ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ମହିଳା ଓ ଶିଶୁ ନିରାପଦ ନୁହେଁ

0
  • ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୧୯ ରିପୋର୍ଟରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ
  • ବରିଷ୍ଠ ନାଗରିକ ସୁରକ୍ଷିତ, ସାଇବର ଅପରାଧ ମାମଲାରେ ଦେଶରେ ଆଗରେ
  • ବିଧାନସଭାରେ ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ନୂଆଦିଲ୍ଲୀ: ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଘଟିଛି, ଜାତୀୟ ହାରର ଦୁଇଗୁଣା। ୨୦୧୮ ତୁଳନାରେ ୨୦୧୯ରେ ୧୪.୩୪% ବଢିଛି ଓଡ଼ିଶାରେ। ଦେଶରେ ମହିଳା ଅତ୍ୟାଚାର ମାମଲା ୭ % ବୃଦ୍ଧି ପାଇଛି। ଜାତୀୟ ଅପରାଧ ନଥି ବ୍ୟୁରୋ ରିପୋର୍ଟରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ ମସିହାରେ ଓଡିଶାରେ ମହିଳାଙ୍କ ଉପରେ ୨୩,୧୮୩ ଅତ୍ୟାଚାର ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୨୦,୨୭୪ ରହିଥିଲା।

କ୍ରାଇମ୍ ଇନ୍ ଇଣ୍ଡିଆ ୨୦୧୯ ରେ ଶିଶୁମାନଙ୍କ ଉପରେ ଅତ୍ୟାଚାର ଘଟଣାରେ ଓଡ଼ିଶା ୨୦୧୮ ତୁଳନାରେ ୨୦୧୯ରେ ସଂଖ୍ୟା ବୃଦ୍ଧି ପାଇଥିବାର କୁହାଯାଇଛି। ୨୦୧୯ରେ ଶିଶୁମାନଙ୍କ ଉପରେ ଓଡ଼ିଶାରେ ୭୦୧୨ ଘଟଣା ପଞ୍ଜିକୃତ ହୋଇଥିବା ବେଳେ ୨୦୧୮ରେ ଏହାର ସଂଖ୍ୟା ୫୨୧୭ ରହିଥିଲା। ୨୦୧୮ରେ ଓଡ଼ିଶାରେ ଜୁଭେନାଇଲ୍ ଅପରାଧର ସଂଖ୍ୟା ୧୦୭୮ ଥିବା ବେଳେ ଏହି ସଂଖ୍ୟା ୨୦୧୯ରେ ୧୧୬୨କୁ ବୃଦ୍ଧି ପାଇଛି। ତେବେ ବରିଷ୍ଠ ନାଗରିକମାନଙ୍କ ବିରୋଧରେ ଅତ୍ୟାଚାର ମାମଲାରେ ୨୦୧୮ ତୁଳନାରେ ୨୦୧୯ରେ ହ୍ରାସ ପାଇଥିବା ଦର୍ଶାଯାଇଛି।

ସେହିଭଳି ଓଡ଼ିଶାରେ ସାଇବର ଅପରାଧ ମାମଲାରେ ୨୦୧୯ରେ ଯଥେଷ୍ଟ ବୃଦ୍ଧି ହୋଇଛି। ୨୦୧୮ରେ ୮୪୩ ସାଇବର ଅପରାଧ ମାମଲା ଥିବା ବେଳେ ଏହି ସଂଖ୍ୟା ୨୦୧୯ରେ ୧୪୮୫କୁ ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ, ମହିଳାଙ୍କୁ ସମ୍ମାନହାନୀ ଉଦ୍ଦେଶ୍ୟରେ ଆକ୍ରମଣ ମାମଲାରେ ଓଡିଶା ଦେଶରେ ପ୍ରଥମ ରହିଛି। ସାମଗ୍ରିକ ୧୧୩୦୮ ମାମଲା ସହ ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ମହିଳାଙ୍କୁ ଉଲଗ୍ନ କରିବା ଉଦ୍ଧେଶ୍ୟରେ ସେମାନଙ୍କ ଉପରେ ଆକ୍ରମଣ ଓ ଅପରାଧିକ ଫୋର୍ସ ପ୍ରୟୋଗ କରିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣା ପଡିଛି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଆଜି ଶୂନ୍ୟକାଳରେ କହିଛନ୍ତି, ଅସଦାଚରଣରେ ଓଡ଼ିଶା ୨ୟ,ସାଇବର ଅପରାଧରେ ଓଡ଼ିଶା ପ୍ରଥମ।ସରକାରଙ୍କୁ ଗୃହରେ ଏ ନେଇ ପ୍ରଶ୍ନ କଲେ ବି ଉତ୍ତର ମିଳୁନି। ସରକାର ନିଦରେ ଶୋଇଛନ୍ତି। ଏହା ରାଜ୍ୟ ପାଇଁ ଲଜ୍ଜା। ଏଥିସହିତ କୋଭିଡ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଗୃହରେ ପୁଣିଥରେ ଉଠାଇ ସରକାରଙ୍କୁ ଘେରିବା ସହିତ ଖୋଦ୍ ପୁଲିସ ଡିଜିଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.