ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଦୀପିକା, ଜ୍ୟାକ୍‌ଲିନ୍‌ଙ୍କ ସଂପର୍କରେ ଆସିଲା ସାଂଘାତିକ ତଥ୍ୟ

0

ନୂଆଦିଲ୍ଲୀ: ନିଶା ସେବନକୁ ନେଇ ବଲିଉଡରେ ଚର୍ଚ୍ଚା ଥମିନଥିବାବେଳେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶେଷରେ ବର୍ତମାନ ସମୟର ଶ୍ରେଷ୍ଠ ଦୁଇ ବଲିଉଡ୍ ତାରକା ଦୀପିକା ପାଦୁକୋନ୍ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ କାମ କରିବା ଲାଗି ବାଧ୍ୟ ହେଲେ। ମଧ୍ୟପ୍ରଦେଶ ସରକାର ସେମାନଙ୍କୁ ତାଙ୍କ ଜୁନ୍ ଓ ଜୁଲାଇ ମାସର ପ୍ରାପ୍ୟ ବି ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି କି? କରୋନା କାଳରେ ଆର୍ଥିକ ଦୁଃସ୍ଥିତିର ଶିକାର ହୋଇ ଉଭୟ ଏଭଳି ନିଷ୍ପତ୍ତି ନେଇଛନ୍ତି କି? ବଲିଉଡ୍ ଛାଡି ଏବେ ଉଭୟ ପୋଖରୀ ଓ କେନାଲ ଖୋଳା କାମରେ ଲାଗିଛନ୍ତି କି?

ଏ କଥା ଆମେ କହୁନାହୁଁ, ବରଂ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟ ଏବେ ସମଗ୍ର ଦେଶରେ ଚହଳ ସୃଷ୍ଟି କଲାଣି।

ବାସ୍ତବ କଥା ହେଲା,ମନରେଗା କେଳେଙ୍କାରୀରେ ଏକ ନୂଆ ରହସ୍ୟ ଉନ୍ମୋଚନ ହୋଇଛି। ଉଭୟଙ୍କ ଫଟୋ ବ୍ୟବହାର କରି ହିତାଧିକାରୀ ଏହି ଯୋଜନା ଅର୍ଥ ଚୋରି କରିଛନ୍ତି। ଏଥିସହିତ ସମଗ୍ର ଦେଶରେ ଏହିଭଳି ଭାବେ ମିଛ ଜବ୍ କାର୍ଡ କରି କୋଟି କୋଟି ଟଙ୍କା ହଡପ ଚାଲିଥିବା ଏହା ତାହାର ଆଉ ଏକ ନମୁନା ବୋଲୁ କୁହାଯାଉଛି।

ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶ ଅନ୍ତର୍ଗତ ଖରଗାଁଓ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ପିପରଖେଡା ନାକା ଗ୍ରାମରେ ଯେଉଁ ଜବ୍ କାର୍ଡ ଦିଆଯାଇଛି, ସେଥିରେ ଦୁଇଟି ଜବ୍ କାର୍ଡରେ ଦୀପିକା ପାଦୁକୋନ୍ ଓ ଜ୍ୟାକ୍‌ଲିନ୍‌ଙ୍କର ଫଟୋ ଲାଗିଛି। ଏହି ଘଟଣା ସାମ୍ନାକୁ ଆସିବାପରେ ଜିଲ୍ଲାପାଳ ପି ଅନୁଗ୍ରହ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ଏହି ଜବ୍‌କାର୍ଡ ଅନ୍‌ଲାଇନରେ ଉପଲବ୍ଧ ହେବା ପରେ କଥା ସାମ୍ନାକୁ ଆସିଥିଲା। ସବୁଠାରୁ ବଡ଼ କଥା ହେଲା, ଏହି କାର୍ଡରେ ମନରେଗାରେ କାମ କରିଥିବା ପ୍ରାପ୍ୟ ମଧ୍ୟ ପ୍ରଦାନ କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜ୍‌ଣାପଡିଛି ଯେ ସେହି ଗ୍ରାମରେ ୧୧ଟି ଜବ୍‌ କାର୍ଡ ଏଭଳି ଚଳଚ୍ଚିତ୍ର ତାରକାଙ୍କ ନାଁରେ କରାଯାଇଛି। ଏହି ହିତାଧିକାରୀମାନେ ପୋଖରୀ ଓ କେନାଲ ମରାମତି କରିଛନ୍ତି ଦର୍ଶାଇ ଟଙ୍କା ପ୍ରଦାନ କରାଯାଇଛି।

Leave A Reply

Your email address will not be published.