ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଓଡିଶା ନକ୍ସା ଏବଂ ଆନ୍ଧ୍ର-କେନ୍ଦ୍ର ସଂପର୍କ

0
  • ଧୀରେ ଧୀରେ ବିଗିଡିବାରେ ଲାଗିଛି ଜଗନ୍‌-ମୋଦୀ ସଂପର୍କ
  • ଓଡ଼ିଶା ଭଳି ଆନ୍ଧ୍ର ସରକାର ବି ସବୁଥିରେ କେନ୍ଦ୍ରକୁ ସମର୍ଥନ କରୁଥିଲେ
  • ପୋଲାଭରମ୍ ପ୍ରକଳ୍ପରେ ଧକ୍‌କା ଲାଗିଲା, ସ୍ପେସାଲ ରାଜ୍ୟ ଷ୍ଟାଟସରେ ବି
  • ଓଡ଼ିଶା ଭଳି ମନ୍ଦିର ପ୍ରସଙ୍ଗ ଧରି ବିଜେପି ଘେରିଲାଣି ଜଗନ ସରକାରଙ୍କୁ
  • ପୂର୍ବରୁ ପୁରନ୍ଦେଶ୍ବରୀଙ୍କୁ ଆଗକୁ ଆଣିଥିଲା ଦଳ, ଠିକ୍ ଅପରାଜିତାଙ୍କ ଭଳି

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଯେତେବେଳେ ଏନ୍‌ ଟି ରାମାରାଓଙ୍କ ଝିଅ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ବରୀଙ୍କୁ ଜାତୀୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଲେ,ସେବେ ଆନ୍ଧ୍ରପ୍ରଦେଶ ରାଜନୀତି ନୂଆ ମୋଡ଼ ନେଇପାରେ ବୋଲି ଆଶଙ୍କା କରି ଜାତୀୟସ୍ତରରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଭୋଟକୁ ବିଭାଜନ କରି ଶକ୍ତି ଗୋଟାଇବା ପାଇଁ ବିଜେପି ଏଭଳି ଏକ ଚାଲ୍ ଖେଳିଛି। କିନ୍ତୁ ମାସେ ଦେଢମାସ ଭିତରେ କିଛି ଘଟଣା ସୂଚାଇ ଦେଲାଣି ଯେ ଆନ୍ଧ୍ର-କେନ୍ଦ୍ର ମଧ୍ୟରେ ପ୍ରେମ-ଘୃଣାର ରାଜନୀତି ଆରମ୍ଭ ହୋଇଯାଇଛି। ଯାହା କେନ୍ଦ୍ରର ଏକ ବଡ଼ ଯୋଜନାର ଅୟମାରମ୍ଭ ବୋଲି କୁହାଯାଇପାରେ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଜଗନମୋହନ ରେଡ୍ଡୀଙ୍କୁ ଘେରିବାକୁ କେନ୍ଦ୍ରସରକାର ବିଧିବଦ୍ଧ ଗୋଟିଚାଳନା ଆରମ୍ଭ କରି ଦେଇଥିବା ଏବେ ଜଣାପଡୁଛି। ଆନ୍ଧ୍ରପ୍ରଦେଶ ଦଖଲ ଯୋଜନାର ଶୁଭାରମ୍ଭ ହୋଇଛି। ନିକଟରେ ତିନି ତିନିଟି ଘଟଣାକୁ ନିରେଖି ଦେଖିଲେ ଏକଥା ବୁଝାପଡିଯାଉଛି ଯେ କେନ୍ଦ୍ରରେ ବିଜେପି ସରକାର ଗୋଟିଏ ପଟେ ବିହାର ଦଖଲ ଲାଗି ଦିନରାତି ଏକ କରିଥିବାବେଳେ ଅନ୍ୟପଟେ ପଶ୍ଚିମବଙ୍ଗରେ ବାଜିମାତ୍ ଲାଗି ସମରସଜ୍ଜା ଚଳାଇଛି। ଓଡ଼ିଶା ସରକାରଙ୍କୁ ହଲଚଲ କରିବା ଲାଗି ନଭେମ୍ବର ମାସରେ ଏକ ବଡ ଖେଳ ଆରମ୍ଭ ହୋଇପାରେ ବୋଲି ବିଜେପିର ବରିଷ୍ଠ ନେତାମାନେ ବିଶ୍ବାସ କରୁଛନ୍ତି। ଅର୍ଥାତ୍ ବିଜେପି ତାର ସାମ୍ରାଜ୍ୟ ବଢାଇବା ଲକ୍ଷ୍ୟରେ ଜୋରଦାର କସରତ ଚଳାଇଛି; ଏକଥା କାହାକୁ ଅବୁଝା ନାହିଁ। ୨୦୨୨ ପୂର୍ବରୁ ଦଳ ଏକ ତାର ସମସ୍ତ ବିରୋଧୀ ଶକ୍ତିକୁ ଦମନ କରିଦେବ ବୋଲି ଯାହା ହିସାବ କରାଯାଉଥିଲା, ସେହି ରାସ୍ତାରେ ଆଗକୁ ବଢିବା ଆରମ୍ଭ କଲାଣି।

ଏବେ ଆନ୍ଧ୍ରପ୍ରଦେଶ ରାଜନୀତିକୁ ଫେରିବା। କିଛି ଦିନ ତଳେ ହଠାତ୍ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଭଳି କିଛି ପୁରୁଣା କଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।ଉଭୟଙ୍କ ମଧ୍ୟରେ ଜୋରଦାର ଆଲୋଚନା ହେଲା। ଆନ୍ଧ୍ରପ୍ରଦେଶ ଚର୍ଚ୍ଚା ହେଲା ଯେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବା ଲାଗି ଜଗନ ପ୍ରସ୍ତୁତ। ତାଙ୍କ ଦଳ ବି କହିଲା ଯେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଗଲେ,ସେମାନେ ସମର୍ଥନ କରିବାକୁ ପଛଘୁଞ୍ଚା ଦେବେନି। ହେଲେ ସେମିତି କିଛି ହେଲାନି। ବରଂପ୍ରଧାନମନ୍ତ୍ରୀ ଜଗନଙ୍କୁ ତାତ୍ସଲ୍ୟ କଲାଭଳି କହିଦେଲେ ଯେ ଏତେ ସହାୟତା ଦେବା ପରେ ବି ସେହି ଗୋଟିଏ ପ୍ରସଙ୍ଗ (ସ୍ବତନ୍ତ୍ର ରାଜ୍ୟ ପାହ୍ୟା)ରେ ଅଟକିଛ?

ଏହାକୁ ନେଇ ଆନ୍ଧ୍ରପ୍ରଦେଶ ରାଜନୀତି ଉଷ୍ମ ରହିବା ବେଳେ କେନ୍ଦ୍ର ସରକାର ଆନ୍ଧ୍ରକୁ ଦ୍ବିତୀୟ ଝଟ୍‌କା ଦେଇଛନ୍ତି। ହଠାତ୍ ବହୁ ଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପର ବ୍ୟୟ ଅଟକଳକୁ କେନ୍ଦ୍ର ସରକାର ଅଧାକୁ କମାଇ ଦେଇଛନ୍ତି। ଆନ୍ଧ୍ର ଏହି ପ୍ରକଳ୍ପ ଲାଗି ୪୭ ହଜାର ୭୨୫ କୋଟି ଟଙ୍କା ମାଗୁଥିବା ବେଳେ କେନ୍ଦ୍ର ସରକାର ୨୦ ହଜାର ୩୯୮ କୋଟିରୁ ଅଧିକ ଦେଇପାରିବେ ନାହିଁ ବୋଲି ରୋକ୍‌ଠୋକ୍ ଜଣାଇ ଦେଇଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଭୀଷଣ କ୍ଷୁ୍ବ୍ଧ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଲମ୍ବା ଚିଠି ଲେଖି ନିଜର ଅସନ୍ତୋଷ ଝାଡ଼ିଛନ୍ତି।

ଜଗନ ତାଙ୍କ ଚିଠିରେ ଲେଖିଛନ୍ତି ଯେ ପୋଲାଭରମ୍ ପାଇଁ ଯେଉଁ ସଂଶୋଧିତ ବ୍ୟୟ ଅଟକଳ କରାଯାଇଛିି,ତାହା କେବଳ ଅବାସ୍ତବ ତା ନୁହେଁ, ଏହା ଆନ୍ଧ୍ର ସ୍ବାର୍ଥ ପରିପନ୍ଥୀ। ଏହି ପ୍ରକଳ୍ପ ଅସମାପ୍ତ ରହିଯିବ। ଆଜି (ସୋମବାରର) ଏ ସଂକ୍ରାନ୍ତରେ ପୋଲାଭରମ୍ ପ୍ରକଳ୍ପ କର୍ତ୍ତୃପକ୍ଷ (ପିପିଏ)ଙ୍କର ଏକ ଜରୁରୀ ବୈଠକ ମଧ୍ୟ ଡକାଯାଇଛିି, ଯେଉଁଠାରେ ବିଶଦ ଆଲୋଚନା ହେବ। ଏହି ବୈଠକରେ ଉଭୟ କେନ୍ଦ୍ର ଓରାଜ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ।

‌୨୦୧୪ ମସିହାରେ ପିପିଏ ଗଠନ ହୋଇଥିଲା। ୨୦୧୭-୧୮ର ଦର ହିସାବରେ ପିପିଏ ପକ୍ଷରୁ ପ୍ରକଳ୍ପ ପାଇଁ ୪୭,୭୨୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ୨୦୧୩-୧୪ ଦର ହିସାବରେ ପ୍ରକଳ୍ପ ବ୍ୟୟକୁ ଅର୍ଥ ମନ୍ତ୍ରାଳୟ ୨୦୩୯୮ କୋଟି ଟଙ୍କାରେ ଧାର୍ଯ୍ୟ କରିଛି। ସଂଶୋଧିତ ବ୍ୟୟ ଅଟକଳକୁ ଗ୍ରହଣ କରିବ ବୋଲି ସର୍ତ୍ତ ରଖି ଅର୍ଥ ମନ୍ତ୍ରାଳୟ ପିପିଏକୁ ପାଣ୍ଠି ପ୍ରଦାନ କରିଛି ବୋଲି ଗତ ୧୨ ତାରିଖରେ ପିପିଏକୁ ଜଣାଇଛି।

ଏଠାରେ ସ୍ମରଣଯୋଗ୍ୟ, ଗୋଦାବରୀ ନଦୀ ଉପରେ ନିର୍ମିତ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ୨୦୧୪‌ ମସିହାରେ ଜାତୀୟ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହାର ଅର୍ଥ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେବେ ଏବଂ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବେ। ତେବେ ଏହି ପ୍ରକଳ୍ପକୁ ଓଡ଼ିଶା ଦୃଢ଼ ବିରୋଧ କରି ଆସୁଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଡ଼ିଯିବା ଆଶଙ୍କା ରହିଛି। ଓଡ଼ିଶା ପରିପନ୍ଥୀ ଏହି ପ୍ରକଳ୍ପକୁ ପ୍ରଥମେ ଚନ୍ଦ୍ରବାବୁ ନାଇଡୁ ଓ ଏବେ ଜଗନ ଉଭୟ ଗୁରୁତ୍ବ ଦେଇ ଆସୁଛନ୍ତି। କେନ୍ଦ୍ରର ଏଭଳି ପଦକ୍ଷେପ ଓଡ଼ିଶାକୁ ଆଶ୍ବସ୍ତ କରୁଛି। ହେଲେ ଜଗନଙ୍କ ଲୋକପ୍ରିୟତାକୁ ଏକ ଚୋଟ ପକାଇବା ପାଇଁ କେନ୍ଦ୍ର ଏଭଳି ଚାଲ୍ କରିଛି ବୋଲି କେହି କେହି କହିଲେଣି।

ରାଜନୈତିକ ମହଲର କହିବା କଥା, ବିଜେପି ଆନ୍ଧ୍ରପ୍ରଦେଶରେ ପ୍ରଥମେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେବା ଲାଗି ଯୋଜନା ଆରମ୍ଭ କରିଛି, ଠିକ୍ ଓଡ଼ିଶା, ପଶ୍ଚିମବଙ୍ଗ ଭଳି। ଯଦିଓ ବିଭିନ୍ନ ପ୍ରସଙ୍ଗରେ ଜଗନ୍‌ ଏବେ ବି କେନ୍ଦ୍ରକୁ ସମର୍ଥନ କରୁଛନ୍ତି, ନବୀନଙ୍କ ଢାଞ୍ଚାରେ ବିଜେପି କିନ୍ତୁ ଭିନ୍ନ ଆଭିମୁଖ୍ୟ ନେଇ ଆଗକୁ ବଢିବା ଆରମ୍ଭ କରିଛି। ଗତ କିଛି ଦିନ ହେବ ମନ୍ଦିର ଉପରେ (ଓଡ଼ିଶାରେ ବି ସରକାରଙ୍କ ଶ୍ରୀମନ୍ଦିର ରଥଯାତ୍ରା ହେବ ନା ନାହିଁ, ସେ ପ୍ରସଙ୍ଗରେ ବିଜେପି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲା। ଏବେ ମନ୍ଦିର ଖୋଲିବା ଦାବିକୁ ଜୋର କରିଛି, ଯଦିଓ ରାଜ୍ୟ ବିରୋଧ କରୁଛି) ହୋଇଥିବା ଆକ୍ରମଣ ଅଭିଯୋଗରେ ବିଜେପି ନେତାମାନେ ଜଗନ୍ ସରକାର ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି। ନିକଟରେ ପୂର୍ବ ଗୋଦାବରୀ ଜିଲ୍ଲାର ଆଣ୍ଟାରଭେଡିରେ ଥିବା ପ୍ରସିଦ୍ଧ ବୈଷ୍ଣବ ମନ୍ଦିରରେ୬୨ ବର୍ଷିୟା ରଥ ପୋଡିଯିବା ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଆନ୍ଦୋଳନରେ ଏକ ଫ୍ଲାସ ପଏଣ୍ଟ ଥିଲା ଏବଂ ଆନ୍ଧ୍ର ସରକାର ଶହ ଶହ ବିଜେପି କର୍ମୀଙ୍କୁ ଗିରଫ କରି ସେମାନଙ୍କ ଆନ୍ଦୋଳନକୁ ଦମନ କରିଥିଲେ। ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ବୋର୍ଡ ନେଇ ବି ଉଭୟ ଆନ୍ଧ୍ର ସରକାର ଓ ବିଜେପି ମୁହାଁମୁହିଁ ଅଛନ୍ତି।

ସେହିଭଳି କେନ୍ଦ୍ର ସରକାରଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବା ସତ୍ତ୍ବେ ବିଜେପି କେନ୍ଦ୍ରୀୟ ନେତୃତ୍ବ ହଠାତ୍ ଏଠି ରାଜନୈତିକ କସରତ ବହୁଗୁଣିତ କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ଆଗକୁ ଆଣି ସରକାରଙ୍କ ବିରୋଧରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି। ଅପରାଜିତାଙ୍କୁ କେନ୍ଦ୍ରୀୟ ଟିମ୍‌ରେ ସାମିଲ କରାଯାଇଛି, ଠିକ୍ ଯେମିତି ଆନ୍ଧ୍ରରେ ପୁରନ୍ଦେଶ୍ବରୀଙ୍କ କାର୍ଡ ଖେଳିଛି।

ଉଲ୍ଲେଖଥାଉକି, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଜଗନ୍ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ, ଜଗନଙ୍କ ସାଂସଦମାନେ କୃଷି କ୍ଷେତ୍ର ଉପରେ ତିନିଟି ବିବାଦୀୟ ବିଲ୍ ସପକ୍ଷରେ ମତ ଦେଇଥିଲେ। ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ଜଗନ ବିଜେପିକୁ ସମର୍ଥନ କରିଥିଲେ। ଜଗନ୍ ସରକାର ମଧ୍ୟ କେନ୍ଦ୍ର ଦ୍ବାରା ଜିଏସ୍‌ଟି କ୍ଷତିପୂରଣ ଦେୟ ବନ୍ଦ କରିବାକୁ ଅତିରିକ୍ତ ଋଣ ନେବାକୁ ମୋଦୀ ସରକାର ଦେଇଥିବା ବିକଳ୍ପକୁ ଗ୍ରହଣ କରିଛନ୍ତି; ଯଦିଓ ତେଲେଙ୍ଗାନା ସମେତ 12 ରୁ ଅଧିକ ରାଜ୍ୟ ଏହାକୁ ବିରୋଧ କରିଛନ୍ତି। ଜଗନ୍ ମଧ୍ୟ ବିଦ୍ୟୁତ୍ କ୍ଷେତ୍ର ସଂସ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ମୋଦୀ ସରକାରଙ୍କ ସର୍ତ୍ତକୁ ଗ୍ରହଣ କରିଥିଲେ, ଯେଉଁଥିରେ କୃଷି କ୍ଷେତ୍ରକୁ ମିଟର ଫିକ୍ସିଂ କରିବା ସହିତ ଏହାର ଋଣ ସୀମା ବୃଦ୍ଧି ପାଇବ।

ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ ଉଭୟ ଜଗନ ଏବଂ ବିଜେପି ସେମାନଙ୍କର ରାଜନୈତିକ ସୁବିଧା ଅନୁଯାୟୀ କାର୍ଡ ଖେଳୁଛନ୍ତି। ଗତ ନିର୍ବାଚନରେ ​​ଖରାପ ପ୍ରଦର୍ଶନ କରିଥିବା ବିଜେପି ଏକ ଶକ୍ତିଶାଳୀ ରାଜନନୈତିକ ଶକ୍ତି ଭାବରେ ଉଭା ହେବାକୁ ଚାହୁଁଛି ଏବଂ ଯଦି ସେ ଜଗନଙ୍କୁ ବିରୋଧ ନକରନ୍ତି ତେବେ ସେ ଏହାର ଉଦ୍ଦେଶ୍ୟ ପୂରଣ କରିପାରିବେ ନାହିଁ।

ଅନ୍ୟପକ୍ଷରେ ରାଜ୍ୟ ଆର୍ଥିକ ସ୍ଥିତିକୁ ବଜାୟ ରଖିବା ପାଇଁ ଜଗନ କେନ୍ଦ୍ରରେ ମୋଦୀ ସରକାରଙ୍କ ସମର୍ଥନ ଆବଶ୍ୟକ କରୁଛି। କେବଳ ସେତିକି ନୁହେଁ, ଜଗନ୍‌ଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲୁଛି। ତେଣୁ ସେ କେନ୍ଦ୍ରର ମୁକାବିଲା କରିବାକୁ ସକ୍ଷମ ନୁହଁନ୍ତି। ଓଡ଼ିଶା ସରକାରଙ୍କ ବିରୋଧରେ ମଧ୍ୟ ସିବିଆଇ ଖଣ୍ଡା ବ୍ୟବହାର ହେଉଛି ଏବଂ ଏହାକୁ ଆୟୁଧ କରି କେନ୍ଦ୍ର ଏହି ମାସରେ ଓଡ଼ିଶାକୁ ପ୍ରଚଣ୍ଡ ଆକ୍ରମଣ କରିପାରେ।

Leave A Reply

Your email address will not be published.