ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ପୁଳା ପୁଳା ଟଙ୍କା କୁଆଡୁ ଆସିଲା?

0

ଭୁବନେଶ୍ବର: ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ହାତରେ ପୁଳା ପୁଳା ଟଙ୍କା ଲାଗିଛି। କେହି ଦାନରେ ଦେଇନାହାନ୍ତି କି ରାସ୍ତାରେ ପଡିନଥିଲା। ବରଂ ପାରଳାଖେମୁଣ୍ଡିର ଜଣେ ଅଧ୍ୟାପକଙ୍କ ଘରେ ଚଢଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଏହି ଅର୍ଥ ଠାବ କରିଛନ୍ତି। ଏଯାଏ ଗଣାଯାଇନଥିଲେ ହେଁ, ପାଖାପାଖି ୩୦ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଗଜପତି ଜିଲ୍ଲା ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଜି. ନାଗେଶ୍ବର ରାଓ ଏତେ ଟଙ୍କା କୁଆଡୁ ଆଣିଲେ,ତାହା ସମସ୍ତଙ୍କୁ ତାଜୁବ୍ କରିଛି। ଯଦି ତାଙ୍କର ରୋଜଗାର ଅର୍ଥ, ଏହାକୁ ବ୍ୟାଙ୍କରେ ନ ରଖି ଘରେ କାହିଁକି ରଖିଲେ? ଏମିତି ଅନେକ ପ୍ରଶ୍ନ ଉପରେ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ ଜାରି ରଖିଛନ୍ତି। ଏହାବ୍ୟତୀତ ତାଙ୍କର ଅତି ମୂଲ୍ୟବାନ କୋଠା ରହିଛି ଏବଂ ବ୍ୟାଙ୍କ ଆକାଉଣ୍ଟ ଆଦି। ପାରଳା ସହରରେ ଥିବା ଘର ସମେତ ମୋଟ ୬ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢଉ ଜାରି ରଖିଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢଉ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.