ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ବର: ଓଡ଼ିଆ ଭାଷାରେ ନାମ ଫଳକ ନ ରହିଲେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଉପରେ କଡ଼ା ଆକ୍ସନ୍‌ ନିଆଯିବ। ଶୁଦ୍ଧ ଓ ସ୍ପଷ୍ଟ ଓଡ଼ିଆରେ ନାମ ଲେଖିବାକୁ ଏବେ ବାଧ୍ୟତାମୂଳକ କରାଯାଇଛି। ଯଦି କେହି ନିୟମ ମାନନ୍ତି ନାହିଁ ତେବେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବେ। ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଶ୍ରମ ବିଭାଗ ପକ୍ଷରୁ ଲୋୟର୍ ପିଏମଜି ଅଞ୍ଚଳରେ ସମସ୍ତ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାଲିକଙ୍କୁ କଡ଼ା ବାର୍ତ୍ତା ଦିଆଯାଇଛି।

ନୂତନ ନିୟମ ଅନୁଯାୟୀ, ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆରେ ନିର୍ଭୁଲ ଓ ସ୍ପଷ୍ଟ ଭାବେ ଲେଖିବା ଆବଶ୍ୟକ । ପ୍ରଥମଥର ଉଲ୍ଲଂଘନ କଲେ ୫,୦୦୦ ରୁ ୧୦,୦୦୦ ଜରିମାନା। ପୁଣିଥର ଉଲ୍ଲଂଘନ କଲେ ୧୦,୦୦୦ ରୁ ୨୦,୦୦୦ ଜରିମାନା। ଯଦି କୌଣସି ପ୍ରତିଷ୍ଠାନ ଏହି ନିୟମକୁ ମାନୁନାହିଁ, ତେବେ ସାଧାରଣ ଲୋକେ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ତୁରନ୍ତ ଅଭିଯୋଗ କରିପାରିବେ

ଭୁବନେଶ୍ୱରରେ ୮ଟି ବିଶେଷ ଦଳ ଗଠନ କରାଯାଇଛି, ଯେଉଁମାନେ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବେ। ସେହିପରି ସମଗ୍ର ଓଡ଼ିଶାର ସମସ୍ତ ଜିଲ୍ଲାରେ ମଧ୍ୟ ସ୍କ୍ୱାଡ୍‌ ମୁତୟନ ହେବେ ବୋଲି ଶ୍ରମ କମିଶନର କହିଛନ୍ତି। ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ହେବାରୁ ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଆହ୍ବାନ କରିଛନ୍ତି।

Leave A Reply

Your email address will not be published.