ପ୍ରମୁଖ ଖବର

ସୁଭଦ୍ରା ଯୋଜନା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଢେଙ୍କାନାଳ ସଦର ଆର୍‌ଆଇ ଓ ପିଅନ
ବିପଦସଙ୍କେତ ଟପିଲା ସୁବର୍ଣ୍ଣରେଖା: ୬ ଜିଲ୍ଲାପାଳଙ୍କୁ ଆଲର୍ଟ, ବାଲେଶ୍ୱରରେ ବନ୍ୟା ପରିସ୍ଥିତି
ପୂରଣ ହେଲା ଡାକ୍ତରଙ୍କ ଦାବି, ମନୋଜ ବର୍ମା ହେଲେ କୋଲକାତା ପୁଲିସ କମିଶନର
ଜନ୍ମଦିନ ଅବସରରେ ହିତାଧିକାରୀଙ୍କ ଘରେ ଖିରି ଖାଇଲେ ମୋଦୀ
ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନ
ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ୨ ଛାତ୍ର ନିଖୋଜ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍‌ରିୱାଲ
ଚୀନକୁ ହରାଇ ୫ମ ଥର ଏସିଆ ଚାମ୍ପିୟନ ହେଲା ଭାରତ

କରୋନା ମୁକାବିଲାରେ ଆଗଧାଡିରେ ସୋଆ

0

ଭୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ କୋଭିଡ୧୯ ମହାମାରୀ ସହ ଯୁଦ୍ଧ ଜାରି ରଖିଛି । ଏହି ଯୁଦ୍ଧରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗି ଓଡ଼ିଶା ସରକାର ଉଦ୍ୟମ ଚଳାଇଥିବା ବେଳେ ଏହି ମହତ କାର୍ଯ୍ୟରେ ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ସୋଆର ମୂଳମନ୍ତ୍ର ହୋଇଥିବା ବେଳେ ଏହି ମହାମାରୀର ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲ୍ ଗୁଡିକ ମଧ୍ୟରୁ ୪ଟି କୋଭିଡ ହସ୍ପିଟାଲ୍ ଏବଂ ଦୁଇଟି କୋଭିଡ କେୟାର ସେଂଟରର ଦାୟିତ୍ୱ ନେଇଛି ସୋଆ । ଉଦ୍ଦେଶ୍ୟ ରହିଛି ସଂକ୍ରମିତ ବ୍ୟକ୍ତି କିପରି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ।
ଗତ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ମହାମାରୀର ପ୍ରଭାବ ଓଡ଼ିଶାରେ ଦେଖାଦେଇଥିବା ବେଳେ ମାତ୍ର ଦୁଇ ତିନି ଜଣ ସଂକ୍ରମିତ ହୋଇଥିଲେ । ତେବେ ସେହି ମୁହୁର୍ତ ଠାରୁ ହିଁ ଯୁଦ୍ଧକାଳୀନ ଭିତିରେ ଓଡ଼ିଶାବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ଏବଂ ସେମାନଙ୍କର ଚିକିତ୍ସା କରାଇବା ନେଇ ଅଣ୍ଟା ଭିଡିଥିଲେ ରାଜ୍ୟ ସରକାର ଓ କୋଭିଡ ହସ୍ପିଟାଲ୍ ଆରମ୍ଭ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇଥିଲା ସୋଆ । ଜୀବନ ଜୀବିକାର ଦୋ ଛକିରେ ଥିବା ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ତାଙ୍କୁ ସୁସ୍ଥ କରିବା ଲକ୍ଷ୍ୟରେ ସୋଆ ପକ୍ଷରୁ ୨୦୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଣ୍ଟର ପରିଚାଳନା କରାଯାଉଛି ।


ଏପ୍ରିଲ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ସୋଆ କ୍ୟାମ୍ପସ୍ ୨ରେ ମହାନଦୀ କୋଲ ଫିଲ୍ଡସ୍‌ର ସହଭାଗିତାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିଲା ୫୨୫ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ । ପରବର୍ତୀ ପର୍ଯ୍ୟାୟରେ ଏହାର ସଂଖ୍ୟା ଆଉ ୧୦୦କୁ ବୃଦ୍ଧି ହୋଇ ୬୨୫ରେ ପହଂଚିଛି । ଏଥିରେ ୫୦୦ ଶଯ୍ୟା ରହିଥିବା ବେଳେ ୧୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ହସ୍ପିଟାଲ ଓଡ଼ିଶାର ବୃହତମ ଏବଂ ଭାରତର ଅନ୍ୟତମ ବୃହତମ କୋଭିଡ ଆଇସିୟୁ ଭାବେ ପରିଗଣିତ ହେଉଛି । ସେହିପରି ସୋଆ ପକ୍ଷରୁ ଏପ୍ରିଲ୍ ୧୨ ତାରିଖରେ କେନ୍ଦ୍ରାପଡ଼ାରେ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୭୦ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏହି ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ୧୬୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ଶଯ୍ୟା ରହିଛି । ଏପ୍ରିଲ୍ ୨୦ ତାରିଖରେ ତାଳଚେର ଠାରେ ଏମ୍‌ସିଏଲ୍‌ର ସହଭାଗିତାରେ ୧୫୦ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ ହୋଇଥିଲା । ଏଠାରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ୧୪୪ଟି ଶଯ୍ୟା ରହିଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଛି । ସେହିପରି ଗତ ଜୁଲାଇ ୨୩ ତାରିଖରେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏଥିରେ ୩୫୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ଆଇସିୟୁ ଶଯ୍ୟା ରହିଛି ।


ଲକ୍ଷଣବିହୀନ କିମ୍ବା କମ୍ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଜାମୁଝରି ଏବଂ ଜଟଣୀର ଖୁଦୁପୁର ଠାରେ ସୋଆ ପକ୍ଷରୁ ୫୦୦ ଓ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର୍ ମଧ୍ୟ ଆରମ୍ଭ କରାଯାଇଛି । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ଏହି ହସ୍ପିଟାଲ୍‌ଗୁଡ଼ିକରେ ଦିନରାତି ନିଷ୍ଠାର ସହ କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ସୋଆ ପକ୍ଷରୁ ୧୫୭ ଆଇସିୟୁ ଶଯ୍ୟା ସମେତ ୨୧୧୧ ଶଯ୍ୟାର ବ୍ୟବସ୍ଥା କରାଯାଇ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ି ଚାଲିଥିବା ବେଳେ ୮୦ ରୁ ୯୦ ପ୍ରତିଶତ ଶଯ୍ୟା ପୂରଣ ହୋଇ ଚିକିତ୍ସା ଜାରୀ ରହିଛି । ଏହା ଏକ ଯୋଦ୍ଧା ଏବଂ ଦିନ ରାତି ଏହି ମହାମାରୀ ସହ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ।


ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏହି କରୋନା ଯୋଦ୍ଧାମାନଙ୍କ ଯୋଗୁଁ କରୋନା ସଂକ୍ରମଣ ସହିତ ଅନେକ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ବିଶେଷ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣ ବୟସ୍କ ବ୍ୟକ୍ତି ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ମାରାତ୍ମକ ଅଟେ । କିନ୍ତୁ ସମ୍ କୋଭିଡ ହସ୍ପିଟାଲ୍‌ଗୁଡ଼ିକରେ ୮୦ ରୁ ୮୫ ବର୍ଷର ବୃଦ୍ଧ ବୃଦ୍ଧା ଏବଂ ୧୦ ବର୍ଷରୁ କମ୍ ବୟସର ଶିଶୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି ।

କରୋନା ଭାଇରସ୍ ସଂକ୍ରମଣ ସହ ମୁକାବିଲା କରିବା ଏତେ ସହଜସାଧ୍ୟ ନୁହେଁ । ଏହି ସଂକ୍ରମଣକୁ ରୋକିବା ପାଇଁ ଜ୍ଞାନ, କୌଶଳ ଏବଂ ବୁଝାମଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । ଏହି ମହାମାରୀରୁ ଜନସମାଜକୁ ରକ୍ଷା କରିବା ନିମନ୍ତେ କୋଭିଡ-୧୯ ଭାକ୍ସିନ୍‌ର ପରୀକ୍ଷଣରେ ମଧ୍ୟ ନିଜକୁ ନିୟୋଜିତ କରିଛି ସୋଆ । କୋଭିଡ-୧୯ଭାକ୍ସିନ୍‌ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ସମ୍ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି । ଆଇସିଏମ୍‌ଆର୍ ଏବଂ ଭାରତ ବାୟୋଟେକ୍‌ର ମିଳିତ ସହଯୋଗରେ ଏହି ଭାକ୍ସିନ୍‌ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲ୍‌ରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଛି । ଅନେକ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ ଜାରୀ ରହିଛି । ସେହିପରି ସମ୍ କୋଭିଡ୍ ହସ୍ପିଟାଲ୍‌ରେ ପ୍ଲାଜମା ଥେରାପି ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯିବା ସହକୋଭିଡ-୧୯ମହାମାରୀରସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀରଭାବେ ବୁଝିବା ନିମନ୍ତେ ସମ୍ ହସ୍ପିଟାଲ୍‌ରେ ଜେନୋମିକ୍‌ ଗବେଷଣା ମଧ୍ୟ ଆରମ୍ଭ କରାଯାଇଛି ।


କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ଭର୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସା ସୁଚାରୁରୂପେ କରାଯାଉଛି । ସେମାନଙ୍କର ଖାଇବା, ପିଇବା ଏବଂ ରହିବାର ସୁବ୍ୟବସ୍ଥା କରାଯିବା ସହ ସଠିକ୍ ପରିଚାଳନା ମଧ୍ୟ କରାଯାଉଛି ।

Leave A Reply

Your email address will not be published.