ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଆଉ କେତେ ଘଣ୍ଟା ବର୍ଷା ଛେଚିବ ଜାଣନ୍ତୁ

0

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ ଡିପ୍ରେସନ୍ କାକିନାଡ଼ା ଠାରୁ ଆଉ ମାତ୍ର ୧୦୦ କିମି ଦୂର ରେ ରହିଛି। ଏହି କ୍ଷେତ୍ର କୁ ବର୍ତ୍ତମାନ ମଛଲିପଟନମ୍ ଡପଲର ରାଡାର ମାଧ୍ୟମରେ ସ୍ପଷ୍ଟ ଭାବରେ ନିରୀକ୍ଷଣ କରିହେଉଛି । ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଉ ୬ ଘଣ୍ଟା ମଧ୍ୟ ରେ କାକିନାଡ଼ା ନିକଟରେ ସ୍ଥଳଭାଗ ଅତକ୍ରମ କରିବ । ପ୍ରଭାବ ରେ ଉତ୍ତର ଆନ୍ଧ୍ରରେ ଅତି ପ୍ରବଳ ବର୍ଷା ସହିତ ପବନ ର ବେଗ ଘଣ୍ଟା ପ୍ରତି ୬୦-୭୦କିମି ରହିବ ଓ ବେଳେବେଳେ ୭୫କିମି ଯାଇପାରେ ବୋଲି ସାର୍ଥକ ମିଶ୍ର କହିଛନ୍ତି।

ଦକ୍ଷିଣ ଓଡ଼ିଶା ଉପକୂଳ ଗଜପତି, ଗଞ୍ଜାମ , ପୁରୀ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଅଞ୍ଚଳ ରେ ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ଓ ବେଳେବେଳେ ୬୦କିମି ରହିବ ।

ଆଜି ରାତି ଯାଏ ଏ କ୍ଷେତ୍ର ପ୍ରଭାବ ରେ ବର୍ଷା ଓ ପବନ ଜାରି ରହିବ ଓ ପରେ କମିଯିବ। ଏହି ସମୟ ରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ । ବନ୍ଦର ଗୁଡ଼ିକ ରେ ୩ ନ ବିପଦ ସଂକେତ ଜାରି । ଉତ୍ତର ଆନ୍ଧ୍ର ର ଜିଲ୍ଲା ଗୁଡ଼ିକ ରେ ସାଧାରଣ କ୍ଷୟକ୍ଷତି ସମ୍ଭାବନା ।

Leave A Reply

Your email address will not be published.