ପ୍ରମୁଖ ଖବର

କଂଗ୍ରେସର ଉଗ୍ର ରୂପ, ଭକ୍ତ-ତାରା-ମୋକିମଙ୍କୁ ଉଠାଇ ନେଲା ପୋଲିସ
ଆଉ ୮ଟି ସହରରେ ‘ଆମ ବସ୍’ ଗଡ଼ିବ, ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ବସ୍ ସେବା ଯୋଗାଇ ଦିଆଯିବ
କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି
ବର୍ଷକରେ ୨୬୩ ପଡା ଗାଁକୁ ମିଳିଛି ରାଜସ୍ୱ ଗାଁ ମାନ୍ୟତା
ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ
ମିଶରର ଲାଲ ସାଗରରେ ଏକ ପର୍ଯ୍ୟଟକ ବୁଡ଼ାଜାହାଜ ବୁଡ଼ିଯିବାରୁ ଛଅ ଜଣଙ୍କର ମୃତ୍ୟୁ
କମ୍‌ ରୋଜଗାର ଥିଲେ କଟିବନି ରାସନକାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ

ଦୀପିକା, ଜ୍ୟାକ୍‌ଲିନ୍‌ଙ୍କ ସଂପର୍କରେ ଆସିଲା ସାଂଘାତିକ ତଥ୍ୟ

0

ନୂଆଦିଲ୍ଲୀ: ନିଶା ସେବନକୁ ନେଇ ବଲିଉଡରେ ଚର୍ଚ୍ଚା ଥମିନଥିବାବେଳେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶେଷରେ ବର୍ତମାନ ସମୟର ଶ୍ରେଷ୍ଠ ଦୁଇ ବଲିଉଡ୍ ତାରକା ଦୀପିକା ପାଦୁକୋନ୍ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ କାମ କରିବା ଲାଗି ବାଧ୍ୟ ହେଲେ। ମଧ୍ୟପ୍ରଦେଶ ସରକାର ସେମାନଙ୍କୁ ତାଙ୍କ ଜୁନ୍ ଓ ଜୁଲାଇ ମାସର ପ୍ରାପ୍ୟ ବି ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି କି? କରୋନା କାଳରେ ଆର୍ଥିକ ଦୁଃସ୍ଥିତିର ଶିକାର ହୋଇ ଉଭୟ ଏଭଳି ନିଷ୍ପତ୍ତି ନେଇଛନ୍ତି କି? ବଲିଉଡ୍ ଛାଡି ଏବେ ଉଭୟ ପୋଖରୀ ଓ କେନାଲ ଖୋଳା କାମରେ ଲାଗିଛନ୍ତି କି?

ଏ କଥା ଆମେ କହୁନାହୁଁ, ବରଂ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟ ଏବେ ସମଗ୍ର ଦେଶରେ ଚହଳ ସୃଷ୍ଟି କଲାଣି।

ବାସ୍ତବ କଥା ହେଲା,ମନରେଗା କେଳେଙ୍କାରୀରେ ଏକ ନୂଆ ରହସ୍ୟ ଉନ୍ମୋଚନ ହୋଇଛି। ଉଭୟଙ୍କ ଫଟୋ ବ୍ୟବହାର କରି ହିତାଧିକାରୀ ଏହି ଯୋଜନା ଅର୍ଥ ଚୋରି କରିଛନ୍ତି। ଏଥିସହିତ ସମଗ୍ର ଦେଶରେ ଏହିଭଳି ଭାବେ ମିଛ ଜବ୍ କାର୍ଡ କରି କୋଟି କୋଟି ଟଙ୍କା ହଡପ ଚାଲିଥିବା ଏହା ତାହାର ଆଉ ଏକ ନମୁନା ବୋଲୁ କୁହାଯାଉଛି।

ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶ ଅନ୍ତର୍ଗତ ଖରଗାଁଓ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ପିପରଖେଡା ନାକା ଗ୍ରାମରେ ଯେଉଁ ଜବ୍ କାର୍ଡ ଦିଆଯାଇଛି, ସେଥିରେ ଦୁଇଟି ଜବ୍ କାର୍ଡରେ ଦୀପିକା ପାଦୁକୋନ୍ ଓ ଜ୍ୟାକ୍‌ଲିନ୍‌ଙ୍କର ଫଟୋ ଲାଗିଛି। ଏହି ଘଟଣା ସାମ୍ନାକୁ ଆସିବାପରେ ଜିଲ୍ଲାପାଳ ପି ଅନୁଗ୍ରହ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ଏହି ଜବ୍‌କାର୍ଡ ଅନ୍‌ଲାଇନରେ ଉପଲବ୍ଧ ହେବା ପରେ କଥା ସାମ୍ନାକୁ ଆସିଥିଲା। ସବୁଠାରୁ ବଡ଼ କଥା ହେଲା, ଏହି କାର୍ଡରେ ମନରେଗାରେ କାମ କରିଥିବା ପ୍ରାପ୍ୟ ମଧ୍ୟ ପ୍ରଦାନ କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜ୍‌ଣାପଡିଛି ଯେ ସେହି ଗ୍ରାମରେ ୧୧ଟି ଜବ୍‌ କାର୍ଡ ଏଭଳି ଚଳଚ୍ଚିତ୍ର ତାରକାଙ୍କ ନାଁରେ କରାଯାଇଛି। ଏହି ହିତାଧିକାରୀମାନେ ପୋଖରୀ ଓ କେନାଲ ମରାମତି କରିଛନ୍ତି ଦର୍ଶାଇ ଟଙ୍କା ପ୍ରଦାନ କରାଯାଇଛି।

Leave A Reply

Your email address will not be published.