ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ବଡ଼ କଥାଟେ କହିଲେ ପଞ୍ଚଦଶ ଆୟୋଗ

0
  • ଜିଏସ୍‌ଟି ଏକ ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥା ନୁହେଁ
  • ସଂଘୀୟ ବ୍ୟବସ୍ଥା ଅନୁପାଳନକୁ ଗୁରୁତ୍ବ
  • ନୀତି ଆୟୋଗ ପୁନର୍ବିନ୍ୟାସ ଜରୁରୀ ହୋଇଛି

ନୂଆଦିଲ୍ଲୀ: ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସ କଣ? ଏହା କେତେ ସରଳ ଓ ପ୍ରଭାବୀ? ଏଭଳି କିଛି ପ୍ରସଙ୍ଗ ଉପରେ ତଥାପି ତୃଣମୂଳସ୍ତରରେ ବିତର୍କ ଚାଲିଛି। ଠିକ୍ ଏମିତି ଏକ ସମୟରେ ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ କେ ସିଂହ ଏକ ବଡ଼ ପ୍ରସଙ୍ଗ ଦେଶ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି ଯେ ଜିଏସ୍‌ଟି ଏକ ସିଦ୍ଧ ପ୍ରଣାଳୀ ବା ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥା ଆଦୌ ନୁହେଁ। ଏଥିରେ ପରିବର୍ତ୍ତନ ଆବଶ୍ୟକ କରୁଛି। ମୁଖ୍ୟତଃ ତିନିଟି ପରିବର୍ତ୍ତନ ନିହାତି ଜରୁରୀ। ତାହା ହେଉଛି ବୈଷୟିକ ବ୍ୟବସ୍ଥାର ଗୁଣବତ୍ତା ଏବଂ ଇନଭଏସ୍ ମିଳାଇବା କ୍ଷେତ୍ରରେ ଉନ୍ନତି ଅଣାଯିବା ଦରକାର। କେବଳ ସେତିକି ନୁହେଁ, ଅଧିକ ଟିକସ ହାର ଯୁକ୍ତିଯୁକ୍ତକରଣ ଏବଂ ଛାଡରୁ ମୁକ୍ତି ପାଇବା ବିଷୟରେ ସରକାରଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଶ୍ରୀ ସିଂହ କହିଛନ୍ତି, ଚତୁର୍ଦଶ ଆୟୋଗର ସୁପାରିସ କିଛି ରାଜ୍ୟଙ୍କୁ ଖୁସି କରିନଥିଲା, କେନ୍ଦ୍ର ସରକାରଙ୍କୁ ବି। ଯଦିଓ ସେବେ ଟିକସ ଆବଣ୍ଟନ ବ୍ୟବସ୍ଥାକୁ ୩୨ରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଶ୍ରୀ ସିଂହ ଭାଷାକୁ ବିଚାର କଲେ ସୂଚନା ମିଳୁଛି ଯେ ବାସ୍ତବରେ ଭାରତରେ ଏଭଳି ଏକ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର ପଡ଼ୁଛି, ଯାହା ରାଜସ୍ବ ଆବଣ୍ଟନ ଆଦି ଦୃଷ୍ଟିରୁ ନିରପେକ୍ଷ ରହୁଥିବ। ସେ ସମସ୍ତ ରାଜ୍ୟ ସହିତ ଯୋଗାଯୋଗ କରିବା ବେଳେ ମଧ୍ୟ ଅନୁଭବ କରିଛନ୍ତି ଯେ ସଂଘୀୟ ବ୍ୟବସ୍ଥା ପ୍ରଶାସନରେ ଯେଭଳି ବିଶ୍ବାସର ସହିତ କାର୍ଯ୍ୟ କରିବା କଥା ତାହା ଅପେକ୍ଷା ଦାର୍ଶନିକ ଦୃଷ୍ଟିକୋଣରୁ ଏହା ବେଶୀ ଚର୍ଚ୍ଚାରେ ରହିଛି। ଏଣୁ ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଅଧିକ ଧ୍ୟାନ ଦେବାକୁ ହେବ,ଯେମିତିକି କେନ୍ଦ୍ର-ରାଜ୍ୟ ମଧ୍ୟରେ ଅଧିକ କଥାବାର୍ତ୍ତା ହୋଇପାରିବ।

ଶ୍ରୀ ସିଂହ ଏହି ଅବସରରେ ନୀତି ଆୟୋଗରେ ପୁନିର୍ବିନ୍ୟାସ ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। କେନ୍ଦ୍ର-ରାଜ୍ୟ ମଧ୍ୟରେ ଅଧିକ କଥାବାର୍ତ୍ତା ପାଇଁ ଏକ ସଂଶୋଧିତ କେନ୍ଦ୍ର-ରାଜ୍ୟ ପରିଷଦ କିମ୍ବା ଏକ ସ୍ବତନ୍ତ୍ର ଅଥବା ଭିନ୍ନ ଢାଞ୍ଚାର ଆବଶ୍ୟକତା ପଡୁଛି।

ତେବେ ମହାମାରୀ ପରବର୍ତ୍ତୀ ପରିସ୍ଥିତିରେ ଅର୍ଥନୀତିରେ ସୁଧାର ପ୍ରକ୍ରିୟା ବେଶ ସକାରାତ୍ମକ ମନେ ହେଉଛି ବୋଲି ସେ ଆଶା ଦେଖାଇଛନ୍ତି। କହିଛନ୍ତି କେନ୍ଦ୍ର-ରାଜ୍ୟଗୁଡିକର ମିଳିତ ଆର୍ଥିକ ନିଅଣ୍ଟ ଏବେ ଜିଡ଼ିପ ବା ମୋଟ ଘରୋଇ ଉତ୍ପାଦର ୧୦ ପ୍ରତିଶତ ଅଟେ। ଏହା ହେଉଛି ବ୍ୟବସ୍ଥା ଭିତରେ ବାରି ହୋଇପଡୁଥିବା ଆର୍ଥିକ ସୁଧାର କ୍ଷେତ୍ରର ସଙ୍କେତ ବୋଲି କୁହାଯାଇପାରେ। ତେବେ ଅଭିବୃଦ୍ଧି ହାରକୁ ୮ ପ୍ରତିଶତରେ ପହଞ୍ଚାଇବାକୁ ହେଲେ ସଞ୍ଚୟ, ପୁଞ୍ଜି ବିନିଯୋଗ ଏବଂ ବର୍ଧିତ ପୁଞ୍ଜି ଉତ୍ପାଦନ ଅନୁପାତରେ ବୃଦ୍ଧି ହେବା ଆବଶ୍ୟକ।

Leave A Reply

Your email address will not be published.