ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

୫ରାଜ୍ୟ ଉପରେ ନଡ୍ଡାଙ୍କ ଆଖି

0
  • ୨୦୨୪ ସୁଦ୍ଧା ବିଜେପିକୁ ସଶକ୍ତ ପାଇଁ ନକ୍ସା ପ୍ରସ୍ତୁତ
  • ବହୁ ନେତା ଆଗକୁ ଆସିବେ, ପ୍ରଭାବ ନଥିଲେ ବିଦା
  • ସାଢେ ତିନିବର୍ଷ ସମୟ ଭିତରେ ବହୁ ପରିବର୍ତ୍ତନ ହେବ

ନୂଆଦିଲ୍ଲୀ: ଦାୟିତ୍ବ ନେବାର ୮ମାସ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଟିମ୍ ଗଠନ ପଛର ରହସ୍ୟ ଉପରେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜମୁଛି। କାହିଁକି ଓ କେଉଁ ପରିସ୍ଥିତିରେ ଦଳର କିଛି ବରିଷ୍ଠଙ୍କୁ ବାଦ୍ ଦିଆଗଲା, ଦଳ ନିର୍ଦିଷ୍ଟ କି ଲକ୍ଷ୍ୟ ରଖି ଆଗକୁ ବଢ଼ିବାକୁ ଯୋଜନା କରୁଛି, ତା ଉପରେ ରାଜନୈତିକ ମହଲ କସରତ ଚଳାଇଛନ୍ତି। ଗୋଟିଏ ବଡ ଗୋଷ୍ଠୀର ମତ ହେଉଛି, ବିଜେପି ବୁଝିସାରିଛି ଯେ ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ତ୍ରିପୁରା ଦିଲ୍ଲୀ ଓ ଉତ୍ତରପ୍ରଦେଶ ବାହାରେ ଏବେ ଦଳର ଶକ୍ତି ବୃଦ୍ଧି କରିବାକୁ ହେବ। ବିଶେଷକରି ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ଭଳି ରାଜ୍ୟ ଉପରେ ଦଳ ଆସନ୍ତା ଦିନରେ ଫୋକସ୍ ରଖିବ। ଏସବୁ ରାଜ୍ୟରେ ଦଳର ଶକ୍ତି ବୃଦ୍ଧି ସମ୍ଭାବନା ସୃଷ୍ଟି ହୋଇଛି। ୨୦୨୪ ମସିହାରେ ଦଳକୁ କ୍ଷମତାକୁ ଆସିବାକୁ ହେଲେ ଏସବୁ ରାଜ୍ୟରେ ଏକତରଫା ପ୍ରଦର୍ଶନ କରିବାକୁ ହେବ। ଏଣୁ ଆସନ୍ତା ସାଢେ ତିନିବର୍ଷ ଧରି ଦଳ ଏସବୁ ରାଜ୍ୟରେ ଭଙ୍ଗା ଗଢା କୌଶଳ ଆପଣାଇବ। ନୂଆ ନେତାଙ୍କୁ ସାମ୍ନାକୁ ଆଣିବ, କ୍ୟାଡର ଗଠନ କରିବ ଏମିତି।

ଏଭଳି ଏକ କୌଶଳ ଆପଣାଇବା ବେଳେ ଉତ୍ତର ପୂର୍ବ ଓ ଜମ୍ମୁ କଶ୍ମୀର ଦାୟିତ୍ବରେ ଥିବା ରାମ ମାଧବଙ୍କୁ ଦଳ କାହିଁକି ଦୂରେଇ ଦେଲା, ଏହାର ବିକଳ୍ପ ଫର୍ମୁଲାଟି କଣ, ତାହା ମଧ୍ୟ ଏକ ବଡ ସମୀକରଣର ସଙ୍କେତ ଦେଲାଣି। ଏ ନେଇ ବିଭିନ୍ନ ମତ ରହିଛି। ଗୋଟିଏ ପକ୍ଷ ଯୁକ୍ତି ରଖୁଛନ୍ତି ଯେ ଖୁବ୍ ଶୀଘ୍ର ରାମ ମାଧବ ରାଜ୍ୟସଭାକୁ ଆସିବେ ଓ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିବ। ଏହାଦ୍ବାରା ଗଣମାଧ୍ୟମରେ ଏକ ବଡ ପ୍ରଭାବ ରଖିପାରିବ ଦଳ। ଆଉ କିଛି ମତ ହେଉଛି, ଦଳର ବର୍ତ୍ତମାନର ସଂଗଠନ ସଂପାଦକ ବି ଏଲ ସନ୍ତୋଷଙ୍କ ସହିତ ତାଙ୍କ ବୁଝାମଣା କିଛି ଠିକ୍ ନାହିଁ। ମଣିପୁର ସମସ୍ୟା ବେଳେ ଆସାମର ଟାଣୁଆ ନେତା ହେମନ୍ତ ବିଶ୍ବ ସାରମାଙ୍କ ସହିତ ମାଧବଙ୍କର ମତଭେଦ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଥିଲା। ମାଧବଙ୍କ ଇଣ୍ଡିଆ ଫାଉଣ୍ଡେସନ୍ ଓ ବିଜେପି ସମୀକରଣ ନେଇ ମଧ୍ୟ ଏକ କେଁ ରହିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ଏହା ବାଦ୍ ଯେଉଁ ସମୀକରଣ ରଖୁଛନ୍ତି, ତାହା ବି କିଛି କମ୍‌ ଗୁରୁତ୍ବପୂର୍ଣ୍ଣ ନୁହେଁ।  ଉଭୟ ରାମ ମାଧବ ଓ ମୁରଲୀଧର ରାଓଙ୍କୁ ବାଦ୍ ଦେବା ପଛରେ ଆନ୍ଧ୍ରପ୍ରଦେଶ ରାଜନୀତି ରହିଛି। ଉଭୟଙ୍କର ସାଂଗଠନିକ କ୍ଷେତ୍ରରେ ଦକ୍ଷତା ବେଶ୍ ଭଲ। କିନ୍ତୁ ସେମାନଙ୍କର ସ୍ଥାନୀୟ ଅଞ୍ଚଳରେ ବିଶେଷ ପତିଆରା ନାହିଁ। ଜାତୀୟ ଦଳରେ ସେମାନଙ୍କୁ ଯେତେ ଉଚ୍ଚତା ଦିଆଗଲେ ହେଁ, ସ୍ଥାନୀୟ ରାଜନୀତି ଉପରେ ଏହାର ବିଶେଷ ଫରକ ପଡୁନାହିଁ। ଆନ୍ଧ୍ରପ୍ରଦେଶକୁ ଦଳ ଫୋକସ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ରଣନୀତି ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇପଡିଥିଲା।

ଏହି ଯୁକ୍ତି ପଛରେ ଦମ୍ ଅଛି। କାରଣ ଦଳର ସାଧାରଣ ସଂପାଦକ ଭାବେ ନଡ୍ଡାଏଥର ଡି ପୁରନ୍ଦେଶ୍ବରୀ ଓ ଉପ ସଭାପତି ଭାବେ ଡି କେ ଅରୁଣାଙ୍କୁ ନେଇଛନ୍ତି। ଏକଦା ଆନ୍ଧ୍ରରେ ତେଲଗୁ ଦେଶମ ପାର୍ଟି (ଟିଡିପି) ପ୍ରତିଷ୍ଠା କରିଥିବା ଏନ ଟି ରାମାରାଓଙ୍କ ଝିଅ ହେଉଛନ୍ତି ପୁରନ୍ଦେଶ୍ବରୀ। ତାଙ୍କର ସ୍ଥାନୀୟ ଅଞ୍ଚଳରେ ବେଶ୍ ପତିଆରା ରହିଛି। ସେହିଭଳି ଅରୁଣା ବି ଆନ୍ଧ୍ର ରାଜନୀତିର ଜଣେ ବରିଷ୍ଠ ନେତାଙ୍କ ପରିବାରର। ଏଣୁ ଉଭୟ ଗୋଟି ଆନ୍ଧ୍ରରେ ଚଳାଇ ବିଜେପି ନିଜର ସମାନ୍ତରାଳ ପତିଆରା ତିଆରି କରିବାକୁ ଯୋଜନା କରୁଛି।  ଏଠାରେ ପ୍ରକାଶଥାଉକି, ଆନ୍ଧ୍ରରୁ ଯେଉଁ ତୃତୀୟ ବ୍ୟକ୍ତିଙ୍କୁ ନିଆଯାଇଛି,  ସେ ହେଉଛନ୍ତି ବିଜେପିର ଓବିସି ସେଲ୍ ମୁଖ୍ୟ ଡି କେ ଲକ୍ଷ୍ମଣା ସେ ୧୯୮୦ରେ ଏବିଭିପିରେ ଯୋଗଦେଇଥିଲେ। ତେଲେଙ୍ଗାନା ବିଜେପି ଯୁନିଟ୍ ମୁଖ୍ୟଥିଲେ। ଚତୁର୍ଥ ବ୍ୟକ୍ତି ଅର୍ଥାତ୍ ଜାତୀୟ ସଚିବ ଭାବେ ସତ୍ୟ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। କୌତୂହଳର କଥା ହେଉଛି, ବିଜେପି ଶୀର୍ଷ ସଂଗଠନରେ ତାମିଲନାଡୁର କୌଣସି ନେତା ନାହାନ୍ତି।

ସେହିଭଳି କର୍ଣ୍ଣାଟକ ରାଜନୀତିରେ ବିଜେପି ଏବେ ବଡ଼ ସମୀକରଣ ଛିଡ଼ା କରିବ। ଚାରିଥରିଆ ବିଧାୟକ  ସି ଟି ରବିଙ୍କୁ ଜାତୀୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ନିଯୁକ୍ତି ପଛରେ ବିଏଲ୍ ସନ୍ତୋଷଙ୍କ ସୁପାରିସ ରହିଥିବା ବିଜେପି ଆଭ୍ୟନ୍ତରୀଣ ରାଜନୀତିରେ ଚର୍ଚ୍ଚା ଚାଲିଛି। ତେବେ ଶ୍ରେଷ୍ଠ ଗୋଟି ଭାବେ ଦଳ କର୍ଣ୍ଣାଟକ ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କୁ ବିଜେପି ଯୁବ ମୋର୍ଚ୍ଚା ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ଅତ୍ୟନ୍ତ ଜ୍ଞାନୀ ବର୍ଗର ଏହି ନେତା କିନ୍ତୁ ବିବାଦୀୟ ମନ୍ତବ୍ୟ ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ଏହା ତାଙ୍କୁ ଅଧିକ ଲୋକପ୍ରିୟ କରିରଖିଛି। ଯୁବ ବର୍ଗରେ ତାଙ୍କ ପତିଆରା ଓ ଗ୍ରହଣୀୟତା ବେଶ୍ ଅଧିକ ବୋଲି ବିଚାର କରାଯାଉଛି।

ଦଳର ଜାତୀୟ ମୁଖପାତ୍ର ପଦରୁ ରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଓ ତାଙ୍କର କ୍ୟାବିନେଟ ସାଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଧାରଣ ସଂପାଦକ ପଦରୁ ଦୂରେଇ ଦିଆଯାଇଛି। ଓଡ଼ିଶାରୁ ମଧ୍ୟ ସୌଭାଗ୍ୟକ୍ରମେ ଚାରିଜଣ ନେତାଙ୍କୁ ନଡ୍ଡା ସ୍ଥାନ ଦେଇଛନ୍ତି, ଠିକ୍ ଆନ୍ଧ୍ର ପ୍ରଦେଶ ଭଳି।  ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ମୁକୁଲ ରୟଙ୍କୁ ଦଳ ସାମ୍ନାକୁ ଆଣିଛି। ଏହା ବ୍ୟତୀତ ଅନୁପମ୍ ହାଜ୍‌ରା ଓ ରାଜୁ ବିସ୍ତାଙ୍କୁ ସଂଗଠନରେ ନିଆଯାଇଛି।

Leave A Reply

Your email address will not be published.