୁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ସଭାପତି କରିବାକୁ ଦାବି କରାଯାଇଛି।

ଜାତୀୟ ଗଣମାଧ୍ୟମ ଖବର ଅନୁସାରେ,ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ଦାବି କରିଛନ୍ତି। ଗତକାଲି ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ଗେହଲଟ୍ ଏହି ଦାବି ଉଠାଇଥିଲେ। ସୂଚନାନୁସାରେ, ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିୱି ମଧ୍ୟ ଗେହଲଟଙ୍କ ଦାବିକୁ ସମର୍ଥନ କରି କହିଛନ୍ତି ଯେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଏକ ଭର୍ଚୁଆଲ ଅଧିବେଶନ ଡାକିବା ଉଚିତ ଏବଂ ରାହୁଲଙ୍କୁ ଦଳର ମୁଖ୍ୟ କରାଯିବା ଆବଶ୍ୟକ।

ତେବେ ମଙ୍ଗଳବାର କାର୍ଯ୍ୟକାରୀ କମିଟି ବୈଠକରେ ରାହୁଲ ଗାନ୍ଧୀଙ୍କ ତାଙ୍କୁ ଦଳର ସଭାପତି ଭାବରେ ପୁନଃ ନିଯୁକ୍ତ କରିବାକୁ ଦାବି ଉପରେ କୌଣସି ଆଲୋଚନା ହେବା କଥାକୁ କଂଗ୍ରେସ ଅସ୍ୱୀକାର କରିଛି।ବରଂ ଗଣମାଧ୍ୟମକୁ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ ଏହା ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ଭାବନା। ଏବେ କିନ୍ତୁ ଭାରତ-ଚୀନ୍ ଉତ୍ତେଜନା, ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ କରୋନା ଜୀବାଣୁ ମହାମାରୀ ଭଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

୨୦୧୭ରେ କଂଗ୍ରେସ ସଭାପତି ପଦ ଗ୍ରହଣ କରିଥିବା ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ​​ଲଜ୍ଜାଜନକ ପରାଜୟ ପରେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଏହି ନିର୍ବାଚନରେ ​​କଂଗ୍ରେସ ଏତେ ଖରାପ ପ୍ରଦର୍ଶନ କରିଥିଲା ​​ଯେ ଦଳ ମାତ୍ର ୫୨ ଟି ଆସନ ଜିତିଥିଲା। ରାହୁଲ ନିଜେ ଆମେଥିରୁ ନିର୍ବାଚନରେ ​​ହାରିଥିଲେ। ତାଙ୍କ ଇସ୍ତଫା ପରେ ୟୁପିଏ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ନିକଟରେ ରାହୁଲ କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଅର୍ଥନୀତିକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଇଥିବା ଅଭିଯୋଗ ଆଣିଥିଲେ। ସେହିଭଳି ଚୀନ ସୀମା ବିବାଦରେ ମଧ୍ୟ ରାହୁଲଙ୍କ ଆକ୍ରମଣକୁ ନେଇ ଆଲୋଚନା ଜୋର ଧରିଥିଲା।

Leave A Reply

Your email address will not be published.