ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଏବେ ବାତ୍ୟା ଆସିବ କି?

0

ଭୁବନେଶ୍ବର (ସାର୍ଥକ ମିଶ୍ର) : ପ୍ରତିବର୍ଷ ଅକ୍ଟୋବର ୧ରୁ ବାତ୍ୟା ଋତୁ ଆରମ୍ଭ ହୋଇଥାଏ। ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ୨ଟି ଋତୁରେ ବାତ୍ୟା ଆସେ। ଗୋଟିଏ ପ୍ରି ମୌସୁମୀ ଋତୁ ଅର୍ଥାତ୍ ମୌସୁମୀ ଆସିବା ପୂର୍ବରୁ (ଏପ୍ରିଲ- ମେ)। ଆଉ ଗୋଟିଏ ପୋଷ୍ଟ ମୌସୁମୀ ଋତୁ ଅର୍ଥାତ୍ ମୌସୁମୀ ଯିବା ପରେ (ଅକ୍ଟୋବର- ଡିସେମ୍ବର)।

ଜୁନ୍ ମାସରୁ ଭାରତରେ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ପ୍ରବେଶ କରିଥାଏ ଓ ପରେ ସମଗ୍ର ଭାରତ ଭୂଖଣ୍ଡକୁ ପ୍ରବେଶ କରିଥାଏ। ଏହାର ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମାସ ଯାଏ ଭାରତରେ ବର୍ଷା ହୋଇଥାଏ। ଏହି ସମୟରେ ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ମାନେ ସୃଷ୍ଟି ହୋଇଥାନ୍ତି। କିନ୍ତୁ ମୌସୁମୀ ବାୟୁର ଉପସ୍ଥିତି ହେତୁ ଏମାନେ ଅଧିକ ସକ୍ରିୟ ବା ଘନୀଭୂତ ହୋଇପାରନ୍ତି ନାହିଁ। ହେଲେ ଅକ୍ଟୋବର ମାସ ବେଳକୁ ଭାରତ ଭୂଖଣ୍ଡରୁ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ଫେରିବା ଆରମ୍ଭ ହୋଇଯାଇଥାଏ। ଏହି ସମୟରେ ମଧ୍ୟ ଉଭୟ ବଙ୍ଗୋପସାଗର ଓ ଆରବ ସାଗର ସମୁଦ୍ର ପୃଷ୍ଠର ତାପମାତ୍ରା ଅଧିକ ରହିଥାଏ।

ଏଠାରେ ସୂଚନା ଯୋଗ୍ୟ ଯେ, ଆରବସାଗର ଠାରୁ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ। କାରଣ ବଙ୍ଗୋପସାଗରର ତାପମାତ୍ରା ଆରବସାଗର ଠାରୁ ଅଧିକ ରହିଥାଏ। ଏହା ସହିତ ପଶ୍ଚିମ ପ୍ରଶାନ୍ତ ମହାସାଗରର ଟାଇଫୁନ୍ ମାନେ ସ୍ଥଳ ଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ଆଣ୍ଡମାନ ସାଗର ଦେଇ ବଙ୍ଗୋପସାଗରରେ ପ୍ରବେଶ କରନ୍ତି। ବଙ୍ଗୋପସାଗରରେ ପୁଣି ଶକ୍ତିଶାଳୀ ହୋଇ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇଥାନ୍ତି। ଏହି ବାତ୍ୟା ମାନେ ମୁଖ୍ୟତଃ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଭାରତର ପୂର୍ବ ଉପକୂଳ ରାଜ୍ୟ ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁରେ କ୍ଷୟକ୍ଷତି କରିଥାନ୍ତି।

ପ୍ରତି ୫ଟି ବାତ୍ୟା ରୁ ୨-୩ ଟି ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇଥାନ୍ତି। ତେବେ ବିଭିନ୍ନ କାରଣ ଯୋଗୁ ବାତ୍ୟାର ଗତିପଥ ଭିନ୍ନ ଭିନ୍ନ ହୋଇଥାଏ। କେତେବେଳେ ଉତ୍ତର ପଶ୍ଚିମ , ପୁଣି କେବେ ପଶ୍ଚିମ ଉତ୍ତର ପଶ୍ଚିମ , ପୁଣି କେବେ ଉତ୍ତର ଉତ୍ତର ପଶ୍ଚିମ କିମ୍ବା ପଶ୍ଚିମ ଦିଗରେ ବାତ୍ୟାର ଗତି ରହିଥାଏ। ଅକ୍ଟୋବର ମାସରେ ଓଡ଼ିଶା, ପଶ୍ଚିମବଙ୍ଗ ପ୍ରତି ବାତ୍ୟା ବିପଦ ଅଧିକ ଥିବା ବେଳେ ନଭେମ୍ବରରେ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ପ୍ରତି ଅଧିକ ବିପଦ ରହିଥାଏ। ଡିସେମ୍ବର ରେ ସୃଷ୍ଟି ହେଉଥିବା ବାତ୍ୟାରେ ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଅଧିକ ପ୍ରଭାବିତ ହୋଇଥାଏ। ସେହିପରି ଆରବସାଗର ରେ ସୃଷ୍ଟ ବାତ୍ୟା ମାନେ ଗୁଜରାଟ, ମହାରାଷ୍ଟ୍ର ଉପକୂଳ କୁ ପ୍ରଭାବିତ କରିଥାନ୍ତି।

୧୯୯୯ ର ପ୍ରଳୟଙ୍କରୀ ମହାବାତ୍ୟା ହେଉଛି ଉତ୍ତର ଭାରତ ମହାସାଗର ଓ ବଙ୍ଗୋପସାଗରର ସବୁଠାରୁ ବଡ ବାତ୍ୟା; ଯାହା ଅକ୍ଟୋବର ୨୯-୩୧ ମଧ୍ୟରେ ଓଡ଼ିଶା ଉପକୂଳରେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ଘଟାଇଥିଲା। ୨୦୧୩ରେ ଫାଇଲିନ , ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତିଲି , ୨୦୧୯ରେ ବୁଲବୁଲ ଅକ୍ଟୋବରମାସ ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

୨୦୧୮ ରେ ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ୭ଟି ବାତ୍ୟା ସୃଷ୍ଟି ହୋଇଥିଲା ବେଳେ ୨୦୧୯ ରେ ୮ଟି ବାତ୍ୟା ସୃଷ୍ଟି ହୋଇଥିଲା। ଏହାମଧ୍ୟ ରୁ ୬ଟି ଭୀଷଣ ବାତ୍ୟା ରୂପ ନେଇଥିଲା ବେଳେ ୩ଟି ଅତି ଭୀଷଣ ବାତ୍ୟା ଓ ଗୋଟିଏ ମହା ବାତ୍ୟାର ରୂପ ନେଇଥିଲା। ଅବଶ୍ୟ ଏଥର ମୌସୁମୀ ପୂର୍ବରୁ ଆସିଥିବା ଭୀଷଣ ସାମୁଦ୍ରିକ ବାତ୍ୟା ଫନି ମେ’୩ରେ ପୁରୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା।

ବାତ୍ୟାର ତୀବ୍ରତାକୁ ନେଇ ଏହାକୁ ଭାରତୀୟ ପାଣିପାଗ ବିଭାଗ ଶ୍ରେଣୀ ବିଭାଗ କରିଛି। ସମୁଦ୍ରରେ ପ୍ରଥମେ ଲଘୁଚାପ ପରେ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ରୂପ ନିଏ।। କିନ୍ତୁ ଯେତେବେଳେ ପବନର ବେଗ କ୍ଷେତ୍ରର କେନ୍ଦ୍ରସ୍ଥଳରେ ୬୩କିମି କିମ୍ବା ଏହାଠାରୁ ଅଧିକ ରହେ ଏହାକୁ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଏ। ପରେ ପବନର ଗତି ବୃଦ୍ଧି ପାଇବା ସହ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇ ସିଭିଅର ସାଇକ୍ଲୋନ୍ ( ଘଣ୍ଟା ପ୍ରତି ୮୮-୧୧୭କିମି ), ଭେରି ସିଭିଆର୍ ସାଇକ୍ଲୋନ (୧୧୮-୧୬୫), ଏକ୍ସଟ୍ରିମ୍ ସିଭିଅର ସାଇକ୍ଲୋନ୍ (୧୬୬-୨୨୦) ଓ ଶେଷରେ ସୁପର ସାଇକ୍ଲୋନ (୨୨୦+)ର ରୂପ ନେଇଥାଏ।

ସମୁଦ୍ରରେ ଥିବା ଯାଏ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇଥାଏ। କିନ୍ତୁ ଥରେ ସ୍ଥଳ ଭାଗ ଛୁଇଁଗଲେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଥଏ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା, କ୍ଷତି କାରକ ପବନ ସହିତ ସମୁଦ୍ରରୁ ଜୁଆର ଆସୁଥାଏ । ଜଳବାୟୁ ପରିବର୍ତ୍ତନ, ବିଶ୍ଵ ତାପମାତ୍ରା ବୃଦ୍ଧି ଯୋଗୁଁ ବାତ୍ୟା ର ପରିମାଣ କେବଳ ଯେ ବଢୁନାହି ଏହା ସହିତ ବାତ୍ୟା ଗୁଡ଼ିକର ତୀବ୍ରତା, କ୍ଷତି କାରକ ଶକ୍ତି ମଧ୍ୟ ବଢ଼ି ବଢ଼ିଚାଲିଛି।

Leave A Reply

Your email address will not be published.