ପ୍ରମୁଖ ଖବର

ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ : ଯୋଗାଣ ମନ୍ତ୍ରୀ
ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ
ତାରାଙ୍କୁ ନିଲମ୍ବନ, ୨୭ରେ ବିଧାନସଭା ଘେରିବ କଂଗ୍ରେସ
ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ
ପୁରୀ ଶ୍ଵେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ
ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ହଟାଇ ଦିଆଯାଇଛି

ଓଡ଼ିଶାରେ କରୋନା ଲକ୍ଷେ ଟପିଲା

0

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଛି। ଆଜି ୩୦୧୪ ଜଣଙ୍କ ଠାରେ କରୋନା ଠାବ ପରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୩୪ ଛୁଇଁଛି। ପାଖାପାଖି ୧୭ଲକ୍ଷ ୩୧ ହଜାର ୫୫୬ଟି ନମୁନା ପରୀକ୍ଷଣରୁ ଏତିକି ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ହଜାର ୬୮୫ଜଣ ବିଭିନ୍ନ ହସ୍ପିଟାଲ ବା ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଶନିବାର ସୁଦ୍ଧା ରାଜ୍ୟରେ କରୋନା ସୁସ୍ଥ ହାର ଜାତୀୟ ହାରଠାରୁ ମଧ୍ୟ କମ୍ ରହିଛି।

ଗଞ୍ଜାମ ପରେ ସଂପ୍ରତି ଖୋର୍ଧା ଜିଲ୍ଲାରେ କରୋନା ଶୀର୍ଷ ଛୁଇଁଛି। ଆଜି ଦଶଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହିଛି। ମୋଟ ୧୨ ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୨ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୮୯ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଖୋର୍ଧାରେ ୬୨ ଜଣ ପ୍ରାଣ ହରାଇଛନ୍ତି।

ସରକାରୀ ରିପୋର୍ଟ କହୁଛି, ହାରାହାରି ୧୫ରୁ ୪୦ବର୍ଷ ବୟସ୍କ ବ୍ୟକ୍ତି ସବୁଠାରୁ ଅଧିକ କୋଭିଡ୍ ସଂକ୍ରମଣର ଶିକାର ହୋଇଛନ୍ତି। ଏମାନଙ୍କ ପରେ ୪୧ରୁ ୬୦ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି। ୫୬୨୩ଜଣଙ୍କ ବୟସ ୧୪ବର୍ଷ ଭିତରେ ହୋଇଥିବା ବେଳେ ୮୧୯୧ ଜଣ ୬୦ବର୍ଷରୁ ଅଧିକ ବୟସ୍କ ବୋଲି ରିପୋର୍ଟ କହୁଛି। ସେହିଭଳି ମୋଟ ସଂକ୍ରମିତଙ୍କ ମଧ୍ୟରେ ୬୮ ପ୍ରତିଶତ ପୁରୁଷ ଓ ୩୨ ପ୍ରତିଶତ ମହିଳା ଥିବା ସୂଚନା ମିଳିଛି।

Leave A Reply

Your email address will not be published.