ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଯେବେ କ୍ରିକେଟ୍ ଖେଳାଳିଙ୍କ ପ୍ରେମରେ ପଡ଼ନ୍ତି…

0

ନୂଆଦିଲ୍ଲୀ: ଭାରତରେ ଚଳଚ୍ଚିତ୍ର ତାରକା ଯେମିତି ଲୋକପ୍ରିୟ,ଠିକ୍ ସେମିତି କ୍ରିକେଟ୍ ଖେଳାଳି। ଅମିତାଭ ବଚ୍ଚନ, ଅମିର ଖାଁଙ୍କ ଠାରୁ ଆରମ୍ଭ କରି ଶ୍ରୀଦେବୀ, କାଜଲ, ମାଧୁରୀଙ୍କୁ ଘରେ ଘରେ ଜାଣିଥିବେ। ସୁନୀଲ ଗାଭାସ୍କର, ସଚ୍ଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲିଙ୍କୁ ବି। କିନ୍ତୁ କାହିଁକି କେଜାଣି, ଏମିିତି କିଛି ଚଳଚ୍ଚିତ୍ର ତାରକା ଅଛନ୍ତି, ଯିଏ ନିଜେ ଲୋକପ୍ରିୟତାର ଶୀର୍ଷରେ ଥାଇ ବି ଆଉ ଜଣେ ଲୋକପ୍ରିୟ ତାରକାଙ୍କ ସହିତ ଘନିଷ୍ଠତା ବଢାଇଥାନ୍ତି। ଚଳଚ୍ଚିତ୍ରରେ ଏହାର ଅନେକ ଉଦାହରଣ ରହିଛି। କିନ୍ତୁ ସମୟ କ୍ରମେ ଏକଥା ବି ଦେଖାଯାଇଛି ଯେ ବହୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ତାରକାଙ୍କୁ କ୍ରିକେଟ୍ ଅପେକ୍ଷା କ୍ରିକେଟ୍ ତାରକା ଅଧିକ ପସନ୍ଦ ହୋଇଥାନ୍ତି। ଏପରିକି ସେମାନେ ତାଙ୍କୁ ଜୀବନ ସାଥୀ ଭାବେ ବାଛୁଥିବା ନଜିର ବଢିବାରେ ଲାଗିଛି। ଉଭୟଙ୍କ ଯୋଡି ବି ବେଶ୍ ଜମିଛି।

ଶର୍ମିଲା ଏବଂ ନବାବ ପଟୌଦିଙ୍କ ବିବାହ ବଲିଉଡ ଏବଂ କ୍ରିକେଟ୍ ଇତିହାସରେ ସବୁଠାରୁ ସ୍ମରଣୀୟ ବିବାହ ଥିଲା। ଶର୍ମିଲା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ହୋଇଥିବାବେଳେ ନବାବ ଭାରତର ସବୁଠାରୁ କନିଷ୍ଠ ତଥା ସଫଳ ଅଧିନାୟକ ଥିଲେ।

ହେଜେଲ କିଚ ଏବଂ ଯୁବରାଜ ସିଂଙ୍କ ବିବାହ ୨୦୧୬ରେ ଚର୍ଚ୍ଚିତ ବିବାହ ମଧ୍ୟରୁ ଅନ୍ୟତମ। କର୍କଟ ରୋଗକୁ ପରାସ୍ତ କରିବା ପରେ ହେଜେଲ ସୁଖ ଏବଂ ଆଶାର କିରଣ ଭାବରେ ଯୁବରାଜଙ୍କ ଜୀବନକୁ ଫେରି ଆସିଥିଲେ। ଫିଲ୍ମ ‘ବଡିଗାର୍ଡ’ରେ କରୀନାଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ ହେଜେଲ।

ବିରାଟ-ଅନୁଷ୍କାଙ୍କ ବିବାହ ମଧ୍ୟ ଏକ ସ୍ୱପ୍ନ ପରି ଥିଲା। ଦୁହେଁ ପ୍ରାୟ ଚାରି ବର୍ଷ ପରସ୍ପରକୁ ଡେଟ କରିଥିଲେ, ଯାହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହୋଇଥିଲା। ପରେ ଦୁହେଁ ଇଟାଲୀରେ ଆୟୋଜିତ ଏକ ବହୁତ ସ୍ବତନ୍ତ୍ର ଉତ୍ସବରେ ବିବାହ କରିଥିଲେ |

୨୦୧୫ରେ ହରଭଜନ ସିଂହ ଏବଂ ଗ୍ଲାମରସ୍ ଅଭିନେତ୍ରୀ ଗୀତା ବସ୍‌ରାଙ୍କ ବିବାହ ମଧ୍ୟ ପ୍ରସିଦ୍ଧ ବିବାହ ମଧ୍ୟରୁ ଅନ୍ୟତମ। ଭାରତୀୟ ଦଳରେ ହରଭଜନ ସର୍ବାଧିକ ଉତ୍ସାହୀ ସ୍ପିନର ହୋଇଥିବାବେଳେ ଗୀତାଙ୍କ ଗ୍ଲାମର ବି ଚାରିଆଡେ ଚର୍ଚ୍ଚାରେ ଥିଲା। ହେଲେ କୌତୂହଳର କଥା ଥିଲା ଏୟା କି ଗୀତା ଏବଂ ହରଭଜନ ବିବାହ ପୂର୍ବରୁ ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ପ୍ରକାଶ କରିନଥିଲେ।

କ୍ରିକେଟ୍ ଜଗତର ଅନ୍ୟ ଜଣେ ଦ୍ରୁତ ବୋଲର ଜହିର ଖାନ୍ ଅଭିନେତ୍ରୀ ସାଗାରିକା ଘାଟକେଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ମନୋନୀତ କରିଥିଲେ। ୨୦୧୭ରେ ଦୁହେଁ ବିବାହ କରିଥିଲେ। ସାଗରିକା ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ‘ଚକ ଦେ ଇଣ୍ଡିଆ’ରେ ତାଙ୍କର ଦୃଢ ଭୂମିକା ପାଇଁ ଜଣାଶୁଣା।

ଏହାବ୍ୟତୀତ ଭାରତର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ୍ ଓ ସଙ୍ଗୀତା ବିଜଲାନିଙ୍କ ସଂପର୍କ ବି ବେଶ୍ ଚର୍ଚ୍ଚାରେ ଥିଲା। ଆଝାର ୧୯୮୭ରେ ନୌରିନ୍‌ଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହିତ ଦୁଇଟି ପୁତ୍ର ଥିଲେ ହେ ପରେ ତାଙ୍କର ସଙ୍ଗୀତାଙ୍କ ସହ ସଂପର୍କ ବଢିଥିଲା। ୧୯୯୬ରେ ସେ ନୌରିନଙ୍କୁ ଛାଡପତ୍ର ଦେଇଥିଲେ ଏବଂ ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କୁ ବିବାହ କରିଥିଲେ। ହେଲେ ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟାଙ୍କ ସହ ଆଝାରଙ୍କ ସମ୍ପର୍କ ହେତୁ ୨୦୧୦ରେ ଛାଡପତ୍ରରେ ଏହି ବିବାହ ସମାପ୍ତ ହୋଇଥିଲା।

Leave A Reply

Your email address will not be published.