ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମହିଳା ଓ ଶିଶୁ ନିରାପଦ ନୁହେଁ

0
  • ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୧୯ ରିପୋର୍ଟରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ
  • ବରିଷ୍ଠ ନାଗରିକ ସୁରକ୍ଷିତ, ସାଇବର ଅପରାଧ ମାମଲାରେ ଦେଶରେ ଆଗରେ
  • ବିଧାନସଭାରେ ଅସନ୍ତୋଷ ଝାଡ଼ିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ନୂଆଦିଲ୍ଲୀ: ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଘଟିଛି, ଜାତୀୟ ହାରର ଦୁଇଗୁଣା। ୨୦୧୮ ତୁଳନାରେ ୨୦୧୯ରେ ୧୪.୩୪% ବଢିଛି ଓଡ଼ିଶାରେ। ଦେଶରେ ମହିଳା ଅତ୍ୟାଚାର ମାମଲା ୭ % ବୃଦ୍ଧି ପାଇଛି। ଜାତୀୟ ଅପରାଧ ନଥି ବ୍ୟୁରୋ ରିପୋର୍ଟରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ ମସିହାରେ ଓଡିଶାରେ ମହିଳାଙ୍କ ଉପରେ ୨୩,୧୮୩ ଅତ୍ୟାଚାର ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୨୦,୨୭୪ ରହିଥିଲା।

କ୍ରାଇମ୍ ଇନ୍ ଇଣ୍ଡିଆ ୨୦୧୯ ରେ ଶିଶୁମାନଙ୍କ ଉପରେ ଅତ୍ୟାଚାର ଘଟଣାରେ ଓଡ଼ିଶା ୨୦୧୮ ତୁଳନାରେ ୨୦୧୯ରେ ସଂଖ୍ୟା ବୃଦ୍ଧି ପାଇଥିବାର କୁହାଯାଇଛି। ୨୦୧୯ରେ ଶିଶୁମାନଙ୍କ ଉପରେ ଓଡ଼ିଶାରେ ୭୦୧୨ ଘଟଣା ପଞ୍ଜିକୃତ ହୋଇଥିବା ବେଳେ ୨୦୧୮ରେ ଏହାର ସଂଖ୍ୟା ୫୨୧୭ ରହିଥିଲା। ୨୦୧୮ରେ ଓଡ଼ିଶାରେ ଜୁଭେନାଇଲ୍ ଅପରାଧର ସଂଖ୍ୟା ୧୦୭୮ ଥିବା ବେଳେ ଏହି ସଂଖ୍ୟା ୨୦୧୯ରେ ୧୧୬୨କୁ ବୃଦ୍ଧି ପାଇଛି। ତେବେ ବରିଷ୍ଠ ନାଗରିକମାନଙ୍କ ବିରୋଧରେ ଅତ୍ୟାଚାର ମାମଲାରେ ୨୦୧୮ ତୁଳନାରେ ୨୦୧୯ରେ ହ୍ରାସ ପାଇଥିବା ଦର୍ଶାଯାଇଛି।

ସେହିଭଳି ଓଡ଼ିଶାରେ ସାଇବର ଅପରାଧ ମାମଲାରେ ୨୦୧୯ରେ ଯଥେଷ୍ଟ ବୃଦ୍ଧି ହୋଇଛି। ୨୦୧୮ରେ ୮୪୩ ସାଇବର ଅପରାଧ ମାମଲା ଥିବା ବେଳେ ଏହି ସଂଖ୍ୟା ୨୦୧୯ରେ ୧୪୮୫କୁ ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ, ମହିଳାଙ୍କୁ ସମ୍ମାନହାନୀ ଉଦ୍ଦେଶ୍ୟରେ ଆକ୍ରମଣ ମାମଲାରେ ଓଡିଶା ଦେଶରେ ପ୍ରଥମ ରହିଛି। ସାମଗ୍ରିକ ୧୧୩୦୮ ମାମଲା ସହ ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ମହିଳାଙ୍କୁ ଉଲଗ୍ନ କରିବା ଉଦ୍ଧେଶ୍ୟରେ ସେମାନଙ୍କ ଉପରେ ଆକ୍ରମଣ ଓ ଅପରାଧିକ ଫୋର୍ସ ପ୍ରୟୋଗ କରିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣା ପଡିଛି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଆଜି ଶୂନ୍ୟକାଳରେ କହିଛନ୍ତି, ଅସଦାଚରଣରେ ଓଡ଼ିଶା ୨ୟ,ସାଇବର ଅପରାଧରେ ଓଡ଼ିଶା ପ୍ରଥମ।ସରକାରଙ୍କୁ ଗୃହରେ ଏ ନେଇ ପ୍ରଶ୍ନ କଲେ ବି ଉତ୍ତର ମିଳୁନି। ସରକାର ନିଦରେ ଶୋଇଛନ୍ତି। ଏହା ରାଜ୍ୟ ପାଇଁ ଲଜ୍ଜା। ଏଥିସହିତ କୋଭିଡ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଗୃହରେ ପୁଣିଥରେ ଉଠାଇ ସରକାରଙ୍କୁ ଘେରିବା ସହିତ ଖୋଦ୍ ପୁଲିସ ଡିଜିଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.