ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ଅପରାଜିତା ବିଜେପି ଜାତୀୟ ମୁଖପାତ୍ର

0
  • ଜେ ପି ନଡ୍ଡାଙ୍କ ଟିମ୍‌ରେ ଓଡ଼ିଶାରୁ ଚାରି ନେତା
  • ବୈଜୟନ୍ତ ଉପସଭାପତି ପଦ ବଜାୟ ରଖିଲେ
  • ସାଂସଦ ବିଶେଶ୍ବର ଟୁଡୁଙ୍କୁ ସଂପାଦକ ଭାବେ ନିଯୁକ୍ତି
  • ସମ୍ବିତ ପାତ୍ର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟକରିବେ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଆଜି ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି। ଏଥିରେ ୧୨ଜଣ ଉପସଭାପତି, ୮ଜଣ ସାଧାରଣ ସଂପାଦକ ଅଛନ୍ତି। ବିଏଲ୍ ସନ୍ତୋଷ ପୁଣି ଥରେ ସଂଗଠନ ସଂପାଦକ ପଦବିରେ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ବ୍ୟତୀତ ୩ଜଣ ଯୁଗ୍ମ ସଧାରଣ ସଂପାଦକ, ୧୩ ଜଣ ସଂପାଦକ ଏବଂ ୨୩ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଉପସଭାପତି ଭାବେ ପୁଣି ଥରେ ମନୋନୀତ ହୋଇଛନ୍ତି। ସଂପାଦକ ଭାବେ ସାଂସଦ ବିଶେଶ୍ବର ଟୁଡୁଙ୍କୁ ନିଆଯାଇଥିବା ବେଳେ ଜାତୀୟ ମୁଖପାତ୍ର ତାଲିକାରେ ଦୁଇ ଓଡ଼ିଆଙ୍କୁ ସ୍ତାନ ମିଳିଛି। ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହିତ ଏହି ତାଲିକାରେ ଏଥର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ରହିଛି। ଅପରାଜିତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେବା ଓ ଓଡ଼ିଶାରୁ ଦୁଇଜଣଙ୍କୁ ସାମିଲ କରାଯିବା ଘଟଣାକୁ ରାଜନୈତିକ ମହଲ ଗମ୍ଭୀରତାର ସହିତ ନେଉଛନ୍ତି। ଓଡ଼ିଶା ବିରୋଧରେ ବିଜେପି ଜାତୀୟ ସ୍ତରରେ ସ୍ବର ଅଧିକ ଶାଣିତ କରିପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.